ପ୍ରମୁଖ ଖବର
  • ଆଉ ୫ଟି ଲୋକସଭା ଆସନ ଲାଗି ଆପ୍‌ର ପ୍ରାର୍ଥୀ ଘୋଷଣା
  • ||
  • ବଲାଙ୍ଗିର ଭୀମଭୋଇ ମେଡିକାଲରେ ମୃତ ଶବ ଛାଡି ଫେରାର ସମ୍ପର୍କୀୟ,ଟାଉନ ଥାନା ପୋଲିସର ତଦନ୍ତ ଆଇମ୍ଭ
  • ||
  • ମିଶନ ଶକ୍ତି ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା,୭୩୦ କୋଟିର ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୁନ୍ଦରଗଡ଼: ବାଇକ ଚାଳକ ଙ୍କ ଉପରେ ଚଢ଼ିଗଲା ପାଉଁଶ ବୋଝେଇ ଟ୍ରକ,ବାଇକ ଚାଳକର ମୃତ୍ୟୁ
  • ||
  • ପାଲଲହଡ଼ା ଯାଉଥିଲା ରାଧାମାଧବ, ଅଧାରସ୍ତାରେ ଓଲଟିଲା ବସ୍‌
  • ||
  • କୋରାପୁଟ: ନାଲକୋ ଦାମନଯୋଡ଼ିରେ ରଡ଼ ପଶି ଦୁଇ ଶ୍ରମିକ ମୃତ, ଜଣେ ଗୁରୁତର
  • ||
  • ଗଗନ ଯାନ ମିଶନ ପାଇଁ ୪ ମହାକଶଚାରୀଙ୍କ ନାଁ ଘୋଷଣା କଲା ଇସ୍ରୋ, ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନାଁ ଘୋଷଣା ହୋଇଛି
  • ||
  • ମିଶନ ଶକ୍ତି ବଜାର ଶୁଭାରମ୍ଭ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
  • ||
  • ବିନିକାରୁ ଅପହୃତ ବ୍ୟବସାୟୀ ବୁର୍ଲାରୁ ଉଦ୍ଧାର, ପୁଲିସର ବ୍ଲକିଂ ଦେଖି ଗୋଲଗୁଣ୍ଡା ପାଖରେ ଛାଡ଼ି ଅପହର୍ତ୍ତା ଫେରାର
  • ||

ଲୋକସଭା ନିର୍ବାଚନ ଲାଗି କେବେ ହେବ ତାରିଖ ଘୋଷଣା ? କେତୋଟି ପର୍ଯ୍ୟାୟରେ ହେବ ଭୋଟିଂ ?

ନୂଆଦିଲ୍ଲୀ, ୧୨/୦୨: ଲୋକସଭା ନିର୍ବାଚନ ଲାଗି ଜୋରଦାର୍ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ସବୁ ଦଳ । ତେବେ ଏଯାଏ ନିର୍ବାଚନ ଆୟୋଗ କୌଣସି ଅଧିକାରିକ ଘୋଷଣା କରି ନାହାନ୍ତି । ୧୮ତମ ଲୋକସଭା ଲାଗି ଏପ୍ରିଲ୍-ମେରେ ନିର୍ବାଚନ ହେବା ସମ୍ଭାବନା ରହିଛି । ନିର୍ବାଚନ ଆୟୋଗ ଫେବ୍ରୁଆରୀ ଶେଷ କିମ୍ବା ମାର୍ଚ୍ଚ ପ୍ରଥମ ସପ୍ତାହରେ କରି ପାରନ୍ତି ନିର୍ବାଚନ ତାରିଖ ଘୋଷଣା ।

୧୭ତମ ଲୋକସଭାର କାର୍ଯ୍ୟକାଳ ୨୦୨୪ ଜୁନ୍ ୧୬ରେ ସରୁଛି । ଗତ ଲୋକସଭା ନିର୍ବାଚନ ୨୦୧୯ ଏପ୍ରିଲରୁ ମେ ମଧ୍ୟରେ ହୋଇଥିଲା । ୨୦୧୯ରେ ବିଜେପି ୩୦୩ ଆସନରେ ବିପୁଳ ବିଜୟ ହାସଲ କରିଥିଲା । ବିଜେପି ନେତୃତ୍ୱାଧିନ ଏନଡିଏକୁ ମିଳିଥିଲା ୩୫୩ ଆସନ । ନରେନ୍ଦ୍ର ମୋଦି ହୋଇଥିଲେ ଦ୍ୱିତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ।

ଏବେ ସୁଦ୍ଧା ନିର୍ବାଚନ ଆୟୋଗ ଭୋଟ୍ ସମ୍ବନ୍ଧୀୟ କୌଣସି ତଥ୍ୟ ଘୋଷଣା କରି ନାହାନ୍ତି । ତେବେ କୁହାଯାଉଛି, ୨୦୨୪ ନିର୍ବାଚନ ୭ ପର୍ଯ୍ୟାୟରେ ହୋଇପାରେ । ୨୦୧୯ ନିର୍ବାଚନ ୭ଟି ପର୍ଯ୍ୟାୟରେ ସରିଥିଲା । ଆଶା କରାଯାଉଛି ୨୦୧୯ ଭଳି ୨୦୨୪ ନିର୍ବାଚନ ମଧ୍ୟ ଏପ୍ରିଲରେ ନିର୍ବାଚନ ହୋଇ ମେ ମାସରେ ଆସିବ ଫଳାଫଳ ।

ତେବେ ୨୦୧୯ରୁ ୨୦୨୪ ୫ ବର୍ଷ ମଧ୍ୟରେ ବିରୋଧୀଙ୍କ ରୂପ ବଦଳିଛି । ପୂର୍ବରୁ ଏନଡିଏରେ ଥିବା କିଛିଦଳ ଏବେ ଏନଡିଏ ବିରୋଧରେ ଅଛନ୍ତି । ଏହାଛଡ଼ା ୨୦୧୯ରେ ଅଲଗା ଅଲଗା ନିର୍ବାଚନ ଲଢ଼ିଥିବା କିଛିଦଳ ବିଜେପିକୁ ରୋକିବାକୁ ଏକାଠି ଲଢ଼ି ପାରନ୍ତି ନିର୍ବାଚନ । 

ବିରୋଧୀ ମେଣ୍ଟ ଇଣ୍ଡିଆରେ କଂଗ୍ରେସ, ଟିଏମସି, ସମାଜବାଦୀ ପାର୍ଟି, ଆପ୍, ଡିଏମକେ, ଶିବସେନା (ଉଦ୍ଧବ ଗୋଷ୍ଠୀ) ସାମିଲ୍ ହୋଇଛନ୍ତି । ମେଣ୍ଟରେ ଆସନ୍ ବଣ୍ଟାକୁ ନେଇ ଫାଟ ଖବର ସାମ୍ନାକୁ ଆସୁଛି । ବିରୋଧୀଙ୍କୁ ଏକାଠି କରୁଥିବା ନୀତୀଶ କୁମାର ଏନଡିଏରେ ମିଶିଛନ୍ତି । ସେପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମସ୍ତ ଆସନରେ ଏକାକୀ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେଉଛନ୍ତି । ସେହିଭଳି ପଞ୍ଜାବରେ ମଧ୍ୟ ଆପ୍ ଏକାକୀ ନିର୍ବାଚନ ଲଢ଼ିବ ବୋଲି ଘୋଷଣା କରିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.