ପ୍ରମୁଖ ଖବର
  • ଧର୍ମଗଡ଼ : ଏସଡିଓଙ୍କ ସନ୍ଦେହଜନକ ମୃତ୍ୟୁ, ସରକାରୀ କ୍ଵାର୍ଟର୍ସରୁ ମିଳିଲା ମୃତଦେହ
  • ||
  • ଭୁବନେଶ୍ଵର : ୧୪ରେ ବିଜେଡି କାର୍ଯ୍ୟକାରିଣୀ ବୈଠକ, ପ୍ରସ୍ତୁତ ହେବ ଆଗାମୀ ରାଜନୈତିକ ଖସଡ଼ା
  • ||
  • ବାଙ୍କୀ : ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲେ ଅଗ୍ନିଶମ ବାହିନୀ
  • ||
  • ଅନୁଗୁଳ: ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ୍‌ର ଭିଡିଓ କନ୍‌ଫରେନ୍‌ସିଂରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଲୋଗୋ ଉନ୍ମୋଚିତ କଲା ଆଇସିସି, ଆମେରିକା ଓ ୱେଷ୍ଟ ଇଣ୍ଡିଜ ମିଳିତ ଭାବେ କରିବେ ଆୟୋଜନ
  • ||
  • ଭୁବନେଶ୍ୱର: ୧୯ ପ୍ରକଳ୍ପକୁ ସିଙ୍ଗିଲ୍‌ ୱିଣ୍ଡୋ ମଞ୍ଜୁରି କଲେ ରାଜ୍ୟ ସରକାର: ୪୮୦୦ କୋଟି ନିବେଶ, ୧୭୫୫୩ ନିଯୁକ୍ତି ସମ୍ଭାବନା
  • ||
  • ଭୁବନେଶ୍ୱର: ବର୍ଷା ପରେ ବଦଳିଲା ପାଗର ମିଜାଜ: ୩ରୁ ୫ ଡିଗ୍ରୀ ଯାଏଁ ତଳକୁ ଖସିବ ରାତିର ପାରଦ,୧୦ରୁ ବଢିବ ଶୀତ
  • ||

ମାଟି ତଳେ ଧଳା ଉଦ୍‌ଯାନର ବିଶାଳ ଭଣ୍ଡାର ଠାବ, ଜଳବାୟୁ ସଙ୍କଟ ମୁକାବିଲାରେ ହେବ ସହାୟକ

ନୂଆଦିଲ୍ଲୀ ୦୪/୧୧: ଉତ୍ତରପୂର୍ବ ଫ୍ରାନ୍ସର ମାଟି ତଳେ ଜୀବାଶ୍ମ ଇନ୍ଧନ  ଅନ୍ୱେଷଣ କରୁଥିବା ଦୁଇଜଣ ବୈଜ୍ଞାନିକ ଧଳା ଉଦ୍‌ଯାନ ଅର୍ଥାତ୍‌ ହ୍ୱାଇଟ୍‌ ହାଇଡ୍ରୋଜେନ୍‌ର ବିଶାଳ  ଭଣ୍ଡାର ଠାବ କରିଛନ୍ତି । ପ୍ରାରମ୍ଭିକ ଆକଳନ ଅନୁସାରେ, ଅଦ୍ୟାବଧି ଆବିଷ୍କୃତ ଧଳା ଉଦ୍‌ଯାନର ଏହା ଅନ୍ୟତମ ସର୍ବବୃହତ ଭଣ୍ଡାର । ଏଠାରେ ୬  ନିୟୁତରୁ ୨୫୦ ନିୟୁତ ମେଟ୍ରିକ ଟନ୍‌ ଉଦ୍‌ଯାନ ଗଚ୍ଛିତ ଥିବା ଅନୁମାନ କରାଯାଉଛି । ଧଳା ଉଦ୍‌ଯାନ ଗୋଲ୍ଡେନ୍‌ ହାଇଡ୍ରୋଜେନ୍‌ ନାମରେ ମଧ୍ୟ ପରିଚିତ । ଜଳବାୟୁ ସଙ୍କଟରୁ ପୃଥିବୀକୁ ରକ୍ଷା କରିବାରେ ଏହା ଅତ୍ୟନ୍ତ ସହାୟକ ହେବ ବୋଲି ବୈଜ୍ଞାନିକମାନେ କହିଛନ୍ତି । 

ଫ୍ରାନ୍ସର ନ୍ୟାସନାଲ ସେଣ୍ଟର ଅଫ୍‌ ସାଇଣ୍ଟିଫିକ୍‌ ରିସର୍ଚ୍ଚର  ଉଭୟ ନିର୍ଦ୍ଦେଶକ ଜ୍ୟାକ୍ୟୁସ୍‌ ପାଇରୋନନ୍‌ ଓ ଫିଲିପ ଡି  ଡୋନାଟୋ ଲୋରେନ୍‌ ଖଣି ତଳେ ଏକ ସ୍ୱତନ୍ତ୍ର ମେସିନ୍‌ ଜରିଆରେ ଜୀବାଶ୍ମ ଇନ୍ଧନ ଅନ୍ୱେଷଣ କରୁଥିଲେ । ଉକ୍ତ  ମେସିନ୍‌ ଭୂମିଠୁ ୨୦୦ ମିଟର ତଳେ କମ୍‌ ସାନ୍ଦ୍ରତାର ଉଦ୍‌ଯାନ ଠାବ କଲା । ଅଧିକ ଗଭୀରକୁ ଯାଞ୍ଚ୍‌ କରିବା  ସହିତ ଏହି ସାନ୍ଦ୍ରତା ବଢ଼ିଲା । ୧୧ଶହ ମିଟର ତଳେ  ଉଦ୍‌ଯାନର ସାନ୍ଦ୍ରତା ୧୪ ପ୍ରତିଶତ ଏବଂ ୧,୨୫୦  ମିଟର ତଳେ ୨୦ ପ୍ରତିଶତ ଥିଲା । ଏହା ଆଶ୍ଚର୍ଯ୍ୟଜନକ ବୋଲି ପାଇରୋନନ୍‌ କହିଛନ୍ତି । ଭୂମି ତଳେ ଉଦ୍‌ଯାନର ଏକ ବିଶାଳ ଭଣ୍ଡାର ଥିବା ଏଥିରୁ ସ୍ପଷ୍ଟ ହେଲା । ଧଳା ଉଦ୍‌ଯାନ ପ୍ରାକୃତିକ, ସୁନା ଓ ଭୂଗର୍ଭ ଉଦ୍‌ଯାନ ଭାବେ  ବେଶ ପରିଚିତ । ପୃଥିବୀ ପୃଷ୍ଠର ଠିକ୍‌ ତଳେ ଏହା ପ୍ରାକୃତିକ ରୂପେ ଉତ୍ପନ୍ନ ହୁଏ କିମ୍ବା ମହଜୁଦ ଥାଏ ।  

ଜଳବାୟୁ ରକ୍ଷାକାରୀ ପବିତ୍ର ଭଣ୍ଡାର ରୂପେ ଏହାକୁ  ବିବେଚନା କରାଯାଏ । ଉଦ୍‌ଯାନ ଯେତେବେଳେ ଜଳେ, କେବଳ  ଜଳ ଉତ୍ପନ୍ନ ହୁଏ । ମାତ୍ରାଧିକ ଶକ୍ତି ଆବଶ୍ୟକ କରୁଥିବା ଉଡ୍ଡୟନ, ନୌ ପରିବହନ ଓ ଷ୍ଟିଲ୍‌  ନିର୍ମାଣ ଭଳି ଉଦ୍ୟୋଗ ପାଇଁ ଗୁରୁତ୍ୱପୂର୍ଣ୍ଣ ସ୍ୱଚ୍ଛ  ଶକ୍ତି ଉତ୍ସ ଭାବେ ଏହା ଅତ୍ୟନ୍ତ ଉପଯୋଗୀ । କିନ୍ତୁ  ବ୍ରହ୍ମାଣ୍ଡରେ ସବୁଠୁ ପ୍ରଚୁର ମାତ୍ରାରେ ମହଜୁଦ ତତ୍ତ୍ୱ  ହୋଇଥିବାରୁ ଏଥିରେ ଅନ୍ୟ କଣିକା ମିଶି ରହିଛି । ଏବେ ଆପାତତଃ ସମ୍ପୂର୍ଣ୍ଣ ଜୀବାଶ୍ମ ଇନ୍ଧନ ଦ୍ୱାରା ପରିଚାଳିତ ଶକ୍ତି-ଗହନ ପ୍ରକ୍ରିୟାରେ ବ୍ୟବସାୟିକ  ଉଦ୍‌ଯାନ ଉତ୍ପାଦନ ହେଉଛି ।  ଜଳବାୟୁ ଦୃଷ୍ଟିକୋଣରୁ ସବୁଠୁ ଆଶାଜନକ ହେଉଛି  ସବୁଜ ଉଦ୍‌ଯାନ, ଯାହା ଜଳ ବିଭାଜନ ଲାଗି ପୁନଃନବୀକରଣଯୋଗ୍ୟ ଶକ୍ତି ପ୍ରୟୋଗ ମାଧ୍ୟମରେ ପ୍ରସ୍ତୁତ ହୁଏ । ଏହାର ଉତ୍ପାଦନ କମ୍‌ ପରିମାଣରେ  ହେଉଛି । ସେଥିପାଇଁ ପ୍ରଚୁର, ସ୍ୱଚ୍ଛ ଜାଳେଣି ଶକ୍ତିର ଅନାଲୋଚିତ ସ୍ରୋତ ଧଳା ଉଦ୍‌ଯାନ ପ୍ରତି ଗତ କିଛି ବର୍ଷ ହେଲା ରୁଚି ବଢ଼ିଛି ।

Copyright © 2022 - Summa Real Media Private Limited. All Rights Reserved.