ପ୍ରମୂଖ ଖବର
  • ବାରିପଦା : କଳା ବାଘ ଚମଡ଼ା ଜବତ, ୪ ଶିକାରୀ ଗିରଫ
  • ||
  • ଲିଙ୍ଗରାଜ ମନ୍ଦିର ବିବାଦକୁ ନେଇ ଆଇନ୍‌ମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ଠାକୁରଙ୍କୁ ଉପାସ ରଖିବା ଦୁର୍ଭାଗ୍ୟଜନକ
  • ||
  • ହିନ୍ଦୋଳ : ବେଡ଼ାପଡ଼ା ଗାଁରେ ବିଏନ୍‌ଏସ୍‌-୧୬୩ ଧାରା ଲାଗୁ, ନିୟମ ନମାନିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
  • ||
  • କଟକ : ମାଟ୍ରିକ୍‌ ପ୍ରଶ୍ନପତ୍ରରେ ରହିବ ୱାଟର୍‌ ମାର୍କ କୋଡ୍‌, ଭାଇରାଲ୍‌ ରୋକିବାକୁ ବୋର୍ଡର ପଦକ୍ଷେପ
  • ||
  • ନବରଙ୍ଗପୁର : ଯାତ୍ରୀବାହି ବସ୍‌ ଓ ପାଇପ ବୋଝେଇ ଟ୍ରକ୍‌ ମଧ୍ୟରେ ଧକ୍କା,୪ ଆହତ
  • ||
  • ବୁଧବାର ଅପରାହ୍ନରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ପାଇଁ ବନ୍ଦ ରହିବ ଦର୍ଶନ
  • ||
  • ବୌଦ୍ଧ : ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌, ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର ବିମାନବନ୍ଦରରୁ ୪ କୋଟିର ନିଶାଦ୍ରବ୍ୟ ଜବତ, ଜଣେ ଗିରଫ
  • ||

କିଏ ଦିଏ ଅଧିକ ପ୍ରୋଟିନ୍‌? ଅଣ୍ଡା ନା ପନୀର୍‌

Published By : Prameya | February 22, 2024 8:18 AM

ଭୁବନେଶ୍ୱର ୨୨/୦୨: ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ତାଲିକାରେ ପ୍ରଥମେ ଆସିଥାଏ ଅଣ୍ଡା ଓ ପନୀର୍‌ । କିନ୍ତୁ ପ୍ରାୟ ଲୋକ ପନୀର୍‌ ଓ ଅଣ୍ଡାରେ ଥିବା ପ୍ରୋଟିନ୍‌ ପରିମାଣକୁ ନେଇ ଦ୍ୱନ୍ଦ୍ୱରେ ରହିଥାନ୍ତି । ପନୀର୍‌ ନା ଅଣ୍ଡା କେଉଁଥିରୁ ଶରୀରକୁ ଅଧିକ ପ୍ରୋଟିନ୍‌ ମିଳିଥାଏ । ଆପଣଙ୍କ ଭିତରେ ଏମିତି ଦ୍ୱନ୍ଦ୍ୱ ରହିଛି କି? ତେବେ ଚାଲନ୍ତୁ ଜାଣିବା କାହାରା କ୍ୟାଲୋରୀ କାଉଣ୍ଟ୍‌ କେତେ? ସମସ୍ତଙ୍କ ଡାଏଟ୍‌ରେ ପ୍ରୋଟିନ୍‌ ଯୁକ୍ତ ଖାଦ୍ୟ ସାମିଲ୍‌ କରିବା ବହୁତ ଜରୁରି । କିନ୍ତୁ ଅନେକ ଲୋକ ଅଣ୍ଡା ଓ ପନୀର୍‌କୁ ନେଇ ଦ୍ୱନ୍ଦ୍ୱରେ ରହିଥାନ୍ତି । ଅଣ୍ଡା ତୁଳନାରେ ପନୀର୍‌ରେ ଅଧିକ ଅପମିଶ୍ରଣର ଆଶଙ୍କା ରହିଥାଏ । ଶରୀରର ଉପଯୁକ୍ତ ବୃଦ୍ଧି ପାଇଁ ପର୍ଯ୍ୟାପ୍ତ ପରିମାଣର ପ୍ରୋଟିନ୍‌ ଆବଶ୍ୟକ ।

ଅଣ୍ଡା :

ଅଣ୍ଡା ପ୍ରୋଟିନ୍‌ରେ ଭରା । ଗୋଟିଏ ଅଣ୍ଡାରେ ୬ ଗ୍ରାମ୍‌ ପ୍ରୋଟିନ୍‌ ରହିଥାଏ ।ଏହାବ୍ୟତୀତ ଶରୀରକୁ ଅନେକ ପ୍ରକାରର ଜରୁରି ଭିଟାମିନ୍‌ ମଧ୍ୟ ମିଳିଥାଏ । ଏଥିରେ ଫ୍ୟାଟ୍‌ର ମାତ୍ରା ଅଧିକ ରହିଥାଏ, ତେଣୁ ଶୀତ ଦିନେ ଅଧିକ ଅଣ୍ଡା ଖାଇବା ଲାଭଦାୟକ । ଏହାର ହଳଦିଆ ଅଂଶରେ ଅଧିକ ଭିଟାମିନ୍ସ ରହିଥାଏ । ଗୋଟିଏ ଅଣ୍ଡାରେ ୪ ଗ୍ରାମ୍‌ରୁ ଅଧିକ ଫ୍ୟାଟ୍‌, ଏକ ମି.ଲି.ଗ୍ରାମ୍‌ ଆଇରନ୍‌ ଓ ପ୍ରାୟ ୨୫ ମି.ଲି.ଗ୍ରାମ୍‌ କ୍ୟାଲସିୟମ୍‌ ରହିଥାଏ । ତେବେ ନିୟମିତ କେତୋଟି ଅଣ୍ଡା ଖାଇବା ଉଚିତ୍‌ ହେବ । ଏହା ବ୍ୟକ୍ତିର ବୟସ, ଓଜନ ଓ ଦୈନନ୍ଦିନ ରୁଟିନ୍‌ ଉପରେ ନିର୍ଭର କରିଥାଏ । ଏଥିପାଇଁ ନ୍ୟୁଟ୍ରିସିଆନ୍‌ଙ୍କ ମତ ନେବା ଉଚିତ୍‌ ।

ପନୀର୍‌ :

୪୦ ଗ୍ରାମ୍‌ ପନୀର୍‌ରେ ପ୍ରାୟ ୭ ଗ୍ରାମ୍‌ ପ୍ରୋଟିନ୍‌, ୧୯୦ ମି.ଲି. ଗ୍ରାମ୍‌ କ୍ୟାଲସିୟମ୍‌ ୫ ଗ୍ରାମ୍‌ କାର୍ବୋହାଇଡ୍ରେଟ୍ସ ଏବଂ ଫ୍ୟାଟ୍‌ର ମାତ୍ରା ରହିଥାଏ । ଏହାର ଭିନ୍ନ ଭିନ୍ନ ଆଇଟମ୍‌ କରି ଖାଇପାରିବେ । ବିଶେଷକରି ନିରାମିଷାଶୀମାନଙ୍କର ଏହା ପ୍ରଥମ ପସନ୍ଦ । ଅଣ୍ଡାର ପୋଷକ ତତ୍ତ୍ୱକୁ ପିସ୍‌ ହିସାବ କରାଯାଉଥିବା ବେଳେ ପନୀର୍‌ର ଗ୍ରାମ୍‌ରେ କରାଯାଇଥାଏ । ଅଣ୍ଡା ତୁଳନାରେ ପନୀର ସାମାନ୍ୟ ଦାମୀ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.