ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମୋ ସ୍ୱାମୀ ସ୍ନାନ କରନ୍ତି ନାହିଁ କି ବ୍ରଶ୍ କରନ୍ତି ନାହିଁ ... , ସ୍ୱାମୀଙ୍କ ନାଁରେ ମାମଲା ରୁଜୁ କଲେ ପତ୍ନୀ !

ନୂଆଦିଲ୍ଲୀ : ସାଧାରଣତଃ ଘରୋଇ ହିଂସା ଓ ଏକଷ୍ଟ୍ରା ମ୍ୟାରିଟାଲ ଆଫେୟାର ଯୋଗୁଁ ଲୋକଙ୍କ ସଂପର୍କ ଭାଙ୍ଗିଯାଏ ନୁହେଁ ତ ଛାଡ଼ପତ୍ର ହୋଇଯାଏ। କିନ୍ତୁ କେବେ ଶୁଣିଛନ୍ତି ପରିଷ୍କାର ପରିଚ୍ଛନ୍ନକୁ ନେଇ କେହି ଛାଡ଼ପତ୍ର ଦେବାର ? ତୁର୍କୀର ଜଣେ ମହିଳା ନିକଟରେ ନିଜର ସ୍ୱାମୀଙ୍କ ବିରୋଧରେ ଛାଡ଼ପତ୍ର ନେଇ ମାମଲା ରୁଜୁ କରିଥିଲେ , ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। 

ଏହି ମୋକଦମାରେ ଦାବି କରାଯାଇଛି କି ସେ ( ମହିଳାଙ୍କ ସ୍ୱାମୀ) କେବେ ସ୍ନାନ କରନ୍ତି ନାହିଁ ,ତାଙ୍କ ଦେହର ଝାଳରୁ ଦୁର୍ଗନ୍ଧ ମଧ୍ୟ ବାହାରେ। ଖାଲି ଏତିକି ନୁହେଁ ସେ ସପ୍ତାହରେ କେବଳ ଥରେ କି ଦୁଇଥର ନିଜ ଦାନ୍ତକୁ ବ୍ରଶ କରିଥାନ୍ତି। 

ସୂଚନା ଅନୁସାରେ , ମହିଳାଙ୍କ ନାଁ ଏ.ୱାଇ। ତୁର୍କୀ ନ୍ୟୁଜ୍‌ ଏଜେନ୍ସି କହିଛି , ବିବାଦର ମୁଖ୍ୟ କାରଣ ସ୍ୱାମୀଙ୍କ ସଫାସୁତୁରାକୁ ନେଇ। ମହିଳା ଜଣଙ୍କ ଅଙ୍କାରାରେ୧୯ତମ ଫ୍ୟାମିଲି କୋର୍ଟଙ୍କୁ କହିଥିଲେ କି, ତାଙ୍କ ସ୍ୱାମୀ ବାରମ୍ୱାର ଅତି କମ୍‌ରେ ୫ଦିନ ଯାଏ ଗୋଟିଏ ହିଁ ପୋଷାକ ପିନ୍ଧନ୍ତି ଏବଂ ତାଙ୍କ ଦେହକୁ ଝାଳ ଗନ୍ଧ ବାହାରୁ ଥାଏ।

ଏହି ଅଭିଯୋଗକୁ ସ୍ପଷ୍ଟ କରିବା ପାଇଁ ସାକ୍ଷୀଙ୍କୁ ବି ଅଣାଗଲା , ଯେଉଁଥିରେ ନିଜର ସଂପର୍କୀୟ ଓ ସ୍ୱାମୀଙ୍କ ଅଫିସର କିଛି ସହକର୍ମୀ ମଧ୍ୟ ସାମିଲ ଥିଲେ। ସେମାନେ ସମସ୍ତେ ମହିଳାଙ୍କ କଥାକୁ ସତ ଭାବେ ଦର୍ଶାଇ ଥିଲେ। କୋର୍ଟ ନିଜର ରାୟରେ ଛଡ଼ପତ୍ର ପାଇଁ ମହିଳାଙ୍କ ଅନୁରୋଧକୁ ମଞ୍ଜୁର ଦେଇଥିଲେ ଏବଂ ସଂପୃକ୍ତ ସ୍ୱାମୀକୁ ନିଜର ପୂର୍ବତନ ପତ୍ନୀଙ୍କୁ ପର୍ସନାଲ ହାଇଜିନ୍‌ର ହ୍ରାସ ପାଇଁ କ୍ଷତିପୂରଣ ରୂପେ ୫୦୦୦୦୦ ତୁର୍କୀ ଲିରା ( ୧୬,୫୦୦ଡଲାର , ୧୩.୬୮ ଲକ୍ଷ ଟଙ୍କା )ର ପେମେଣ୍ଟ କରିବାକୁ ମଧ୍ୟ ଆଦେଶ ଦେଇଥିଲେ।

ଏ.ୱାଇଙ୍କ ଓକିଲ, ସେନେମ ୟିଲମାଜେଲ ତୁର୍କୀ ନ୍ୟୁଜ୍‌ ପତ୍ର ସବାକୁ କହିଥିଲେ . ପତି-ପତ୍ନୀଙ୍କୁ ସେୟାର୍ଡ ଲାଇଫ୍‌ର ଦାୟିତ୍ୱକୁ ପୂରା କରିବା ଉଚିତ। ଯଦି ଜଣଙ୍କର ବ୍ୟବହାର ଯୋଗୁଁ ସେୟାର ଜୀବନ ଅସହନୀୟ ହୋଇ ଯାଏ , ତ ଦ୍ୱିତୀୟ ପକ୍ଷକୁ ତଲାକର ଆବେଦନ ଦାଏର କରିବାର ଅଧିକାର ରହିଛି। ଆମେ ସମସ୍ତଙ୍କୁ ମାନବୀୟ ସମ୍ୱନ୍ଧରେ ସାବଧାନ ରହିବା ଉଚିତ୍‌ । ଏହି କାରଣରୁ ଆମେ ନିଜର ବ୍ୟବହାର ଓ ସଫା ସୁତୁରା ଉଭୟ ଉପରେ ଧ୍ୟାନ ଦେବା ଉଚିତ୍‌।

କୋର୍ଟରେ ସାକ୍ଷୀଙ୍କ ସାକ୍ଷ୍ୟ ଅନୁସାରେ , ମହିଳାଙ୍କ ପତି ପ୍ରତି ୭-୧୦ ଦିନରେ ଥରେ ମାତ୍ର ସ୍ନାନ କରୁଥିଲେ ଏବଂ ସପ୍ତାହରେ କେବଳ ଥରେ କି ଦୁଇ ଥର ନିଜର ଦାନ୍ତବ୍ରଶ କରିବାର ଥିଲା। ଏହି କାରଣରୁ ତାଙ୍କ ଦାନ୍ତ ଓ ମୁହଁରୁ ଦୁର୍ଗନ୍ଧ ଆସୁଥିଲା।ଶେଷରେ ମହିଳା ଜଣଙ୍କ ସେହି ବ୍ୟକ୍ତିଙ୍କୁ ଛାଡ଼ପତ୍ର ଦେଇଥିଲେ। 

କହି ରଖୁଛୁ କି , ଏମିତି ଏକ ମାମଲା ପ୍ରଥମେ ୨୦୧୮ରେ ଆସିଥିଲା , ଜଣେ ତାଇୱାନୀ ବ୍ୟକ୍ତି ନିଜ ପତ୍ନୀଙ୍କୁ ଏଥିପାଇଁ ତଲାକ୍ ଦେଇ ଥିଲେ ଯେ ସେ ବର୍ଷରେ କେବଳ ଥରୁଟିଏ ସ୍ନାନ କରୁଥିଲେ।  

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.