ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ହନିମୁନ୍‌ରେ ଗୋଆ କହି ଅଯୋଧ୍ୟା ନେଇଗଲେ ସ୍ୱାମୀ, ପତ୍ନୀ ମାଗିଲେ ଛାଡ଼ପତ୍ର

Published By : Prameya | January 26, 2024 2:21 PM

ନୂଆଦିଲ୍ଲୀ ୨୬/୦୧: ଭୋପାଳର ପରିବାର ଅଦାଲତରେ ଏକ ଅଜବ ମାମଲା ପହଞ୍ଚିଛି । ଜଣେ ନବବିବାହିତା ମହିଳା ସ୍ୱାମୀଙ୍କଠାରୁ ଛାଡ଼ପତ୍ର ପାଇଁ ଆବେଦନ କରିଛନ୍ତି । ତେବେ ଏହାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ବିବାହ ପରେ ହନିମୁନ୍‌ରେ ଗୋଆ ଓ ଦକ୍ଷିଣ ଭାରତ ଯିବାକୁ ମହିଳାଙ୍କ ସ୍ୱାମୀ କଥା ଦେଇଥିଲେ । କିନ୍ତୁ ଏହା ବଦଳରେ ତାଙ୍କୁ ଅଯୋଧ୍ୟା ଓ ବାରାଣସୀ ଗସ୍ତରେ ନେଲେ । ଗସ୍ତରୁ ଫେରିବାର ୧୦ ଦିନ ପରେ ନବବିବାହିତା ସ୍ୱାମୀଙ୍କଠାରୁ ଛାଡ଼ପତ୍ର ପାଇଁ କୋର୍ଟରେ ଆବେଦନ କଲେ ।

ଗତ ଅଗଷ୍ଟ ମାସରେ ପିପଲାନି ବାସିନ୍ଦା ଏହି ଦମ୍ପତି ବିବାହ କରିଥିଲେ । ଛାଡ଼ପତ୍ର ଆବେଦନ ପତ୍ରରେ ମହିଳା ଦାବି କରିଛନ୍ତି ଯେ ଚାକିରିରୁ ସେ ଭଲ ଦରମା ପାଉଛନ୍ତି । ଆଇଟିରେ କାର୍ଯ୍ୟରତ ତାଙ୍କ ସ୍ୱାମୀଙ୍କ ଦରମା ମଧ୍ୟ ବେଶ ଅଧିକ । ତେଣୁ ହନିମୁନ୍‌ ଲାଗି ବିଦେଶ ଯିବାରେ ସେମାନଙ୍କର କୌଣସି ଅସୁବିଧା ନାହିଁ । କିନ୍ତୁ ତାଙ୍କ ସ୍ୱାମୀ ନିଜ ମା’ବାପାଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦର୍ଶାଇ ପତ୍ନୀଙ୍କ ବିଦେଶ ଭ୍ରମଣ ପ୍ରସ୍ତାବକୁ ଖଣ୍ଡନ କଲେ । ତା’ପରେ ଗୋଆ ଓ ଦକ୍ଷିଣ ଭାରତ ଭ୍ରମଣ ଲାଗି ସେ ରାଜି ହେଲେ । କିନ୍ତୁ ଚଳିତ ମାସ ଆରମ୍ଭରେ ସେ ଅଯୋଧ୍ୟା ଓ ବାରାଣସୀକୁ ଟିକେଟ୍‌ ବୁକ୍‌ କଲେ । ଗତ ୨୨ ତାରିଖରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ତାଙ୍କ ମା’ ଅଯୋଧ୍ୟା ଭ୍ରମଣ କରିବାକୁ ଚାହୁଁଥିଲେ, ତେଣୁ ସେ ସେଠାକୁ ଟିକେଟ୍‌ ବୁକ୍‌ କଲେ । କିନ୍ତୁ ଅଯୋଧ୍ୟା-ବାରାଣସୀ ଗସ୍ତର ଦିନକ ପୂର୍ବରୁ ସ୍ୱାମୀ ତାଙ୍କୁ ଜଣାଇଲେ ବୋଲି ମହିଳା କହିଛନ୍ତି ।

ଶେଷ ମୁହୂର୍ତ୍ତରେ ମହିଳା ଜଣକ ଏ ନେଇ ପ୍ରତିବାଦ କଲେ ନାହିଁ । କିନ୍ତୁ ଗସ୍ତରୁ ଫେରିବା ପରେ ଛାଡ଼ପତ୍ର ଆବେଦନ କଲେ । ଅନ୍ୟପକ୍ଷେ, ସ୍ୱାମୀ ପରିବାର ଅଦାଲତରେ କହିଛନ୍ତି ଯେ ପତ୍ନୀ ଘଟଣାକୁ ଅଧିକ ବଢ଼ାଇ ଚଢ଼ାଇ କହୁଛନ୍ତି । ଉଭୟଙ୍କର କାଉନ୍‌ସେଲିଂ ଚାଲିଥିବା ଜଣେ ଓକିଲ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.