ପ୍ରମୁଖ ଖବର
  • ଖୋର୍ଦ୍ଧା: ବେଗୁନିଆ ଥାନା ଅନ୍ତର୍ଗତ ଧଳାପଥର ବଜାରରେ ବାଇକକୁ ପିଟିଲା କାର, ଜଣେ ମୃତ ଓ ୫ ଗୁରୁତର
  • ||
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

କୋହଲି ଭାଙ୍ଗିଲେ ସଚିନଙ୍କ ରେକର୍ଡ, ନ୍ୟୁଜିଲାଣ୍ଡ ବିପକ୍ଷ ସେମି ଫାଇନାଲରେ ‘ବିରାଟ’ ଶତକ

ମୁମ୍ବାଇ, ୧୫/୧୧: ବିରାଟଙ୍କ ବିଶ୍ୱ ରେକର୍ଡ । ୱାଙ୍ଖେଡେ ଗ୍ରାଉଣ୍ଡରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି କିଙ୍ଗ୍ କୋହଲି । ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱକପ୍ ସେମି ଫାଇନାଲରେ ଦିନିକିଆ କ୍ୟାରିୟରରେ ବିରାଟ କୋହଲି ୫୦ତମ ଶତକ ମାରିଛନ୍ତି । ଏଥିସହ କୋହଲି ଭାଙ୍ଗିଛନ୍ତି ତେନ୍ଦୁଲକରଙ୍କ ବିଶ୍ୱ ରେକର୍ଡ । 

୨୯୧ଟି ଦିନିକିଆ ମ୍ୟାଚ୍ ଖେଳି ସଚିନଙ୍କ ରେକର୍ଡକୁ ଭାଙ୍ଗିଛନ୍ତି ବିରାଟ । ସୂଚନାଯୋଗ୍ୟ, ସଚିନ୍ ତେନ୍ଦୁଲକର ୪୬୩ଟି ଦିନିକିଆ ମ୍ୟାଚ୍ ଖେଳି ୧୮ ହଜାର ୪୨୬ ରନ୍ ସଂଗ୍ରହ କରିଥିଲେ । ଯେଉଁଥିରେ ସଚିନଙ୍କ ନାଁରେ ଦିନିକିଆରେ ୪୯ଟି ଶତକ ସାମିଲ୍ ଥିଲା । ଏବେ କୋହଲି ଦିନିକିଆରେ ୫୦ତମ ଶତକ ମାରି ତେନ୍ଦୁଲକରଙ୍କ ସେଞ୍ଚୁରୀ ରେକର୍ଡ ଭାଙ୍ଗିଛନ୍ତି ।

ବିଶ୍ବକପରେ ଛକା ମାରିବାରେ ରେକର୍ଡ କଲେ ରୋହିତ ଶର୍ମା, ପଛରେ ରହିଗଲେ କ୍ରିସ୍‌ ଗେଲ୍‌

ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଶତକୀୟ ପାଳି ଖେଳିଥିବା ବିରାଟ କୋହଲି ନିଜ ନାଁରେ ଆଉ ଏକ ରେକର୍ଡ ଯୋଡ଼ିଛନ୍ତି । ଦିନିକିଆରେ ସର୍ବାଧିକ ରନ୍ ସଂଗ୍ରହ କରିଥିବା ତୃତୀୟ ବ୍ୟାଟ୍ସମ୍ୟାନ ହୋଇଛନ୍ତି ବିରାଟ । ଅଷ୍ଟ୍ରେଲିଆର ପୂର୍ବତନ ଖେଳାଳି ରିକି ପଣ୍ଟିଂକୁ ବିରାଟ ପଛରେ ପକାଇଛନ୍ତି । ପଣ୍ଟିଂ ଦିନିକିଆ କ୍ୟାରିୟରରେ ୧୩ ହଜାର ୭୩୪ ରନ୍ ସଂଗ୍ରହ କରିଥିଲେ । 

ସେହିଭଳି ଦିନିକିଆରେ ସର୍ବାଧିକ ସ୍କୋର୍ ରେକର୍ଡ ରହିଛି ସଚିନ୍ ତେନ୍ଦୁଲକରଙ୍କ ନାଁରେ । ତେନ୍ଦୁଲକର ଦିନିକିଆରେ ୧୮ ହଜାର ୪୨୬ ରନ୍ କରିଛନ୍ତି । ଯେତେବେଳେ କି ଶ୍ରୀଲଙ୍କାର କୁମାର ସାଙ୍ଗାକରା ଦିନିକିଆ କ୍ୟାରିୟରରେ ୧୪ ହଜାର ୨୩ ରନ୍ ସଂଗ୍ରହ କରିଛନ୍ତି । 

ଶୁଭମନ ଗିଲଙ୍କ ଚୌକା- ଛକ୍କା ଉପରେ ଗର୍ଲଫ୍ରେଣ୍ଡ ସାରା ତେନ୍ଦୁଲକରଙ୍କ ରିଆକ୍ସନ ଭାଇରାଲ, ଦେଖନ୍ତୁ ଏହି ଖାସ୍ ଫଟୋ...

ଶତକ ସହ କୋହଲି ଗୋଟିଏ ବିଶ୍ୱକପରେ ସର୍ବାଧିକ ସ୍କୋର୍ କରିଥିବା ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । ୨୦୦୩ ବିଶ୍ୱକପରେ ସଚିନ୍ ୬୭୩ ରନ୍ କରିଥିଲେ । ଏବେ କୋହଲି ସଚିନଙ୍କ ୨୦୦୩ ରେକର୍ଡକୁ ଟପିଛନ୍ତି । ସଚିଙ୍କ ପରେ ମ୍ୟାଥୁ ହେଡନ୍ ୨୦୦୭ ବିଶ୍ୱକପରେ ୬୫୯ ରନ୍ କରିଥିଲେ । ଚଳିତ ବିଶ୍ୱକପରେ ରୋହିତ୍ ପ୍ରାୟ ୬୪୮ ରନ୍ ସଂଗ୍ରହ କରିଛନ୍ତି । ଚଳିତ ବିଶ୍ୱକପରେ ଏହା ହେଉଛି କିଙ୍ଗ୍ କୋହଲିଙ୍କ ତୃତୀୟ ଶତକ । ଏଥିସହ କୋହଲି ବିଶ୍ୱକପର ଚଳିତ ସଂସ୍କରଣରେ ସର୍ବାଧିକ ଅର୍ଦ୍ଧ ଶତକ ମାରିଛନ୍ତି । 

ବୁଲା କୁକୁର କାମୁଡିଲେ ପୀଡିତଙ୍କୁ ଦାନ୍ତ ପିଛା ୧୦ ହଜାର ଟଙ୍କା କ୍ଷତିପୂରଣ ଦେବେ ରାଜ୍ୟ ସରକାର : ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ

Copyright © 2022 - Summa Real Media Private Limited. All Rights Reserved.