ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସମ୍ ହସ୍ପିଟାଲ ପକ୍ଷରୁ ୱାର୍ଲ୍ଡ ମୁଭ୍‌ମେଣ୍ଟ ଡିଜ୍‌ଅର୍ଡ଼ର ଦିବସ ପାଳିତ

ଭୁବନେଶ୍ୱର, ୨୯/୧୧: ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡ଼ିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ବୁଧବାର ୱାର୍ଲ୍ଡ ମୁଭ୍‌ମେଣ୍ଟ ଡିଜ୍‌ଅର୍ଡ଼ର ଦିବସ ପାଳିତ ହୋଇଯାଇଛି । ନ୍ୟୁରୋଲୋଜି ବିଭାଗ ପକ୍ଷରୁ ଏହି ଦିବସ ପାଳନ କରାଯିବା ପରିପ୍ରେକ୍ଷୀରେ ଏକ ୱାକାଥନ ଓ ସମ୍ମିଳନୀର ଆୟୋଜନ କରାଯାଇଥିଲା ।  ଏହି ଅବସରରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ପ୍ରଫେସର ଅଶୋକ କୁମାର ମହାପାତ୍ର ଯୋଗଦେଇ ମୁଭ୍‌ମେଣ୍ଟ ଡିଜ୍‌ଅର୍ଡ଼ର ସମ୍ପର୍କରେ ତଥ୍ୟ ରଖିଥିଲେ । ଏହି ସମସ୍ୟାରେ ପୀଡ଼ିତ ରୋଗୀଙ୍କର ହାତ ଗୋଡ଼ ଥରିବା ସହ ଅନେକ ସମସ୍ୟା ଦେଖା ଦେଇଥାଏ । ତେବେ ଏହି ସମସ୍ତ ସମସ୍ୟାର ଚିକିତ୍ସା ସମ୍ ହସ୍ପିଟାଲ୍‌ରେ ଉପଲବ୍ଧ ତେଣୁ ରୋଗୀମାନେ ସଚେତନ ହୋଇ ନିଜର ଚିକିତ୍ସା କରାଇବା ଉଚିତ୍ ବୋଲି ସେ କହିଥିଲେ । 

ଏହି କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ଯୋଗଦେଇ ଏହି ରୋଗୀମାନଙ୍କର କିଭଳି ଯତ୍ନ ନିଆଯାଇପାରିବ ସେ ସମ୍ପର୍କରେ ଡାକ୍ତର ଏବଂ ନର୍ସମାନଙ୍କୁ ପରାମର୍ଶ ଦେଇଥିଲେ ।  ସେହିପରି ହସ୍ପିଟାଲ୍‌ର ମେଡ଼ିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ଏହି ଅବସରରେ ଉପସ୍ଥିତ ରହି ଏହି ରୋଗୀମାନେ କିଭଳି ନିଜ ସମସ୍ୟା ପ୍ରତି ଅଧିକ ସଚେତନ ହୋଇପାରିବେ ସେ ସମ୍ପର୍କରେ ତଥ୍ୟ ରଖିଥିଲେ । 

କାର୍ଯ୍ୟକ୍ରମରେ ନ୍ୟୁରୋଲୋଜି ବିଭାଗର ଡାକ୍ତର ଲୁଲୁପ କୁମାର ସାହୁ ମୁଭ୍‌ମେଣ୍ଟ ଡିଜ୍‌ଅର୍ଡ଼ର ତଥା ଗତି ସମ୍ବନ୍ଧୀୟ ଏହି ଅସୁସ୍ଥତା ମସ୍ତିଷ୍କର ଏକ ସମସ୍ୟା ବୋଲି କହିଥିଲେ । ଏହି ସମସ୍ୟାରେ ମଣିଷର ଗତି ବଢ଼ିଯାଏ ଓ ତା’ର ହାତ ଗୋଡ଼ ଥରିବା ସହ ନୃତ୍ୟ କଲା ଭଳି ଲାଗିଥାଏ । ସେହିପରି ଏହି ମଣିଷର ଗତିକୁ ମନ୍ଥର ମଧ୍ୟ କରିଦେଇଥାଏ । ଏ କ୍ଷେତ୍ରରେ ପାର୍କିନ୍‌ସନ୍ ଭଳି ସମସ୍ୟା ଦେଖାଦେଇଥାଏ । ତେଣୁ ଜୀବନ ଶୈଳୀର ପରିବର୍ତ୍ତନ, ବ୍ୟାୟାମ ଓ ଉପଯୁକ୍ତ ନିଦ୍ରା ଦ୍ୱାରା ଏହି ସମସ୍ୟାକୁ ଏଡ଼ାଇ ହେବ ବୋଲି ଡାକ୍ତର ସାହୁ କହିଥିଲେ । ଆୟୋଜିତ ସେମିନାରରେ ନ୍ୟୁରୋଲୋଜି ବିଭାଗର ଡାକ୍ତର ଶ୍ରୀମନ୍ତ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.