ନୂଆଦିଲ୍ଲୀ ୧୦/୧୧: ସମାଜରେ ବିଜ୍ଞାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିବା ଉଦ୍ଦେଶ୍ୟରେ ପ୍ରତି ବର୍ଷ ନଭେମ୍ବର ୧୦ରେ ପାଳିତ ହୁଏ ବିଶ୍ୱ ବିଜ୍ଞାନ ଦିବସ । ବିଶ୍ୱରେ ଦେଖାଯାଉଥିବା ବିଜ୍ଞାନ ବିଷୟଗୁଡ଼ିକ ସହ ବିଶ୍ୱବାସୀଙ୍କୁ ସାମିଲ କରିବା ଏହି ଦିବସର ଲକ୍ଷ୍ୟ । ଆମ ଦୈନନ୍ଦିନ ଜୀବନରେ ବିଜ୍ଞାନର ମହତ୍ୱ ଓ ବ୍ୟବହାରିତାକୁ ଏହି ଦିବସ ଗୁରୁତ୍ୱ ଦିଏ । ସମାଜ ସହ ବିଜ୍ଞାନକୁ ଅତି ଘନିଷ୍ଠ ଭାବେ ସଂଯୋଗ କରି ବିଶ୍ୱର ପ୍ରତ୍ୟେକ ନାଗରିକଙ୍କୁ ବିଜ୍ଞାନର ବିକାଶ ସମ୍ପର୍କିତ ସୂଚନା ପ୍ରଦାନକୁ ଏହି ଦିବସ ଗୁରୁତ୍ୱ ଦିଏ । ୟୁନେସ୍କୋ ଏ ଅବସରରେ ବିଭିନ୍ନ ବିଜ୍ଞାନ କାର୍ଯ୍ୟକ୍ରମ ଆୟୋଜିତ କରି ଏହି ଦିବସ ପାଳନ କରିବାକୁ ବିଶ୍ୱବାସୀଙ୍କୁ ଉତ୍ସାହିତ କରେ ।

ଧନୀ ହେଉଛନ୍ତି ଆଞ୍ଚଳିକ ଦଳ: ୧୦ ଦଳର ସମ୍ପତ୍ତି ବଢ଼ିଛି...