ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ଦୁନିଆର ସବୁଠୁ ବଡ଼ ‘ଅଫିସ୍‌ ବିଲ୍ଡିଂ’ର ଉଦଘାଟନ କରିବେ ମୋଦି, ନିର୍ମାଣ ଲାଗି ଖର୍ଚ୍ଚ ହୋଇଛି ୩୫୦୦ କୋଟି

Published By : Tapas Panda | December 9, 2023 7:02 PM

Image Courtesy: indiatoday

ସୁରଟ: ଡିସେମ୍ବର ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁରଟରେ ନବନିର୍ବିତ ଦୁନିଆର ସବୁଠୁ ବଡ଼ ଅଫିସ୍‌ ବିଲ୍ଡିଂର ଉଦଘାଟନ କରିବେ । ସୁରଟ ଡାଇମଣ୍ଡ ବୋର୍ସ (ଏସଡିବି) କୋଠା ପ୍ରାୟ ୩,୫୦୦ କୋଟି ଟଙ୍କାରେ ନିର୍ମିତ ହୋଇଛି । ୬୭ ଲକ୍ଷ ବର୍ଗଫୁଟ ଅଞ୍ଚଳରେ ବ୍ୟପିଥିବା ଏହି କୋଠାରେ ୪୫୦୦ରୁ ଅଧିକ ହୀରା ସଂପର୍କିତ କାର୍ଯ୍ୟାଳୟ ରହିଛି । 

୨୦୨୩ ଅଗଷ୍ଟ ମାସରେ ହୀରା ଗବେଷଣା ଏବଂ ମର୍କାନଟାଇଲ ସିଟି (ଡ୍ରିମ୍‌) ପ୍ରକଳ୍ପ ଅଧୀନରେ ନିର୍ମାଣ ହୋଇଥିବା ଏହି ବିଲ୍ଡିଂ ଦୁନିଆର ସବୁଠାରୁ ବଡ଼ ଅଫିସ ଭାବେ ଗିନୀଜ ଓ୍ବାର୍ଲଡ ରେକର୍ଡରେ ସ୍ଥାନ ପାଇଛି । ୩୫.୫୪ ଏକର ସ୍ଥାନରେ ଏହି ବିଶାଳ ନିର୍ମାଣ କାର୍ଯ୍ୟ ହୋଇଥିବା ବେଳେ ଏହି ବିଲ୍ଡିଂରେ ୧୫ ମହଲାରୁ ଅଧିକ ରହିଛି । ନଅଟି ଆୟତକ୍ଷେତ୍ର ଟାୱାର ଏକ କେନ୍ଦ୍ରୀୟ ମେରୁଦଣ୍ଡ ଦ୍ୱାରା ସଂଯୁକ୍ତ ହୋଇଛି ।

ଆୟୋଜକଙ୍କ ଅନୁଯାୟୀ, ଉଦଘାଟନୀ କାର୍ଯ୍ୟକ୍ରମ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ଏବଂ ଦେଶ ତଥା ବିଦେଶର ପ୍ରାୟ ୭୦ ହଜାର ଲୋକଙ୍କୁ ନିମନ୍ତ୍ରଣ ପଠାଯାଇଛି । ଗତ କିଛି ସପ୍ତାହ ମଧ୍ୟରେ ଅନେକ ହୀରା ବାଣିଜ୍ୟ ସଂସ୍ଥା ଏସଡିବିରେ ଥିବା କାର୍ଯ୍ୟାଳୟରେ କାର୍ଯ୍ୟ ଆରମ୍ଭ କରିସାରିଛନ୍ତି। ଏହି କୋଠା ୬୫୦୦୦ ରୁ ଅଧିକ ହୀରା ବିଶେଷଜ୍ଞ, କଟର, ପଲିସର ଏବଂ ବ୍ୟବସାୟୀଙ୍କ ପାଇଁ ଏକ ସୁବିଧାଜନକ ହବ୍ ହେବାକୁ ଯାଉଛି ।

କାର୍ଯ୍ୟାଳୟ ବ୍ୟତୀତ, ଡାଇମଣ୍ଡ ବୋର୍ସ କ୍ୟାମ୍ପସରେ କନଫରେନ୍ସ ହଲ୍, ବହୁମୁଖୀ ହଲ୍, ରେଷ୍ଟୁରାଣ୍ଟ, ବ୍ୟାଙ୍କ, କଷ୍ଟମ୍ କ୍ଲିୟରାନ୍ସ ହାଉସ୍, ସମ୍ମିଳନୀ କେନ୍ଦ୍ର, ପ୍ରଦର୍ଶନୀ କେନ୍ଦ୍ର, ତାଲିମ କେନ୍ଦ୍ର, ମନୋରଞ୍ଜନ କ୍ଷେତ୍ର, ରେଷ୍ଟୁରାଣ୍ଟ ଏବଂ କ୍ଲବ୍ ଭଳି ସୁବିଧା ରହିଛି । ତେବେ ବିଲ୍ଡିଂର ନିର୍ମାଣ ଫେବୃଆରି ୨୦୧୫ରୁ ଆରମ୍ଭ ହୋଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.