ପ୍ରମୁଖ ଖବର
  • ଇଓଡବ୍ଲ୍ୟୁ ପଞ୍ଝାରେ ୨ କୁଖ୍ୟାତ କ୍ରିପ୍ଟୋ ଠକ, ୧୫ କୋଟି ଟଙ୍କାର ଠକେଇ ଅଭିଯୋଗ
  • ||
  • ସ୍ଵାମୀ ସରୋଜଙ୍କ ସହ ବିଜେପିରେ ମିଶିଲେ ଜ୍ୟୋତି ପାଣିଗ୍ରାହୀ, ବିଜେଡିରୁ ଦେଇଥିଲେ ଇସ୍ତଫା
  • ||
  • ମେ ୩୧ରେ ଆସିବ ‘ମିଷ୍ଟର ଆଣ୍ଡ ମିସେସ୍‌ ମାହି’, ଦେଖିବାକୁ ମିଳିବ ରାଜକୁମାର-ଜାହ୍ନବୀଙ୍କ ଜବରଦସ୍ତ କେମେଷ୍ଟ୍ରି
  • ||
  • ଖାଉଟିଙ୍କ ପକେଟକୁ ମହଙ୍ଗା ମାଡ଼: ଟ୍ୱିନ୍‌ ସିଟିରେ ଆଳୁ କିଲୋ ୩୦ ଟଙ୍କା, ସପ୍ତାହକରେ ୮ ଟଙ୍କା ବଢ଼ିଲାଣି
  • ||
  • ପ୍ଲାଷ୍ଟିକ ବଜାରକୁ ନେଇ ବିବାଦ: ଆଜି ୧୨ ସଂଘ-ବିଏମ୍‌ସି ବୈଠକ
  • ||
  • ସୋମବାର ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ପ୍ରତିଷ୍ଠା ଉତ୍ସବ, ମଙ୍ଗଳବାର ଶ୍ରୀଜିଉଙ୍କ ରଥଯାତ୍ରା
  • ||
  • ପାରାଦୀପରେ ୬୧ ଦିନ ଯାଏଁ ମାଛଧରା ବନ୍ଦ, ମାଛ ସଂରକ୍ଷଣକୁ ଦୃଷ୍ଟିରେ ରଖି ମତ୍ସ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ
  • ||
  • ଓଡ଼ିଶାରେ ମୋଦି ନୁହେଁ, ‘ନବୀନ ଗ୍ୟାରେଣ୍ଟି’: ଚାଲିଛି ମତାମତ ସଂଗ୍ରହ, ଖୁବ୍‌ଶୀଘ୍ର ବିଜେଡିର ଇସ୍ତାହାର
  • ||
  • IPL 2024: ବେଙ୍ଗାଲୁରୁ-ହାଇଦ୍ରାବାଦ ମଧ୍ୟରେ ଟକ୍କର, ରୟାଲର କ୍ଲାସେନ ଭୟ
  • ||
  • ରାଜ୍ୟରେ ପୁଣି ପ୍ରଚଣ୍ଡ ତାତି, ଆହୁରି ୪ରୁ ୬ ଡିଗ୍ରୀ ବଢ଼ିବ ପାରଦ: ୧୮ ଯାଏ ଭୀଷଣ ଗ୍ରୀଷ୍ମପ୍ରବାହ
  • ||

ବାପୁଜୀନଗରରେ ମହିଳାଙ୍କୁ ଛୁରି ଭୁସି ହତ୍ୟା: ଏକତରଫା ପ୍ରେମ ସନ୍ଦେହ, ସ୍ୱାମୀଙ୍କ ସବୁ ଘଟଣା ବଖାଣୁଥିବାର ଭିଡିଓ ଭାଇରାଲ୍‌

ଭୁବନେଶ୍ୱର,୨୯/୦୨: ଏକତରଫା  ପ୍ରେମରୁ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା  କରାଯାଇଛି । ଘଟଣା ରାଜମହଲ ବାପୁଜୀନଗର ଭଳି ଜନଗହଳିପୂର୍ଣ୍ଣ ଅଞ୍ଚଳରେ ସନ୍ଧ୍ୟାବେଳେ ଘଟିଛି । ମୃତକଜଣକ ହେଲେ, ଗୀତାଞ୍ଜଳି ରଣଜିତ୍‌ ଓରଫ  ଦୀପିକା । ତାଙ୍କ ଘର ବାଲେଶ୍ୱର ଜଳେଶ୍ୱରରେ ।  ସେ ଶିଶୁଭବନ ଛକରେ ଭଡ଼ାଘରେ ରହୁଥିଲେ ।  ମୃତକଙ୍କ ସ୍ୱାମୀ କୁଞ୍ଜବିହାରୀ ଦତ୍ତ ଗତକାଲି ରାତିରେ  ଥାନାରେ ଅଭିଯୋଗ କରିଥିଲେ । କ୍ୟାପିଟାଲ ଥାନା  ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ହତ୍ୟାକାରୀକୁ  ଖୋଜୁଛି । କୁଞ୍ଜବିହାରୀଙ୍କ ବାପୁଜୀନଗରରେ ଏକ  ମୋବାଇଲ୍‌ ମରାମତି ଦୋକାନ ଅଛି ।

ଗତକାଲି  ସନ୍ଧ୍ୟାରେ କୁଞ୍ଜବିହାରୀ ଦୋକାନରେ ଥିଲେ ।  ଗୀତାଞ୍ଜଳି ତାଙ୍କ ସ୍ୱାମୀଙ୍କୁ ଦେଖା କରିବାକୁ ସନ୍ଧ୍ୟା  ୭ଟାରେ ଉକ୍ତ ଦୋକାନକୁ ଯାଇଥିଲେ । ସେଠାରୁ ସେ  ଘରକୁ ଫେରୁଥିବା ବେଳେ ୟୁକୋ ବ୍ୟାଙ୍କ ସାମ୍ନାରେ ଏହି ଅଘଟଣ ଘଟିଲା । କେହି ଜଣେ ଗୀତାଞ୍ଜଳିଙ୍କୁ  ପିଛା କରି ଅଟକାଇଥିଲା । କୌଣସି କାରଣକୁ ନେଇ ଗୀତାଞ୍ଜଳିଙ୍କ ସହ ଯୁକ୍ତିତର୍କ କରିବାକୁ ଲାଗିଲା ।  ଲୋକମାନେ ଘେରି ଏହା ଦେଖିବାରୁ ଗୀତାଞ୍ଜଳିଙ୍କୁ  ଖରାପ ଲାଗିଥିଲା । ସେ ସମ୍ପୃକ୍ତ ଯୁବକକୁ ସେଠାରୁ  ତୁରନ୍ତ ପଳାଇବାକୁ ସେ କହିଲେ । ଆଉ ଚୁପ୍‌ଚାପ୍‌  ନିଜ ବାଟରେ ଚାଲିବାକୁ ଲାଗିଲେ ।  

ଏହି ଅପମାନରେ ଯୁବକଜଣକ ଆହୁରି ଉତ୍‌କ୍ଷିପ୍ତ  ହୋଇଉଠିଲା । ସଙ୍ଗେ ସଙ୍ଗେ ଏକ ଛୁରି ବାହାର କରି  ଗୀତାଞ୍ଜଳିଙ୍କ ପେଟରେ ଭୁସିଦେଲା । ସ୍ଥାନୀୟ ଲୋକେ  ଧାଇଁ ଆସିବା ଦେଖି ଯୁବକ ଜଣକ ଆଖି ପିଛୁଳାକେ  ସେଠାରୁ ପଳାଇଲେ । ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି  ଗୀତାଞ୍ଜଳିଙ୍କୁ ହସ୍ପିଟାଲ ନେଇଥିଲା । ସେଠାରେ  ଗୀତାଞ୍ଜଳିଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ  କଟକ ବଡ଼ ମେଡିକାଲ ପଠାଯାଇଥିଲା। ବୁଧବାର  ଚିକିତ୍ସାଧୀନ ଅବସ୍ଥାରେ ଗୀତାଞ୍ଜଳିଙ୍କ ମୃତ୍ୟୁ ଘଟିଛି ।  ଗୀତାଞ୍ଜଳିଙ୍କ ପେଟରେ ଗୋଟିଏ ବଡ଼ କ୍ଷତ ଚିହ୍ନ  ରହିଥିବା ଶବ ପଞ୍ଚନାମାରୁ ଜଣାପଡିଛି । 

କ୍ୟାପିଟାଲ ଥାନା ପୁଲିସର ଏକ ଟିମ୍‌ ଘଟଣାସ୍ଥଳରେ  ପହଞ୍ଚି ତନାଘନା ଆରମ୍ଭ କରିଥିଲା । ଉପସ୍ଥିତ  ଲୋକଙ୍କୁ ହତ୍ୟାକାରୀର ହୁଲିଆ ପଚାରି ବୁଝିଥିଲା ।  ସେଠାକାର କିଛି ଦୋକାନ ଓ ବ୍ୟବସାୟିକ  ପ୍ରତିଷ୍ଠାନର ସିସି କ୍ୟାମେରା ଫୁଟେଜ୍‌ ଯାଞ୍ଚ କରିଛି । ଏକ ସିସି କ୍ୟାମେରାରେ ହତ୍ୟାକାରୀଜଣକ ଖସିବା ବେଳର ଭିଡିଓ ଫୁଟେଜ୍‌କୁ ପୁଲିସ ଜବତ କରିଛି ।  ତେବେ ଏକତରଫା ପ୍ରେମରୁ ହତ୍ୟାକାଣ୍ଡ ଘଟିଥିବା  କୁଞ୍ଜବିହାରୀ ଏତଲାରେ ଲେଖିଛନ୍ତି । ଖୁବ୍‌ ଶୀଘ୍ର  ହତ୍ୟାକାରୀକୁ ଧରାଯିବ ବୋଲି ପୁଲିସ କହିଛି ।  

ମହିଳାଜଣକ କିଛି ମାସ ପୂର୍ବେ ଅନ୍ୟ ଜଣେ ଯୁବକଙ୍କ ସହ କେଉଁ ଆଡେ ଖସି ପଳାଇଥିବା ଖବର ଚର୍ଚ୍ଚାକୁ ଆସିଥିଲା। ତାଙ୍କ ସ୍ୱାମୀ ହସ୍ପିଟାଲ ବେଡ୍‌ରୁ ଏକ ଭିଡିଓ କରି ଏସବୁ ଘଟଣା ବଖାଣୁଥିବାର ଭିଡିଓ ଭାଇରାଲ୍‌ ହୋଇଥିଲା । ଏହା ସମ୍ପୃକ୍ତ ଯୁବକଙ୍କ କାଣ୍ଡ ବୋଲି ପୁଲିସ ସନ୍ଦେହ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.