ପ୍ରମୂଖ ଖବର

୧୦୫ଗ୍ରାମର ବ୍ରାଉନସୁଗାର ସମେତ ଗୋଟିଏ ବାଇକ ଜବତ

ଜଳେଶ୍ୱର,୧୮/୪ : ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ରାଜ୍ୟ ରାଜପଥ ୫୭ନମ୍ବରର ଆମ୍ବଳିଅଠା ବାଇପାସ ନିକଟରେ ଚଢଉ କରି ୧୦୫ଗ୍ରାମର ବ୍ରାଉନସୁଗାର ସମେତ ଗୋଟିଏ ବାଇକ ଜବତ କରିଛି ଜଳେଶ୍ବର ସାଟେଲାଇଟ  ଅବକାରୀ ବିଭାଗ । ଏହି ଘଟଣାରେ ଜଣେ ବେପାରୀକୁ ଗିରଫ କରି ତଦନ୍ତ ଚଳାଇଛି । ଆଜି ସନ୍ଧ୍ୟାରେ ବାଇକରେ ପଶ୍ଚିମବଙ୍ଗକୁ ବ୍ରାଉନସୁଗାର ଚୋରା ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ଖବରପାଇ ଜଳେଶ୍ବର ଅବକାରୀ ସ୍ଯାଟେଲାଇଟ ୟୂନିଟ ଟିମ ଆମ୍ବଳିଅଠା ବାଇପାସ ନିକଟରେ ଚଢଉ କରିଥିଲା । 

ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ଯ ୧୦ଲକ୍ଷ ୫୦ହଜାର ଟଙ୍କା ହୋଇଥିବାବେଳେ ଗିରଫ ହୋଇଥିବା ବେପାରୀ ଜଣକ ଭୋଗରାଇ ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି । ଏହି ଚଢ଼ଉରେ ଆଇଆଇସି ଲକ୍ଷ୍ୟ ସାଧବ ପ୍ରଧାନ ସମେତ ୭ଅଫିସର ଥଲେ । ଗିରଫ ଯୁବକ ଜଣକ ହେଲେ ଭୋଗରାଇ ଥାନା ସୁନାଧାରବସାନ ଗ୍ରାମର ସେକ ଆବୁ ତାହେରଙ୍କ ପୁତ୍ର ସେକ ଅର୍ସାଦ ଆୟୁବ (୩୭)କୁ ଗିରଫ କରିବା ସହିତ ଏକ ମୋଟରସାଇକେଲ ଓଡି- ୦୧-ଜେଡ-୮୪୪୩କୁ ଜବତ କରି ଛନ୍ତି ଅବକାରୀ ସାଟେଲାଇଟ ଟିମ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.