ବାଲୁଗାଁ, ୧୧/୦୯ : ଚିଲିକାରୁ ଯୁବକଙ୍କ ମୃତଦେହ ଉଦ୍ଧାର। ସୋମବାର ସକାଳେ ଚିଲିକାରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ନାଭାଲ ଫାଣ୍ଡି ପୋଲିସ। ମୃତକ ଜଣଙ୍କ ହେଉଛନ୍ତି ବଡ଼କୁଳ ଗ୍ରାମର ବାସୁଦେବ ନାୟକ(୪୦ ବର୍ଷ)।
ସୂଚନା ମୁତାବକ, ରବିବାର ରାତିରେ ବଡ଼କୁଳ ଗ୍ରାମର ବାସୁଦେବ ନାୟକ ଶୌଚ ପାଇଁ ପାନ୍ଥନିବାସ ଜେଟି ନିକଟକୁ ଯାଇଥିବା ବେଳେ ଚିଲିକା ପାଣିରେ କୌଣସି କାରଣବଶତଃ ପଡି ଯାଇଥିଲେ। ରାତି ସାରା ପରିବାର ଲୋକେ ଖୋଜାଖୋଜି କରିଥିଲେ ସୁଦ୍ଧା ବାସୁଦେବଙ୍କର କୌଣସି ପତା ମିଳିନଥିଲା। ସକାଳେ ସ୍ଥାନୀୟ ଲୋକମାନେ ପାଣିରେ ଏକ ଯୁବକଙ୍କ ଶବ ଭାସୁଥିବା ଦେଖି ନାଭାଲ ଫାଣ୍ଡିକୁ ଖବର ଦେଇଥିଲେ। ଖବରପାଇ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ଓ ପୋଲିସ ପହଞ୍ଚି ମୃତ ଯୁବକକୁ ଉଦ୍ଧାର କରିଛି। ନାଭାଲ ଫାଣ୍ଡି ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବା ନେଇ ଫାଣ୍ଡି ଅଧିକାରୀ ଦିଲୀପ କୁମାର ସାହୁ କହିଛନ୍ତି।