ପ୍ରମୂଖ ଖବର
  • ଲିଙ୍ଗରାଜ ମନ୍ଦିର ବିବାଦକୁ ନେଇ ଆଇନ୍‌ମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ଠାକୁରଙ୍କୁ ଉପାସ ରଖିବା ଦୁର୍ଭାଗ୍ୟଜନକ
  • ||
  • ହିନ୍ଦୋଳ : ବେଡ଼ାପଡ଼ା ଗାଁରେ ବିଏନ୍‌ଏସ୍‌-୧୬୩ ଧାରା ଲାଗୁ, ନିୟମ ନମାନିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
  • ||
  • କଟକ : ମାଟ୍ରିକ୍‌ ପ୍ରଶ୍ନପତ୍ରରେ ରହିବ ୱାଟର୍‌ ମାର୍କ କୋଡ୍‌, ଭାଇରାଲ୍‌ ରୋକିବାକୁ ବୋର୍ଡର ପଦକ୍ଷେପ
  • ||
  • ନବରଙ୍ଗପୁର : ଯାତ୍ରୀବାହି ବସ୍‌ ଓ ପାଇପ ବୋଝେଇ ଟ୍ରକ୍‌ ମଧ୍ୟରେ ଧକ୍କା,୪ ଆହତ
  • ||
  • ବୁଧବାର ଅପରାହ୍ନରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ପାଇଁ ବନ୍ଦ ରହିବ ଦର୍ଶନ
  • ||
  • ବୌଦ୍ଧ : ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌, ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର ବିମାନବନ୍ଦରରୁ ୪ କୋଟିର ନିଶାଦ୍ରବ୍ୟ ଜବତ, ଜଣେ ଗିରଫ
  • ||

ଶାଢ଼ୀ କାନିରେ ପଥର ବାନ୍ଧି ଫୋପାଡ଼ିଦେଲେ, ମହିଳାଙ୍କ ପରିଚୟ ଅସ୍ପଷ୍ଟ

Published By : Prameya | March 26, 2024 2:21 PM

ଉଦଳା, ୨୬।୩: ହତ୍ୟା ପରେ ଶାଢ଼ୀ କାନିରେ ପଥର ବାନ୍ଧି ଡ୍ୟାମରେ ଫୋପାଡ଼ିଦେଲେ ମୃତଦେହ । ଡ୍ୟାମରେ ମୃତଦେହ ଭାସିବାରୁ ସାମ୍ନାକୁ ଆସିଲା ପୂରା ଘଟଣା । କପ୍ତିପଦା ଥାନା ସୋନଡ୍ୟାମରୁ ମିଳିଲା ମହିଳାଙ୍କ ମୃତଦେହ । ଶାଳଚୁଆ ଅଞ୍ଚଳର ଜଣେ ଯୁବକ ମାଛ ଧରିବା ପାଇଁ ଜାଲ ପକାଇବାକୁ ଡ୍ୟାମ୍‌ ଭିତରକୁ ଯାଇଥିଲେ । ଡ୍ୟାମ୍‌ ଭିତରେ ମୃତଦେହ ଭାସୁଥିବାର ଦେଖି ପୋଲିସକୁ ଖବର ଦେଇଥିଲେ । 

ଖବର ପାଇ କପ୍ତିପଦା ପୋଲିସ ଏବଂ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିବା ସହ ଦମକଳ ବିଭାଗ ଭାସୁଥିବା ମୃତଦେହକୁ କୂଳକୁ ଆଣିବା ପରେ ମୃତକ ଜଣେ ମହିଳା ବୋଲି ପୋଲିସ ଜାଣିବାକୁ ପାଇଥିଲା । ତେବେ ମୃତକଙ୍କ ପରିଚୟ ମିଳିନଥିବା ବେଳେ କୂଳରେ ମହିଳାଙ୍କ ମୃତଦେହ ଦେଖିବା ପରେ ତାଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଥିଲା । କାରଣ ମୃତ ମହିଳାଙ୍କ ଶାଢ଼ୀ କାନିରେ ଏକ ବଡ଼ ପଥର ବାନ୍ଧି ତାକୁ ଡ୍ୟାମ୍ ଭିତରକୁ ଫୋପାଡ଼ି ଦିଆଯାଇଥିବା ସ୍ପଷ୍ଟ ହୋଇଥିଲା । ତେଣୁ ମହିଳାଙ୍କୁ ଯୋଜନାବଦ୍ଧ ଭାବେ କେହି ହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି । ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।

 

 

 

 

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.