ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଦାଦାଙ୍କ ଆକାଉଣ୍ଟ୍‌ ଖାଲି କରିଦେଲା ପୁତୁରା, ଏଟିଏମ୍‌ ପିନ୍‌ ବଦଳାଇ ଉଠାଇନେଲା ୨ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା

ଭୁବନେଶ୍ୱର, ୩।୪: ଦାଦାଙ୍କ ବ୍ୟାଙ୍କ ଆକାଉଣ୍ଟ୍‌ରୁ ୨ ଲକ୍ଷ ୨୯ ହଜାର ଟଙ୍କା ଉଠାଇ ନେବା ଅଭିଯୋଗରେ ଏୟାରଫିଲ୍ଡ ଥାନା ପୁଲିସ ପୁତୁରାକୁ ଗିରଫ କରିଛି । ଗିରଫ ପୁତୁରା ଜଣକ ୩୨ ବର୍ଷୀୟ ବିକ୍ରମ ଭୋଇ । ଘର ଜଟଣୀ ତିରିମଲ । ପୁଲିସ ସୂଚନା ଅନୁଯାୟୀ, ଫେବ୍ରୁଆରୀ ୫ ତାରିଖରେ ବିକ୍ରମ ଏୟାରଫିଲ୍ଡ ଥାନା ପାଞ୍ଚଗାଁସ୍ଥିତ ଦାଦା ଅପର୍ତ୍ତି ଭୋଇଙ୍କ ଘରକୁ ବୁଲିବାକୁ ଆସିଥିଲେ । ଦାଦାଙ୍କ ଘରେ ରହିଥିଲେ । ଅପର୍ତ୍ତି ଜମି ବିକ୍ରିକରି ବ୍ୟାଙ୍କ୍‌ରେ ଟଙ୍କା ରଖିଥିବା ବିକ୍ରମ ଜାଣିବାକୁ ପାଇଥିଲେ । ସେ ତାଙ୍କ ଏଟିଏମ୍‌ କାର୍ଡ ପିନ୍‌ ବଦଳାଇ ଫେବ୍ରୁଆରୀ ୭ ତାରିଖରୁ ୧୮ ତାରିଖ ମଧ୍ୟରେ ଅପର୍ତ୍ତିଙ୍କ ଆକାଉଣ୍ଟ୍‌ରୁ ୨ ଲକ୍ଷ ୨୯ ହଜାର ଟଙ୍କା ଉଠାଇ ନେଇଥିଲେ । ତା’ପରେ ବିକ୍ରମ ଘରକୁ ପଳାଇଥିଲେ । 

ଉକ୍ତ ଟଙ୍କାରେ ସେ କିଛି ଧାରକରଜ ସୁଝିବା ସହ ଖର୍ଚ୍ଚବାର୍ଚ୍ଚ କରିଥିଲେ ଓ ଏକ ଦାମୀ ମୋବାଇଲ କିଣିଥିଲେ । ପରେ ଅପର୍ତ୍ତି ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ଯାଇ ତାଙ୍କ ଆକାଉଣ୍ଟ୍‌ରୁ ଟଙ୍କା ଉଠାଣ ହୋଇଥିବା ଜାଣିବାକୁ ପାଇଥିଲେ । ତେଣୁ ସେ ଏନେଇ ବିକ୍ରମଙ୍କୁ ପଚାରିବାରୁ ସେ ଓଲଟି ତାଙ୍କୁ ଗାଳିଗୁଲଜ କରିଥିଲେ । ଏନେଇ ଅପର୍ତ୍ତି ଏୟାରଫିଲ୍ଡ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା । ବିକ୍ରମଙ୍କ ଘରେ ପୁଲିସ ଚଢ଼ଉ କରି ୪ ହଜାର ଟଙ୍କା, ନୂଆ ମୋବାଇଲ କିଣା ବିଲ୍‌ ଜବତ କରିଥିଲା । ପଚରାଉଚରାରୁ ସେ ନିଜ ଦୋଷ ସ୍ୱୀକାର କରିଥିଲେ । ତେଣୁ ପୁଲିସ ବିକ୍ରମଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିଲା । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି ।

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.