ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ସହରରେ ନାଁ ଥିଲା ପାଣିର ସୁବିଧା; ନଥିଲା ବ୍ୟାଙ୍କ, ଡାକ୍ତରଖାନା, ଏବେ ସଭିଏଁ କୋଟିପତି

ନୂଆଦିଲ୍ଲୀ, ୫।୯: ଦୁନିଆରେ ଏପରି ଅନେକ ଜାଗା ରହିଛି, ଯେଉଁଠାରେ ଖୁବ୍ କମ୍‌ ଲୋକ ବାସ କରନ୍ତି । ଆଜି ଆମେ ଠିକ୍ ଏହିପରି ଏକ ସ୍ଥାନ ବାବଦରେ କହିବାକୁ ଯାଉଛୁ । ସେପରି ଏକ ଜାଗା ହେଉଛି ଆମେରିକାର ମେଣ୍ଟୋନ୍‌ ସହର । ଏଠାରେ ବାସ କରନ୍ତି ମାତ୍ର, ୫୮ ଲୋକ । କିନ୍ତୁ, ଆଶ୍ଚର୍ଯ୍ୟର କଥା କ’ଣ ଜାଣନ୍ତି ? ଏଠାରେ ବାସ କରୁଥିବା ୫୮ ଜଣଙ୍କ ମୋଟ୍‌ ଆୟ ଚକିତ କରିଦେବା ଭଳି । ଏଠାରେ ଥିବା ୫୮ ଜଣ କୋଟିପତି । ଜନ୍‌ ୱାଇଜ ନାମକ ଏହି ୟୁଟ୍ୟୁବର ଗତ ଜାନୁୟାରୀରେ ‘ଲଭିଂ କାଉଣ୍ଟି’ ଯାଇଥିଲେ । ସେଠାରେ ଥିବା ମେଣ୍ଟୋନ ସହର କିପରି ସବୁଠାରୁ ଭିନ୍ନ ତାହା ସେ ଦେଖାଇଥିଲେ । 

ବିଭିନ୍ନ ସହରକୁ ନେଇ ଗଠିତ ଅଞ୍ଚଳକୁ ଆମେରିକାରେ କାଉଣ୍ଟି କୁହାଯାଏ । ଏହା ରାଜ୍ୟଠାରୁ ଛୋଟ ଏବଂ ସହରଠାରୁ ବଡ଼ ହୋଇଥାଏ । ଜନ୍‌ ଟେକ୍ସାସ୍‌ ରାଜ୍ୟର ପଶ୍ଚିମରେ ଥିବା ଲଭିଂ କାଉଣ୍ଟିର ଏକ ଛୋଟ ସହର ମେଣ୍ଟୋନ । ଡେଲି ମେଲ୍‌ ନ୍ୟୁଜ୍‌ ୱେବସାଇଟ୍‌ ରିପୋର୍ଟ ଅନୁସାରେ, ମେଣ୍ଟୋନ ସହର ୧୯୩୧ରେ ବିକଶିତ ହୋଇଥିଲା । ୧୯୬୭ରେ ଏହି ସହରର ଜନସଂଖ୍ୟା ଥିଲା ୪୨ । ସେତେବେଳେ ସେଠାରେ ପାଣିର ସୁବିଧା ନ ଥିବାବେଳେ କୌଣସି ବ୍ୟାଙ୍କ, ଡାକ୍ତରଖାନା ଏପରିକି ଶ୍ମଶାନ ମଧ୍ୟ ନ ଥିଲା । ଏବେ ସେଠାରେ ପାଣି ଏବଂ ଅନ୍ୟ ସୁବିଧା ଥିଲେ ମଧ୍ୟ ଜନସଂଖ୍ୟା ସେହି ଅନୁସାରେ ବୃଦ୍ଧି ପାଉନାହିଁ । ୨୦୨୨ରେ ସେଠାରେ ପ୍ରଥମ କାଫେ ଖୋଲିଥିଲା । 

ୱାର୍ଲ୍ଡ ପପୁଲେସନ୍‌ ରିଭ୍ୟୁ ଅନୁସାରେ, ବର୍ତ୍ତମାନ ଏଠାକାର ଜନସଂଖ୍ୟା ୫୮ ଥିବାବେଳେ ଏହି ୟୁଟ୍ୟୁବର ଜଣକ କିନ୍ତୁ, ୬୪ ବୋଲି କହିଛନ୍ତି । ଏଠାରେ ଅନେକ ବଙ୍ଗଳା ନଷ୍ଟ ହୋଇଯାଇଛି ଏବଂ ଅନେକ ଖାଲି ପଡ଼ିରହିଛି । ଏଠାରେ ବହୁସଂଖ୍ୟାରେ ଅଏଲ ଫ୍ୟାକ୍ଟ୍ରି, ମେସିନ୍ ଓ ତୈଳ ଶିଳ୍ପ ରହିଛି । ରିପୋର୍ଟ ଅନୁସାରେ, ଏଠାକାର ଜନସଂଖ୍ୟା କମ୍‌ ହେଲେ ମଧ୍ୟ ସେମାନଙ୍କ ମୁଣ୍ଡପିଛା ଆୟ ଦେଶର ଅନ୍ୟ ସ୍ଥାନଗୁଡ଼ିକ ତୁଳନାରେ ଅଧିକ । ଏହା କେବଳ ଅଏଲ୍‌ ଇଣ୍ଡଷ୍ଟ୍ରି ଯୋଗୁଁ ସମ୍ଭବ ହୋଇଛି । ୨୦୨୧ରେ ପୁରା ଲଭିଂ କାଉଣ୍ଟିରେ ହାରାହାରି ଆୟ ଥିଲା ୯୫ ଲକ୍ଷ ଟଙ୍କା । ତେଣୁ ଏହାକୁ ଦୃଷ୍ଟିରେ ରଖିଲେ ସେଠାରେ ପ୍ରାୟ ସଭିଏଁ କୋଟିପତି ।

mentone town
city of 58 people
America

Copyright © 2022 - Summa Real Media Private Limited. All Rights Reserved.