ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ମାଈ ୱାଲାବି ଗୁରୁତର

ବାରଙ୍ଗ,୨୦/୦୪: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୩୭(ଜି) ଖୁଆଡ଼ରେ  ରହୁଥିବା ଏକମାତ୍ର ମାଈ ୱାଲାବି ଗୁରୁତର ହୋଇପଡ଼ିଛି । ଗୁରୁବାର ସନ୍ଧ୍ୟାରୁ ଉକ୍ତ ଖୁଆଡ଼ରେ ଓୟୁଏଟି ପ୍ରଫେସରଙ୍କ  ତତ୍ତ୍ୱାବଧାନରେ ପ୍ରାଣୀ ଚିକିତ୍ସକମାନେ  ତା’ର ଚିକିତ୍ସା ଜାରି ରଖିଛନ୍ତି । ୱାଲାବି ସ୍ୱାସ୍ଥ୍ୟ ସମ୍ପର୍କରେ କର୍ତ୍ତୃପକ୍ଷ କୌଣସି  ଉତ୍ତର ଦେଇନାହାନ୍ତି । ପ୍ରାଣୀ ଉଦ୍ୟାନର  ୩୭(ଜି) ନୂତନ ଖୁଆଡ଼ରେ ଦୁଇଟି ୱାଲାବି ଛଡ଼ାଯାଇଥିଲା। ଗତ ମାର୍ଚ୍ଚ ୧୨ରେ ଗୋଟିଏ  ଅଣ୍ଡିରା ୱାଲାବିର ମୃତ୍ୟୁ ହୋଇଥିବା ବେଳେ  ମାଈଟି ଏକାକି ରହୁଥିଲା । କିଛିଦିନ ହେବ  ୱାଲାବିଟି ଅସୁସ୍ଥ ହେବା ସହ ଗୁମସୁମ  ହୋଇ ଗୋଟିଏ ସ୍ଥାନରେ ବସି ରହୁଥିଲା ।  ପ୍ରାଣୀ ଚିକିତ୍ସକମାନେ ତା’ର ସ୍ୱାସ୍ଥ୍ୟ ପରୀକ୍ଷା  କରିବା ସହ ଦରକାରୀ ଚିକିତ୍ସା କରୁଥିଲେ ।  

ସୂଚନାଯୋଗ୍ୟ, ପ୍ରାୟ ୩୫ ବର୍ଷ ପରେ ହାଇଦ୍ରାବାଦର ଏକ ଫାର୍ମ ମାଧ୍ୟମରେ  ବାହାର ଦେଶରୁ ଦୁଇଟି (ଅଣ୍ଡିରା,ମାଈ)  ୱାଲାବି ପ୍ରାଣୀ ଉଦ୍ୟାନକୁ ଆସିଥିଲେ । ସେମାନଙ୍କୁ ଗତ ଡିସେମ୍ବର ୨୯ ନନ୍ଦନକାନନ  ପ୍ରତିଷ୍ଠା ଦିବସରେ ପର୍ଯ୍ୟଟକଙ୍କ ପାଇଁ  ନୂତନ ଖୁଆଡ଼ରେ ଅତିଥିମାନଙ୍କ ଦ୍ୱାରା  ଛଡ଼ାଯାଇଥିଲା । ଗତ ମାର୍ଚ୍ଚ ୧୨ରେ ଗୋଟିଏ  ଅଣ୍ଡିରା ୱାଲାବିର ମୃତ୍ୟୁ ହୋଇଥିବା ବେଳେ  କର୍ତ୍ତୃପକ୍ଷ ପୁଣି ଏକ ଅଣ୍ଡିରା ୱାଲାବି ଆଣି  ତାକୁ କ୍ୱାରେଣ୍ଟାଇନ ସେଣ୍ଟରରେ ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.