ନରସିଂହପୁର, ୭।୭: ନରସିଂହପୁର ବ୍ଲକ୍ ଅନ୍ତର୍ଗତ କମଳାଡିହ ଗ୍ରାମର ୫୫ ବର୍ଷୀୟ ଯୋଗେଶ୍ୱର ବେହେରାଙ୍କୁ ଏକ ଗୟଳ ମରଣାନ୍ତକ ଆକ୍ରମଣ କରିଛି । ଫଳରେ ତାଙ୍କ ପେଟରୁ ଅନ୍ତଃବୁଜୁଳା ବାହାରି ପଡ଼ିଛି । ଯୋଗେଶ୍ୱର ନିକଟସ୍ଥ ସାତକୋଶିଆ ଜଙ୍ଗଲକୁ ମଇଁଷି ଚରାଇବାକୁ ଯାଇଥିଲେ ।
ଠିକ୍ ଏହି ସମୟରେ ତାଙ୍କ ଉପରକୁ ଏକ ଗୟଳ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଯୋଡ଼ୁମୁ ମେଡିକାଲ ନିଆଯାଇଥିଲା । ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ପରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।