ପ୍ରମୁଖ ଖବର
  • ପୁରୀ : ଶ୍ରୀମନ୍ଦିର ହୁଣ୍ଡିରୁ ମିଳିଲା ୧ କେଜି ସୁନା, ବଜାର ମୂଲ୍ୟ ୭୦ଲକ୍ଷରୁ ଅଧିକ
  • ||
  • ଭୁବନେଶ୍ଵର : ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ବାଲେଶ୍ଵର, ବାରିପଦା, ଓ କେନ୍ଦ୍ରାପଡ଼ାରେ କରିବେ ପ୍ରଚାର
  • ||
  • ଭୁବନେଶ୍ଵର : କଂଗ୍ରେସ ପାଇଁ ପ୍ରଚାର କରିବାକୁ ଓଡ଼ିଶା ଆସୁଛନ୍ତି ଖଡଗେ, ଆସନ୍ତାକାଲି ସିମୁଳିଆରେ ରାହୁଲଙ୍କ ସମାବେଶ
  • ||
  • ଫେରିଲା ଗ୍ରୀଷ୍ମ ପ୍ରବାହ, ୩୧ ଯାଏଁ ତାପମାତ୍ରା ୨ ରୁ ୪ ଡିଗ୍ରୀ ବଢିବ, ଗୁଳୁଗୁଳି ସାଙ୍ଗକୁ କଲବଲ କରିବ ତାତି
  • ||

ପ୍ରଧାନମନ୍ତ୍ରୀଙ୍କ ମାଆଙ୍କର ସ୍କେଚ୍‌ ନେଇ ରାଲିରେ ପହଞ୍ଚିଲେ ଯୁବତୀ, ତୁରନ୍ତ ମିଳିଗଲା ପୁରସ୍କାର

ନୂଆଦିଲ୍ଲୀ – ଲୋକସଭାର ୩ୟ ପର୍ଯ୍ୟାୟ ପାଇଁ ନିର୍ବାଚନ ପ୍ରଚାର ଜୋରଦାର ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର କର୍ଣ୍ଣାଟକର ବାଗଲକୋଟରେ ଏକ ଜନସଭାକୁ ସମ୍ୱୋଧିତ କରୁ ଥିଲେ। ଏହି ସମୟରେ ଭିଡ଼ରେ ଜଣେ ଯୁବତୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ମାଆଙ୍କର ସ୍କେଚ୍‌(ଫଟୋ) ଉପରକୁ ଉଠାଇ ଥିଲେ। ସେ ଚାହୁଁଥିଲେ କି କୌଣସି ପ୍ରକାରେ ପ୍ରଧାନମନ୍ତ୍ରୀଙ୍କ ନଜର ଏହି ଫଟୋ ଉପରେ ପଡ଼ିଯାଉ। ତାଙ୍କର ସୌଭାଗ୍ୟ କି ପିଏମ୍‌ ମୋଦି ପ୍ରବଳ ଭିଡ଼ ଭିତରେ ତାକୁ ଦେଖି ପାରିଲେ ଏବଂ ସେହି ଫଟୋକୁ ନିଜ ପାଖକୁ ମଗାଇଲେ। ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, ଏସପିଜି ଲୋକ ଏହି ଝିଅଟି ଏକ ଫଟୋ ନେଇ ଆସିଛନ୍ତି। ତାଙ୍କର ଫଟୋକୁ ନେଇଛି ଆସ।

ପ୍ରଧାନମନ୍ତ୍ରୀ ମୋଦି ଯୁବତୀଙ୍କୁ କହିଥିଲେ , ଏହି ଫଟୋ ଉପରେ ନିଜର ନାଁ ଓ ଠିକଣା ଲେଖି ଦିଅ। ମୁଁ ତୁମକୁ ଚିଠି ନିଶ୍ଚୟ ପଠାଇବି। ଏହାପରେ ସେଠାରେ ଲୋକେ ମୋଦି ମୋଦି କହି ଜୋରରେ ପାଟି କରି ଥିଲେ। ସଂପୃକ୍ତ ଯୁବତୀଙ୍କର ବି ଖୁସିର ସୀମା ନଥିଲା। ସେ ଖୁସିରେ ନାଚି ଉଠି ଥିଲେ।

କହି ରଖୁଛୁ କି, ବାଗଲକୋଟର ରାଲି ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧିଙ୍କ ଉପରେ ଖୁବ୍‌ ଟାର୍ଗେଟ୍‌ କରି ଥିଲେ। ସେ ଡିପଫେକ୍‌ ଭିଡ଼ିଓକୁ ନେଇ ମଧ୍ୟ ଲୋକଙ୍କୁ ସତର୍କ କରାଇ ଥିଲେ। ସେ କହିଥିଲେ ଯେ, ୨୦୨୪ର ନିର୍ବାଚନ ଭାରତର ଭବିଷ୍ୟତ ସ୍ଥିର କରିବାକୁ ଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.