କେନ୍ଦୁଝର ସଦର ୦୨/୦୯: ଜଙ୍ଗଲରେ ଉତ୍ପାତ ହେଉଛନ୍ତି ନଅ ଟିକିଆ ହାତୀ ପଲ। ସଂଧ୍ୟା ହେଲେ ଚାଷ ଜମି ସହିତ ଜନ ବସତି ମୁହାଁ ହେଉଛନ୍ତି। ଯାହା ଫଳରେ ଭୟଭୀତ ହୋଇ ରହିଛନ୍ତି ଗାଁ ଲୋକେ। ଖାଲି ସେତିକି ନୁହେଁ ହାତୀଙ୍କ ପାଇଁ ହେଉଥିବା ବିଦ୍ୟୁତ୍ କାଟ୍ ଯୋଗୁ ଜନ ବସତି ଲୋକେ ଅନ୍ଧାରରେ କଲବଲ ହେଉଛନ୍ତି।
ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲା ସଦର ବନାଞ୍ଚଳ ଅନ୍ତର୍ଗତ ବେଲଦା ବିଟ ମଇଦାନକେଲ୍ ସଂରକ୍ଷିତ ଜଙ୍ଗଲରେ ନଅ ଟିକିଆ ହାତୀ ପଲ ଉତ୍ପାତ ଜାରୀ ରଖିଛନ୍ତି । ସଂଧ୍ୟା ହେଲେ ମାତ୍ରେ ଚାଷ ଜମି ସହିତ ଜନ ବସତି ମୁହାଁ ହେଉଛନ୍ତି ହାତୀ । ଫଳରେ ଜଙ୍ଗଲ ନିକଟ ବର୍ତ୍ତି ଘର ଲୋକେ ଭୟଭୀତ ହେଉଛନ୍ତି। ଏଣେ ହାତୀ ପାଇଁ ଲାଇନ୍ କାଟ ଯୋଗୁଁ ଜନ ବସତି ଲୋକେ ଅନ୍ଧାରରେ ଅଧିକ ଘାଣ୍ଟି ହେଉଛନ୍ତି। ବନ ବିଭାଗ ପକ୍ଷରୁ ଜଙ୍ଗଲ ନିକଟ ବର୍ତ୍ତି ଜନ ବସତିରେ ସୌରଚାଳିତ ଲାଇଟ୍ ଲଗାଇବାର ବ୍ୟବସ୍ଥା କଲେ ଲୋକ ମାନେ କିଛି ମାତ୍ରାରେ ଭୟରୁ ରକ୍ଷା ପାଇପାରନ୍ତେ ବୋଲି ସ୍ଥାନୀୟ ଲୋକମାନେ ଦାବି କରଛନ୍ତି।
ଅନ୍ୟପଟେ ହାତୀ ଯେତିକି ଫସଲ ଖାଉଛନ୍ତି ତା ଠାରୁ ଅଧିକ ଚାଷ ଜମିକୁ ମାଡ଼ି ନଷ୍ଟ କରୁଛନ୍ତି । ବନ ବିଭାଗ ପକ୍ଷରୁ ଉଭୟ ହାତୀ ଏବଂ ଲୋକଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି ବନପାଳ କହିଛନ୍ତି। ବର୍ତ୍ତମାନ୍ ହାତୀ ଗୁଡିକ ମଇଦାନକେଲ୍ ଜଙ୍ଗଲରେ ଡେରା ପକାଇଛନ୍ତି।