କାଶୀପୁର ୩୧/୦୫ ଗତ ଆଠ ମାସ ତଳେ ଦାଦନ ଖଟିବାକୁ କେରଳ ରାଜ୍ୟକୁ ଯାଇଥିବା କାଶୀପୁର ବ୍ଲକ ତଳ ମାଳି ଗାଁର ହଳ ଧର ଗୌଡ଼ଙ୍କ ସନ୍ଦେହଜନକ ମୃତ୍ୟୁ ହୋଇ ଥିବାର ଖବର ମିଳିଛି । ପୁଅର ମର ଶରୀରକୁ ନିଜ ଗ୍ରାମରେ ପହଞ୍ଚିବାର ବ୍ୟବସ୍ଥା କରିବା ନିମନ୍ତେ ମୃତ ହଳଧରଙ୍କ ପିତା ମଣିଶ୍ୱର ଗୌଡ଼ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି । ଏ ସମ୍ପର୍କରେ ମଣିଶ୍ୱର ଆଜି କାଶୀପୁର ଥାନାରେ ଜଣାଇ ଛନ୍ତି ।
ସୂଚନାଯୋଗ୍ୟ ,ମୃତ ଯୁବକ ଜଣକ ଗତ ୮ ମାସ ତଳେ କେରଳର ପାଇପୁଲି ଥାନା ଅର୍ନ୍ତଗତ ଟି କଡି ଗ୍ରାମର ଏକ କମ୍ପାନୀରେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ । କିନ୍ତୁ କୌଣସି କାରଣରୁ ଆଜି ସକାଳେ କାମକୁ ଯାଇ ନ ଥିବା ବେଳେ ଅପରାହ୍ନରେ ତାଙ୍କ ମୃତ ଶରୀର ରହୁଥିବା କୋଠରୀ ଝୁଲୁଥିବାର ସାଥିମାନେ ଦେଖିପାରିଥିଲେ । ଏ ସମ୍ପର୍କରେ ଆଜି ସନ୍ଧ୍ୟାରେ ପରିବାର ଲୋକଙ୍କୁ ଖବର ମିଳି ଥିଲା । କାଶୀପୁର ବ୍ଳକରୁ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଥିବା ଶ୍ରମିକଙ୍କ ଅନେକ ସମୟରେ ବିଭିନ୍ନ କାରଣରୁ ମୃତ୍ୟୁ ହୋଇଛି । ଦାଦନ ଚାଲାଣ ରୋକିବା ଦିଗରେ ସରକାର ଅନେକ ଯୋଜନା ମଧ୍ୟ କରିଛନ୍ତି । କିନ୍ତୁ ପ୍ରଶାସନ ର ଆନ୍ତରିକତା ଅଭାବରୁ ଏହା କାର୍ଯ୍ୟ କାରୀ ହୋଇ ପାରୁ ନଥିବାର ଅଭିଯୋଗ ହେଉଛି ।ଶ୍ରମିକଙ୍କ ମୃତ୍ୟୁର ଉପଯୁକ୍ତ ତଦନ୍ତ କରାଯାଇ ମୃତ ଦେହକୁ ନିଜ ଗ୍ରାମରେ ପହଞ୍ଚାଇବା ଦିଗରେ ଜିଲ୍ଲା ପ୍ରଶାସନ ସହଯୋଗ କରିବାକୁ ନିବେଦନ କରାଯାଉଛି।