ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ସ୍ତ୍ରୀକୁ ବଞ୍ଚାଇବାକୁ ଆସିଲା ବେଳେ ପଡ଼ିଲା ଚଡ଼କ, ବଜ୍ରାଘାତରେ ସ୍ଵାମୀ ମୃତ

ଠାକୁରମୁଣ୍ଡା, ୧୮/୦୩ : ଠାକୁରମୁଣ୍ଡା ଅଞ୍ଚଳରେ ସୋମବାର ସକାଳେ ପ୍ରବଳ ବର୍ଷା ଏବଂ ବଜ୍ରପାତ ଯୋଗୁଁ ଅନେକ କ୍ଷୟକ୍ଷତି ଘଟିଛି। ବଜ୍ରପାତରେ ଜଣେ ବ୍ୟକ୍ତିର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଉଛନ୍ତି ବାଇଧର ସାମାଡ଼ (୪୪ ବର୍ଷ)।

ଘଟଣାରୁ ପ୍ରକାଶ ଯେ, ସୋମବାର ଭୋର ସମୟରେ ବର୍ଷା ହେବାରୁ ଠାକୁରମୁଣ୍ଡା ବ୍ଲକ ଜରକ ଗ୍ରାମପଞ୍ଚାୟତ ମାଣିକ ସାହିର ବାଇଧର ସାମାଡ଼ଙ୍କ ପତ୍ନୀ ବୁଧୁନି ବାହାରେ ଶୁଖୁଥିବା ଲୁଗା ଆଣିବାକୁ ଯାଇଥିଲେ। ଏହି ସମୟରେ ବଜ୍ରପାତ ହେବାରୁ ବୁଧୁନି ତଳେ ପଡ଼ି ଚିତ୍କାର କରିଥିଲେ। ସ୍ତ୍ରୀଙ୍କ ଚିତ୍କାର ଶୁଣି ସ୍ଵାମୀ ବାଇଧର ବାହାରକୁ ଚାଲି ଆସିଥିଲେ। ଏହି ସମୟରେ ଆଉ ଏକ ବଜ୍ରାଘାତରେ ବାଇଧରଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ଉଭୟ ଖାଲି ପାଦରେ ଥିବା ହେତୁ ଏଭଳି ଅଘଟଣ ଘଟିଥିବା ଜଣାପଡ଼ିଛି। ପ୍ରଶାସନ ପକ୍ଷରୁ ମୃତକଙ୍କ ପରିବାରକୁ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଜଣାଇଛନ୍ତି।

ସେହିପରି ଠାକୁରମୁଣ୍ଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜାମୁନାଳିଆ ଗ୍ରାମରେ ବଜ୍ରପାତ କାରଣରୁ ଗୋଟିଏ ଗାଈ ଏବଂ ଗୋଟିଏ ବାଛୁରୀର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେବେ ଅନ୍ୟାନ୍ୟ ଅଞ୍ଚଳରେ କ୍ଷୟକ୍ଷତି ସମ୍ପର୍କରେ ସୂଚନା ହସ୍ତଗତ ହୋଇନି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.