ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜଧାନୀରେ ଲୁଟ୍ ରୋକିବାକୁ ପୋଲିସର ନୂଆ ଷ୍ଟ୍ରାଟେଜି, ଆପାର୍ଟମେଣ୍ଟକୁ ଯାଇ ଲୋକଙ୍କୁ କରିବ ସଚେତନ
  • ||
  • ଆଇଜଲ : ମିଜୋରାମ ବିଧାନସଭା ନିର୍ବାଚନ: ୮ରେ ଶପଥ ନେବେ ଲାଲଦୁହୋମା
  • ||
  • ନୀଳଗିରି : ଘରେ ପଶି ମହିଳାଙ୍କୁ ଗୁଳି ମାରିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ମିଗଜାଉଁ ବଳ କମିଲା, ଦକ୍ଷିଣ ଓ ପଶ୍ଚିମରେ ଅଳ୍ପ ବର୍ଷା ସମ୍ଭାବନା
  • ||
  • କଟକ : ସରିଲା ବାଲିଯାତ୍ରା, ୯ ଦିନରେ ମେଳା ବୁଲିଲେ ୬୦ ଲକ୍ଷରୁ ଅଧିକ
  • ||

ଭାରସାମ୍ୟ ହରାଇ ଗଛରେ ପିଟିଲା ପିକଅପ୍, ୨ ଆହତ

ଜହ୍ନାପଙ୍କ, ୦୯/୦୯ : ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଗଛରେ ପିଟିହେଲା ପିକଅପ୍। ୨ ଆହତ। ବୌଦ୍ଧ ଥାନା ୫୭ନଂ ଜାତୀୟ ରାଜପଥ ଜହ୍ନାପଙ୍କ ଫାଣ୍ଡି ଅନ୍ତର୍ଗତ ବୁରକଟା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଭୋର୍ ପ୍ରାୟ ସାଢେ ୪ଟା ବେଳେ ଏହି ଦୁର୍ଘଟଣା ଘଟିଛି।  

ସୂଚନାନୁଯାୟୀ, ଓଡି ୩୩ ଏଡି ୩୬୮୧ ନମ୍ଵର ବିଶିଷ୍ଟ ଏକ ପିକଅପ୍ ଗାଡି ଜହ୍ନାପଙ୍କ ଫାଣ୍ଡି ଅନ୍ତର୍ଗତ ବୁରକଟା ଛକ ନିକଟରେ ଭାରସାମ୍ୟ ହରାଇ ବାମ ପାର୍ଶ୍ୱରେ ଥିବା ଏକ ଗଛରେ ପିଟି ହୋଇଥିଲା। ଫଳରେ ଗାଡି ଭିତରେ ଚାପି ହୋଇ ଡ୍ରାଇଭର୍ ଓ ହେଲପର୍ ଆହତ ହୋଇଛନ୍ତି। ଆହତମାନେ ହେଲେ କଟକ ଜିଲ୍ଲା ଚୌଦ୍ଵାର ଗ୍ରାମର ଡ଼୍ରାଇଭର ସଂଗ୍ରାମ ମହାପାତ୍ର ଓ ହେଲପର ବିଜୟ ଲେଙ୍କା। 

କୌଣସି ସୂତ୍ରରୁ ଖବର ପାଇ ବୌଦ୍ଧ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଗ୍ୟାସ୍ କଟରରେ ଡ୍ରାଇଭର ଓ ହେଲ୍ପରଙ୍କୁ ଉଦ୍ଧାର କରି ବୌଦ୍ଧ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡ୍ରାଇଭରଙ୍କ ମୁଣ୍ଡ ଓ ଗୋଡ଼ରେ ଆଘାତ ଲାଗିଥିବା ବେଳେ ହେଲପର ମଧ୍ୟ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି। 

ସୂଚନା ଅନୁଯାୟୀ, ରାଉରକେଲାରୁ ଷ୍ଟିଲ ସାମଗ୍ରୀ ନେ଼ଇ ଭୁବନେଶ୍ବର ଯାଉଥିବା ବେଳେ ଡ୍ରାଇଭରର ଆଖି ଲାଗିଯିବାରୁ ଏହି ଦୁର୍ଘଟଣା ଘଟିଥିଲା। ଘଟଣା ସ୍ଥଳରେ ଜହ୍ନାପଙ୍କ ଫାଣ୍ଡି ପୋଲିସ ପହଞ୍ଚି ସାମଗ୍ରୀ ଗୁଡ଼ିକୁ ଫାଣ୍ଡିକୁ ନେଇଥିବା ଜଣାପଡିଛି।

  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.