ପ୍ରମୂଖ ଖବର
  • ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା, ହୋଇପାରନ୍ତି ଗିରଫ
  • ||
  • ଦକ୍ଷିଣ ମୋଡ଼ ନେଇ ନାକଚଣା ଦ୍ୱାରରେ ଲାଗିଲା ତାଳଧ୍ୱଜ, ଦର୍ପଦଳନ, ଆଜି ନନ୍ଦିଘୋଷର ଦକ୍ଷିଣ ମୋଡ଼
  • ||
  • ଆସୁଛି ଲଘୁଚାପ: ରବିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା, ୧୫ରୁ ୨୧ ଯାଏଁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||

ଟ୍ରେଲରକୁ ପିଟିଲା ଟ୍ରକ୍, ଜଣେ ଗୁରୁତର

ବାଲୁଗାଁ, ୦୭/୦୯ : ଟ୍ରେଲରକୁ ପିଟିଲା ଟ୍ରକ୍, ଜଣେ ଗୁରୁତର। ଗୁରୁବାର ସକାଳୁ ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବରଡ଼ି ଢ଼ାବା ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। 

ସୂଚନା ମୁତାବକ, ଗୁରୁବାର ସକାଳୁ ଆନ୍ଧ୍ରରୁ ଭୁବେନେଶ୍ୱର ଅଭିମୁଖେ ଏକ ଅଦା ବୋଝେଇ ଟ୍ରକ୍ ଓ ଟ୍ରେଲର ଆଗ ପଛ ହୋଇ ଯାଉଥିଲା। ନାଚୁଣୀ ବରଡ଼ି ଢ଼ାବା ନିକଟରେ ଏକ ଅଦା ବୋଝେଇ ଟ୍ରକର ଚକା ଫାଟିଯିବାରୁ ଆଗରେ ଯାଉଥିବା ଟ୍ରେଲରକୁ ଶକ୍ତ ଧକ୍କା ଦେଇଥିଲା। ଫଳରେ ଅଦା ବୋଝେଇ ଟ୍ରକର ସମ୍ମୁଖ ଭାଙ୍ଗି ହୋଇଯାଇଥିବା ବେଳେ ଟ୍ରକ୍ ଚାଳକ କ୍ୟାବିନରେ ଚାପି ହୋଇଯାଇଥିଲେ । ଖବର ପାଇ ନାଚୁଣୀ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍ ଚାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ତାଙ୍କୁ ଟାଙ୍ଗୀ ମେଡିକାଲଙ୍କୁ ନିଆଯାଇଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.