ଫିରିଙ୍ଗିଆ ୩୦/୦୫: ପାରିବାରିକ କଳହ ନେଲା ଜୀବନ I ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେବାପରେ ଉଭୟେ ସ୍ୱାମୀ ସ୍ତ୍ରୀ କଥା ହୋଇ ଖାଇଦେଲେ ବିଷ I ହେଲେ ବିସକ୍ରିୟାରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ମେଡିକାଲ ବେଡ଼ରେ ପଡି ଛଟପଟ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛି I ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା ଅଧୀନରେ ଥିବା ପକାରୀ ପଂଚାୟତ ର ବିଲୁରୀ ଗାଁ ରେ I
ସୂଚନା ଅନୁସାରେ, ଗତ ମଙ୍ଗଳବାର ଦିନ ବିଳମ୍ବିତ ରାତିରେ ଏହି ବିଲୁରୀ ଗାଁର ସୁଶାନ୍ତ କହଁର ଓ ତାଙ୍କ ସ୍ତ୍ରୀ ପାନୁରି କହଁରଙ୍କ ମଧ୍ୟ୍ୟରେ କୌଣସି ଘରୋଇ କଥାକୁ ନେଇ ଗଣ୍ଡଗୋଳ ହୋଇଥିଲା I ପରେ ଉଭୟ ସ୍ୱାମୀ ସ୍ତ୍ରୀ କଥାହୋଇ ବିଷ ପି ଦେଇଥିଲେ I ପରେ ଅନ୍ୟପରିବାର ଲୋକେ ଏକ ଅଟୋ ଭଡା କରି ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ ପ୍ରଥମେ ବାଲନ୍ଦାପଡା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ I ପରେ ଉଭୟଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ସ୍ଥାନାନ୍ତର କରାଯାଇଥିଲା I
ତେବେ ବୁଧବାର ବିଳମ୍ବିତ ରାତିରେ ସ୍ତ୍ରୀ ପାନୁରିର ମୃତ୍ୟୁ ହୋଇଥିବା ବେଳେ ବର୍ତମାନ ମଧ୍ୟ୍ୟ ସ୍ୱାମୀ ସୁଶାନ୍ତର ଅବସ୍ଥା ଶଙ୍କଟାପର୍ଣ୍ଣ ରହିଥିବା ସୂଚନା ମିଳିଛି I ଘଟଣା ସମ୍ପର୍କରେ ସୂଚନା ପାଇ ଗୋଛାପଡା ଥାନା ଅଧିକାରୀ ପ୍ରଭାତ କୁମାର ବେହେରାଙ୍କ ନିର୍ଦେଶ କ୍ରମେ ଥାନାରେ କାର୍ଯ୍ୟରତ ଏଏସଆଇ ହେମସାଗର ଭୋଇ ଅନ୍ୟ କିଛି କର୍ମଚାରୀଙ୍କ ସହ ଫୁଲବାଣୀ ମେଡିକାଲରେ ପହଂଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠେଇ ଦେଇ ଅଧିକ ତଦନ୍ତ ଜାରି ରଖିଛନ୍ତି I ଅନ୍ୟପଟେ ଏହି ଘଟଣାକୁ ନେଇ ଗୋଛାପଡା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ପ୍ରଭାତ କୁମାର ବେହେରା I