ବାଙ୍କୀ, ୦୪/୦୪ : ବନ୍ଧୁ ଘରକୁ ଆସି ନଦୀକୁ ଗାଧୋଇଯିବା ପଡ଼ିଲା ମହଙ୍ଗା। ମହାନଦୀରେ ସାଥି ପିଲାଙ୍କ ସହ ଗାଧୋଉଥିବା ବେଳେ ବୁଡ଼ିଗଲେ ଯୁବକ। ବାଙ୍ଗୀ ସହଙ୍ଗା ଗୋପାଳପୁର ଗ୍ରାମ ମହାନଦୀ ତୁଠରେ ଏଭଳି ଅଭାବନୀୟ ଘଟଣା ଘଟିଛି।
ସୂଚନାନୁଯାୟୀ, ଢେଙ୍କାନାଳ ଖଣ୍ଡାହାତ ଗ୍ରାମର ରାକା (୨୩ ବର୍ଷ) ତାଙ୍କ ବନ୍ଧୁ ଘର ବାଙ୍କୀ ଗୋପାଳପୁରକୁ ଆସିଥିଲେ। ସାଙ୍ଗମାନଙ୍କ ସହ ମହାନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ନଦୀରେ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ଡଙ୍ଗା ସାହାଯ୍ୟରେ ତାଙ୍କୁ ଖୋଜାଖୋଜି ଆରମ୍ଭ କରିବା ସହ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଡମପଡା ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛି। ଏପର୍ଯ୍ୟନ୍ତ ଯୁବକଙ୍କ ଖୋଜ ଖବର ମିଳିନାହିଁ।