ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆଜି ଯଦି ଏହି ଖେଳାଳି ରନ୍‌ ନକରନ୍ତି ଏହା ହୋଇପାରେ ତାଙ୍କର ଶେଷ ଆଇପିଏଲ ମ୍ୟାଚ୍‌ : ଆକାଶ ଚୋପ୍ରା

ନୂଆଦିଲ୍ଲୀ : ଲକ୍ଷ୍ନୌ ସୁପର ଜଏଣ୍ଟସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଆଜି ଅର୍ଥାତ୍‌ ୧୨ ଅପ୍ରେଲ୍‌ରେ ଆଇପିଏଲ ୨୦୨୪ର ୨୬ ତମ ମୁକାବିଲା ଖେଳା ଯାଉଛି। ଉକ୍ତ ମ୍ୟାଚ୍‌ର ପୂର୍ବରୁ ପୂର୍ବତନ କ୍ରିକେଟର ତଥା ବର୍ତ୍ତମାନର ଏକ୍ସପର୍ଟ ଆକାଶ ଚୋପ୍ରା ଏଲଏସଜିର ଦେବଦତ୍ତ ପଡିକ୍କଲଙ୍କୁ ଚେତାଇ ଦେଇଛନ୍ତି। ତାଙ୍କର କହିବାନୁସାରେ , ଯଦି ଏହି ବ୍ୟାଟ୍ସମ୍ୟାନ ଆଜି ବ୍ୟାଟିଂରେ ଧମାକା ନକରନ୍ତି ତ ଏହା ତାଙ୍କର ଏହି ସିଜନର ଶେଷ ମ୍ୟାଚ୍‌ ହୋଇପାରେ। 

କହି ରଖୁଛୁ କି , ଦେବଦତ୍ତ ପଡିକ୍କଲ ଆଇପିଏଲ ୨୦୨୪ରେ ଏବେସୁଦ୍ଧା ୪ଟି ମୁକାବିଲା ଖେଳିଛନ୍ତି , ଯେଉଁଥିରେ ସେ ୦,୯,୬ ଓ ୭ ରନ୍‌ କରିଛନ୍ତି । ସେ ଗୋଟିଏ ଥର ବି ଏହି ସିଜନ ଦୁଇ ଅଙ୍କ ଛୁଇଁ ପାରି ନାହାନ୍ତି। ଲକ୍ଷ୍ନୌ ସୁପର ଜଏଣ୍ଟସ ଏହି ସିଜନର ନିଲାମୀର ପୂର୍ବରୁ ଦେବଦତ୍ତ ପଡିକ୍କଲଙ୍କୁ ରାଜସ୍ଥାନ ରୟାଲ୍ସରେ ଟ୍ରେଡ୍‌ କରି ଥିଲା। 

ଆକାଶ ଚୋପ୍ରା ବାମ ହାତର ଏହି ବ୍ୟାଟ୍ସମ୍ୟାନଙ୍କୁ ନେଇ କହିଛନ୍ତି , ନୂଆ ବଲ୍‌ ଏଠାରେ ଘୂରିଥାଏ। ନୂଆ ବଲ ଏକ ବିପଦ। ଏଥିପାଇଁ ମୁଁ ଭାବୁଛି କି- ଚାଲ ଏବେ ବି କେଏଲ୍‌ ରାହୁଲଙ୍କ ସହ ଚାଲିବା। ଯଦି ନୂଆ ବଲ୍ ବିପଦ ତ କ୍ୱିଣ୍ଟନ  ଡି କକ୍‌ ହିଟ୍‌ କରିବାକୁ ଚେଷ୍ଟା କରିବେ ଏବଂ ନମ୍ୱର-୩ରେ ଦେବଦତ୍ତ ପଡିକ୍କଲଙ୍କ ପାଖରେ ଫର୍ମ ନାହିଁ। ଯଦି ଆଜି ଦେବଦତ୍ତ ପଡିକ୍କଲ ରନ୍‌ ନକରନ୍ତି ତ ଏହି  ସିଜନର ଶେଷ ମ୍ୟାଚ୍‌ ହୋଇପାରେ। 

ସେ ଆହୁରି କହିଛନ୍ତି ,ଯଦି ଆଜି ସେ ରନ୍‌ କରୁଛନ୍ତି ତ ବହୁତ ଭଲ ହେବ , ମୁଁ ମଧ୍ୟ ତାଙ୍କୁ ଭଲ ପାଏ। କିନ୍ତୁ ଯଦି ସେ ଏମିତି କରିବାରେ ଅସଫଳ ରୁହନ୍ତି ତ ଦୀପକ ହୁଡ୍ଡା ତାଙ୍କୁ ରିପ୍ଲେସ କରି ପାରନ୍ତି। ଖଲୀଲ ଅହମ୍ମଦ ସେଠାରେ ବାମ ହାତର ବ୍ୟାଟିଂର ବିରୋଧରେ ରହିବେ। ଏଥିପାଇଁ ମୁଁ ଡାହାଣ ହାତର ବ୍ୟାଟିଂ ଆଡ଼କୁ ଯାଉଛି। ଯିଏ ଟିକିଏ ସାବଧାନରେ ଖେଳିବେ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.