ପ୍ରମୂଖ ଖବର
  • ମୁମ୍ବାଇ: ଭୁଶୁଡିଲା ତିନି ମହଲା କୋଠା,ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସିଏମ୍ କେଜ୍ରିଓ୍ବାଲ ଏବଂ ମୁଖ୍ୟମନ୍ତ୍ରୀ ମାନ ପରିବାର ସହ ରାମଲଲାଙ୍କ କଲେ ଦର୍ଶନ, ସେୟାର କଲେ ଫଟୋ

ନୂଆଦିଲ୍ଲୀ,୧୨/୨ : ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ନିଜ ପରିବାର ସଦସ୍ୟଙ୍କ ସହ ସୋମବାର ଅଯୋଧ୍ୟାରେ ପହଞ୍ଚିଛନ୍ତି । ସେ ସପରିବାର ରାମଲଲାଙ୍କ ଦରବାରରେ ପହଞ୍ଚି ଦର୍ଶନ କରିଛନ୍ତି। ସେ ନିଜ ବାପା-ମା’ ଏବଂ ସ୍ତ୍ରୀଙ୍କ ସହ ରାମଲଲାଙ୍କ ଦର୍ଶନ କରିଛନ୍ତି । ଏହି ସମୟରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ବି ଉପସ୍ଥିତ ଅଛନ୍ତି । ସେ ସୋସିଆଲ ମିଡ଼ିଆରେ ଅଯୋଧ୍ୟାରେ ଭଗବାନ ଶ୍ରୀରାମଙ୍କୁ ଦର୍ଶନକୁ ନେଇ ସୂଚନା ଦେଇଛନ୍ତି ।

ସେ ସୋସିଆଲ ମିଡ଼ିଆରେ ଲେଖିଛନ୍ତି କି, ବାପା-ମା’ ଏବଂ ନିଜ ସ୍ତ୍ରୀଙ୍କ ସହ ଆଜି ଅଯୋଧ୍ୟାରେ ପହଞ୍ଚି ଶ୍ରୀରାମ ମନ୍ଦିରରେ ରାମଲଲାଙ୍କ ଦିବ୍ୟ ଦର୍ଶନ କରିବାର ସୌଭାଗ୍ୟ ପ୍ରାପ୍ତ ହୋଇଛି । ଏହି ଅବସରରେ ଭଗଓ୍ବନ୍ତ ଜି ଏବଂ ତାଙ୍କ ପରିବାର ବି ସାଙ୍ଗରେ ଥିଲେ । ସମସ୍ତେ ମିଶି ମର୍ଯ୍ୟଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଜୀଙ୍କ ଦର୍ଶନ କରିଛନ୍ତି ଏବଂ ଦେଶର ଉନ୍ନତି ସହ ସମସ୍ତ ମଣିଷର କଲ୍ୟାଣ ନେଇ ପ୍ରାର୍ଥନା କରିଛନ୍ତି ।

ଅଯୋଧ୍ୟାରେ ରାମ ଲଲାଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଆମ ଆଦମୀ ପାର୍ଟିର ସଂଯୋଜକ ଏବଂ ଦିଲ୍ଲୀର ସିଏମ୍ ଅରବିନ୍ଦ କେଜ୍ରିଓ୍ବାଲ କହିଛନ୍ତି କି, ରାମଲଲାଙ୍କ ପୂଜା ପରେ ମୋତେ ବହୁତ ଖୁସି ଅନୁଭବ ହୋଇଛି । ପ୍ରତ୍ୟେକ ଦିନ ଲକ୍ଷାଧିକ ଭକ୍ତ ଏଠାକୁ ଆସିଥାନ୍ତି । ଏଠାରେ ପ୍ରେମ ଏବଂ ଭକ୍ତି ସତରେ ହୃଦୟକୁ ଛୁଇଁବା ଭଳି । ଆମେ ସମସ୍ତଙ୍କ କଲ୍ୟାଣ ଲାଗି ପ୍ରାର୍ଥନା କରିଛୁ ।

ସେହିଭଳି ଅଯୋଧ୍ୟାରେ ରାମ ମନ୍ଦିରରେ ପୂଜାର୍ଚ୍ଚନା ପରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ କହିଛନ୍ତି କି, ରାମଲଲାଙ୍କ ଦର୍ଶନର ବହୁ ଲମ୍ବା ସମୟରୁ ଇଚ୍ଛା ଥିଲା । ମୁଁ ଦେଶର କଲ୍ୟାଣ ଲାଗି ଭଗବାନଙ୍କୁ ପ୍ରାର୍ଥନା କରିଛି ।  ପ୍ରକାଶ ଯେ, ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାରେ ସିଏମ କେଜ୍ରିଓ୍ବାଲ ଯାଇନଥିଲେ । ସେ କହିଥିଲେ କି ନିମନ୍ତ୍ରଣ ମିଳିନାହିଁ । ମାତ୍ର ସିଏମ ଏହା କହିଥିଲେ କି ପ୍ରାଣ ପ୍ରତିଷ୍ଠା ପରେ ସେ ନିଜ ପରିବାର ସହ ନିଶ୍ଚିତ ଯିବେ । ସିଏମ୍ କେଜ୍ରିଓ୍ବାଲ କହିଥିଲେ କି ତାଙ୍କ ବାପା-ମା’ ରାମଲଲାଙ୍କ ଦର୍ଶନ କରିବାକୁ ବହୁତ ଇଚ୍ଛୁକ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.