ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କେଜ୍ରିୱାଲଙ୍କ ଗିରଫ ବିରୋଧରେ ଏକାଠି ବିରୋଧୀ ମେଣ୍ଟ, ମାର୍ଚ୍ଚ ୩୧ରେ ରାମଲୀଳା ମୈଦାନରେ ବିଶାଳ ରାଲି

ନୂଆଦିଲ୍ଲୀ, ୨୪/୦୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫ ବିରୋଧରେ ବିରୋଧୀ ମେଣ୍ଟ ଇଣ୍ଡିଆ ଏକାଠି ହୋଇଛି । ମାର୍ଚ୍ଚ ୩୧ରେ ବିରୋଧୀ ମେଣ୍ଟ ଦିଲ୍ଲୀର ରାମଲୀଳା ମୈଦାନରେ ବିଶାଳ ରାଲି କରିବ । ଏନେଇ ଆମ୍ ଆଦମୀ ପାର୍ଟି ଓ କଂଗ୍ରେସ ନେତା ମିଳିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ମିଳିତ ସାମ୍ବାଦିକ ସମ୍ମିଳନୀରେ ଆପ୍ ଓ କଂଗ୍ରେସ ନେତା କହିଛନ୍ତି, ଦେଶ ଭିତରେ ପ୍ରଧାନମନ୍ତ୍ରୀ ଯେଭଳି ତାନାଶାହୀ ନୀତି ଆପଣାଇ ଦେଶରେ ଗଣତନ୍ତ୍ରର ହତ୍ୟା କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିଛନ୍ତି । ଏହା କେବଳ ଅରବିନ୍ଦ କେଜ୍ରିୱାଲଙ୍କ କଥା ନୁହେଁ ।

ବିରୋଧୀ ନେତା କହିଛନ୍ତି, ଦେଶରେ ଜଣେ ଜଣେ କରି ସମସ୍ତ ବିରୋଧୀଙ୍କୁ ଶେଷ କରିବା ଲାଗି ପ୍ରଧାନମନ୍ତ୍ରୀ କେନ୍ଦ୍ରୀୟ ସଂସ୍ଥାର ଉପଯୋଗ କରି ବିଧାୟକ କିଣିବା, ବିରୋଧୀଙ୍କୁ କିଣିବା, ମିଥ୍ୟା ମକଦ୍ଦମା କରି ଗିରଫ କରିବା ଲାଗି ଷଡ଼ଯନ୍ତ୍ର ରଚୁଛନ୍ତି ।

ପ୍ରଥମେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗିରଫ କରିଥିଲେ । ପଶ୍ଚିମବଙ୍ଗରୁ ବିହାର ପର୍ଯ୍ୟନ୍ତ ଇଣ୍ଡିଆ ମେଣ୍ଟର ନେତାଙ୍କ ବିରୋଧରେ ମିଥ୍ୟା ମକଦ୍ଦମା କରି ଚୁପ୍ କରିବାକୁ ପ୍ରଚେଷ୍ଟା କରାଯାଉଛି । ଦିଲ୍ଲୀ ସହ ସାରା ଦେଶରେ ଏହାକୁ ବିରୋଧ କରା ଯାଉଛି । ଆଗାମୀ ଦିନରେ ବି ବିରୋଧ ଜାରି ରହିବ ।

ବିରୋଧୀ ନେତା ଆହୁରି କହିଛନ୍ତି, ଦିଲ୍ଲୀ ଏବେ ପୋଲିସ ବଳୟରେ ରହିଛି । ନିର୍ବାଚନ ନେଇ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ଆମ୍ ଆଦମୀ ପାର୍ଟିର ମୁଖ୍ୟ କାର୍ଯ୍ୟାଳୟକୁ ସିଲ୍ କରି ଦିଆ ଯାଇଛି । ବିଜେପି କହୁଛି, କେଜ୍ରିୱାଲ୍ ଓ ବିରୋଧୀ ନେତା ଦୁର୍ନୀତି କରିଛନ୍ତି । କିନ୍ତୁ ସେମାନଙ୍କ ଅଭିଯୋଗ ସୁପ୍ରିମକୋର୍ଟରେ କାଟ୍ ଖାଉଛି ।

ଆପ୍ ନେତା ଗୋପାଲ ରାୟ କହିଛନ୍ତି, ବିରୋଧୀ ମେଣ୍ଟରେ ଥିବା ରାଜନୈତିକ ଦଳର ତମାମ୍ ବଡ଼ ନେତା ମାର୍ଚ୍ଚ ୩୧ରେ ରାମଲୀଳା ମୈଦାନରେ ମହାରାଲିରେ ସାମିଲ୍ ହେବେ । ସେହିଭଳି କଂଗ୍ରେସ ନେତା ଅରବିନ୍ଦର ସିଂହ ଲଭଲି କହିଛନ୍ତି, ଦେଶବ୍ୟାପୀ ଗଣତନ୍ତ୍ରର ରକ୍ଷା ଲାଗି ରାହୁଲ୍ ଗାନ୍ଧୀ ଲଢ଼ୁଛନ୍ତି, କଂଗ୍ରେସ ପଚକୁ ହଟିବ ନାହିଁ । ଆମେ ମଜଭୁତର ସହ ଏହି ଲଢ଼େଇ ଲଢ଼ିବୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.