ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜେଲରୁ ବାହାରୁ ବାହାରୁ ବିଜେପି ଉପରେ ବର୍ଷିଲେ ସଞ୍ଜୟ ସିଂ, କହିଲେ ‘ଏକଛତ୍ରବାଦ ସରକାରକୁ ହଟାଇବାର ସମୟ ଆସିଛି’

ନୂଆଦିଲ୍ଲୀ, ୦୩/୦୪: ଆମ୍ ଆଦମୀ ପାର୍ଟିର ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ତିହାର୍ ଜେଲରୁ ବାହାରିଛନ୍ତି । ଦିଲ୍ଲୀ ମଦ ନୀତି ମାମଲାରେ ଗିରଫର ୬ ମାସ ପରେ ସଞ୍ଜୟ ସିଂଙ୍କୁ ମିଳିଛି ସର୍ତ୍ତମୂଳକ ଜାମିନ୍ । ଜେଲରୁ ବାହାରକୁ ଆସିବା ପରେ ସଞ୍ଜୟ ସିଂ କହିଛନ୍ତି, ସମୟ ଉତ୍ସବର ନୁହେଁ, ଯୁଦ୍ଧର ।

ସଞ୍ଜୟ କହିଛନ୍ତି, ଆମ୍ ଆଦମୀ ପାର୍ଟିର ପ୍ରତିଟି ସଦସ୍ୟ, କାର୍ଯ୍ୟକର୍ତ୍ତା ଲଢ଼େଇ ଲାଗି ପ୍ରସ୍ତୁତ ଅଛନ୍ତି । ଆମ ଦଳର ଶୀର୍ଷ ନେତୃତ୍ୱ ଅରବିନ୍ଦ କେଜ୍ରିୱାଲ୍, ମନୀଷ ସିସୋଦିଆ, ସତ୍ୟେନ୍ଦ୍ର ଜୈନ୍ ଜେଲରେ ଅଛନ୍ତି । ଆମେ ଲଢ଼େଇ ଲଢ଼ିବୁ, ମିଳିତ ଭାବେ ସଂଘର୍ଷ କରିବୁ, ଏକଛତ୍ରବାଦ ସରକାରଙ୍କୁ ହଟାଇବୁ । ମୋର ପୂରା ବିଶ୍ୱାସ ଜେଲର ତାଲା ଭାଙ୍ଗିବ, ଆମ ସାଥୀ ବାହାରକୁ ଆସିବେ ।
ତେବେ ଲୋକସଭା ନିର୍ବାଚନରେ ତାଙ୍କ ଦଳୀୟ ଦାୟିତ୍ୱ ପ୍ରଶ୍ନରେ ସଞ୍ଜୟ କହିଛନ୍ତି, ଏବେ ତ ବାହାରକୁ ଆସିଲି । ବାକି ଦଳ ଯାହା ନିଷ୍ପତ୍ତି ନେବ ତାହା କରିବି । ମୁଁ ଦଳର ଜଣେ କାର୍ଯ୍ୟକର୍ତ୍ତା, ସମର୍ପିତ ଭାବେ ସବୁବେଳେ କାମ କରି ଆସିଛି । ଦଳ ପାଇଁ କାମ କରିବି ।

ସେ କହିଛନ୍ତି, ସଂଘର୍ଷ ଲାଗି ଦଳର କାର୍ଯ୍ୟକର୍ତ୍ତା ପ୍ରସ୍ତୁତ ଅଛନ୍ତି । ଆନ୍ଦୋଳନରୁ ହିଁ ଆମ ଦଳର ଜନ୍ମ । ଯଦି ଦେଶର ସରକାରର କୌଣସି ଦ୍ୱନ୍ଦ୍ୱ ଅଛି ତାହା ବିଜେପି ଦୂର କରୁ । ଆମ୍ ଆଦମୀ ପାର୍ଟିର କାର୍ଯ୍ୟକର୍ତ୍ତା କେବେ ତାଙ୍କ ଆଗରେ ନଇଁବ ନାହିଁ କି ଅଟକିବ ନାହିଁ ।

ଜେଲରୁ ବାହାରିବା ପରେ ସଞ୍ଜୟ ସିଂ ଆପ୍ ମୁଖ୍ୟାଳୟକୁ ଯାଇ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିଛନ୍ତି । ପ୍ରଥମ ଭାଷଣରେ ବିଜେପି ଉପରେ ବର୍ଷିଛନ୍ତି ସଞ୍ଜୟ । କେଜ୍ରିୱାଲ୍, ସିସୋଦିଆ ଓ ସତ୍ୟେନ୍ଦ୍ରଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଅପରାଧ କଣ ? ଆପଣ ଭାରତର ସର୍ବଶ୍ରେଷ୍ଠ ସରକାର, ଅରବିନ୍ଦ କେଜ୍ରିୱାଲଙ୍କ ସରକାରକୁ ଭାଙ୍ଗିବାକୁ ଚାହୁଁଛନ୍ତି । ଏବେ ଅତିଶୀ, ସୌରଭ, ଦୁର୍ଗେଶ ପାଠକଙ୍କୁ ଗିରଫ କରିବାକୁ ଚାହୁଁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.