ପ୍ରମୁଖ ଖବର
  • ପ୍ରକାଶ ପାଇଲା ୟୁପିଏସ୍‌ସି ରେଜଲ୍ଟ, ୧୮୦ ଆଇଏଏସ୍., ୨୦୦ ଏଇପିଏସ୍‌, ୩୭ ଆଇଏଫଏସ କୃତ୍ତକାର୍ଯ୍ୟ
  • ||
  • କେନ୍ଦୁଝର ଅଦାଲତ ସଂଲଗ୍ନ ଔଷଧ ଦୋକାନରେ ପଶିଲା ବାରାହା
  • ||
  • ଆକାଶରୁ ନିଆଁ ବର୍ଷା, ଦିନ ସାଢ଼େ ୧୧ଟା ସୁଦ୍ଧା ସବୁ ଉତ୍ତପ୍ତ ସହର ପାଲଟିଲା ବାଲେଶ୍ୱର
  • ||
  • ବାରିପଦା: ପୋଖରୀ ରେ ଗାଧୋଉଥିବା ବେଳେ ଦୁଇ ଭଉଣୀଙ୍କ ମୃତ୍ୟୁ
  • ||
  • ଆସିଲା ବିଜେପି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ୨୧ ବିଧାନସଭା ପ୍ରାର୍ଥୀଙ୍କ ନା ଘୋଷଣା, ୧୪ ଆସନ ପାଇଁ ଛାଣ୍ଡିନି ଅଙ୍କ
  • ||
  • ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ତଥ୍ୟ ସଂଶୋଧନ, ଶେଷ ସୁଯୋଗ ଆଜି
  • ||
  • ମଙ୍ଗଳବାର ରଥଯାତ୍ରା ଦ୍ୱିତୀୟ ପ୍ରସ୍ତୁତି ବୈଠକ: ଗୋଟିଏ ଦିନରେ ନବଯୌବନ ଦର୍ଶନ, ନେତ୍ରଉତ୍ସବ ଓ ଶ୍ରୀଗୁଣ୍ଡିଚା ଚାଲେଞ୍ଜ ହେବ
  • ||
  • IPL 2024: ଇଡେନ୍‌ରେ କୋଲକାତା-ରାଜସ୍ଥାନ ମୁକାବିଲା, ଶୀର୍ଷ ସ୍ଥାନ ପାଇଁ ହେବ ଲଢ଼େଇ
  • ||
  • ପବିତ୍ର ଅଶୋକାଷ୍ଟମୀ: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ର, ମଧ୍ୟାହ୍ନ ସାଢ଼େ ୧୨ଟାରେ ପହଣ୍ଡି, ସାଢ଼େ ୩ଟାରେ ରଥ ଟଣା
  • ||
  • ଆଗକୁ ଭୟାନକ ଅଗ୍ନି ବର୍ଷା, ୪୫ ଛୁଇଁବ ତାପମାତ୍ରା: ସପ୍ତାହ ଯାଏ କମିବନି ତାତି
  • ||

ଏଥର ଅଧିକ ତାତି, ମାର୍ଚ୍ଚରୁ ମେ ସାମାନ୍ୟ ଠାରୁ ଅଧିକ ରହିବ ତାପମାତ୍ରା

ଭୁବନେଶ୍ୱର, ୦୧/୦୩: ରାଜ୍ୟରୁ ଶୀତ ଗାଏବ ହୋଇ ଯାଇଥିବା ବେଳେ ତାପମାତ୍ରା ବଢ଼ିବାରେ ଲାଗିଛି । ଏବେ ପାଣିପାଗ ବିଭାଗ କରିଥିବା ଆକଳନ ଅନୁସାରେ, ୨୦୨୪ ମାର୍ଚ୍ଚରୁ ମେ ମାସରେ ତାପମାତ୍ରା ସାମାନ୍ୟ ଠାରୁ ଅଧିକ ରହିବ । 

ଓଡ଼ିଶା ସହ ଦେଶର ଅଧିକାଂଶ ରାଜ୍ୟ ରାଜସ୍ଥାନ, ଗୁଜରାଟ, ହରିୟାଣା, ପଞ୍ଜାବ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଛତିଶଗଡ଼, ତେଲଙ୍ଗାନା ଆଦି ରାଜ୍ୟରେ ଗରମ ଦିନ ସଂଖ୍ୟା ବଢ଼ିବ । ଅର୍ଥାତ୍ ପୂର୍ବ ବର୍ଷ ତୁଳନାରେ ରାଜ୍ୟରେ ଚଳିତ ଗ୍ରୀଷ୍ଣ ଋତୁରେ ଅଧିକ ଦିନ ଧରି ଗ୍ରୀଷ୍ଣ ପ୍ରବାହ ଅନୁଭୂତ ହେବ ।

ସେହିଭଳି ବର୍ଷାକୁ ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ମାର୍ଚ୍ଚରୁ ମେ ମାସ ମଧ୍ୟରେ ଦେଶରେ ସାମାନ୍ୟରୁ ଅଧିକ ବର୍ଷା ହୋଇପାରେ । ତେବେ ଦକ୍ଷିଣ ପୂର୍ବ, ଉତ୍ତର ପୂର୍ବ ଓ ଉତ୍ତର ପଶ୍ଚିମ ଭାରତର କିଛି ଅଞ୍ଚଳରେ ସାମାନ୍ୟରୁ କମ୍ ବର୍ଷା ହୋଇପାରେ । ମହାରାଷ୍ଟ୍ରର କିଛି ଅଞ୍ଚଳ ସହ ଓଡ଼ିଶାରେ ଲୁ ଦିନ ସଂଖ୍ୟା ବୃଦ୍ଧି ପାଇବ ।

ଆଞ୍ଚଳିକ ପାଣିପାଗ ବିଭାଗର ଆକଳନ ଅନୁସାରେ, ଆଗାମୀ ୨ ଦିନ ପର୍ଯ୍ୟନ୍ତ ଦିନ ତାପମାତ୍ରା ଧିରେ ଧିରେ ବଢ଼ିବ । ସେହିଭଳି ଆଗାମୀ ୪ରୁ ୫ ଦିନ ପର୍ଯ୍ୟନ୍ତ ସ୍ୱାଭାବିକ ରାତି ତାପମାତ୍ରାରେ ବଡ଼ ପରିବର୍ତ୍ତନ ହେବ ନାହିଁ । ୮ ତାରିଖ ପର୍ଯ୍ୟନ୍ତ ପାଗ ପ୍ରାୟ ଶୁଖିଲା ରହିବ । ୩ ଓ ୪ ତାରିଖରେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ହାଲୁକା ବର୍ଷା ସହ ଘଡ଼ଘଡ଼ି ହୋଇପାରେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.