ବଡବିଲ, ୨୩।୯ : ବଡ଼ବିଲ ପୋଲିସ୍ ହେପାଜତରୁ ସୋମବାର ଜଣେ ଅଭିଯୁକ୍ତ ଚମ୍ପଟ ମାରିଛି । ସନ୍ଧ୍ୟାରେ ତା'କୁ ଡାକ୍ତରୀ ମାଇନା ପାଇଁ ନିଆଯାଇଥିବା ବେଳେ ବଡ଼ବିଲ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ଖସି ପଳାଇଛି ଅଭିଯୁକ୍ତ । ମେଡିକାଲର ଶୌଚାଗାର ସ୍କାଇଲାଇଟ୍ ରେ ଲାଗିଥିବା ମଶା ଜାଲିକୁ ବାହାର କରି ସେଥିରେ ଗଳି ଚମ୍ପଟ ମାରିଛି ଏହି ଅଭିଯୁକ୍ତ ଜଣକ । ଫେରାର ଅଭିଯୁକ୍ତ ଜଣକ ହେଲେ ଅମିତ୍ ଦାସ।ଏକ ଦୁଷ୍କର୍ମ ମାମଲାରେ ତାକୁ ଗିରଫ କରାଯାଇଥିବା କୁହାଯାଉଛି ।
ଗିରଫ ପରେ ଡାକ୍ତରୀ ମାଇନା କରିବାକୁ ବଡବିଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ସୁଯୋଗ ଦେଖି ସେ ଫେରାର ହୋଇଯାଇଥିଲା । ଘଟଣା ପରେ ଅଭିଯୁକ୍ତକୁ ଧରିବା ପାଇଁ ବଡ଼ବିଲ ପୋଲିସ ତନାଘନା ଚଳାଇଛି ।