ପ୍ରମୂଖ ଖବର
  • ରଥଯାତ୍ରା ଏଂବ ସ୍ନାନ ପୂର୍ଣ୍ଣିମାକୁ ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିବ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ
  • ||
  • ପଙ୍କରେ ଫସିଲେ ୩ ଦନ୍ତା ହାତୀ, ଖାଦ୍ୟ ଅନ୍ବେଷଣରେ ଆସି ଅଟକି ରହିଛନ୍ତି
  • ||
  • ମୋହନା: ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ
  • ||
  • ଜମି ବିବାଦକୁ ନେଇ ମାଆ ଓ ଝିଅଙ୍କୁ ଛୁରା ମାଡ଼ ଘଟଣା, ଜେଲ ଗଲା ଅଭିଯୁକ୍ତ ସୂରଜ
  • ||
  • ଭାରତୀୟ ରେଳବାଇ ରଚିଲା ଇତିହାସ, 'ଲିମକା ବୁକ୍ ଅଫ୍ ରେକର୍ଡସ'ରେ ପାଇଲା ସ୍ଥାନ
  • ||
  • କରଞ୍ଜିଆ: ଫେରିଲେ ଝାଡ଼ଖଣ୍ଡି ହାତୀପଲ, ୨୦ରୁ ଊର୍ଦ୍ଧ୍ବ ଗାଁରେ ଭୟର ବାତାବରଣ
  • ||
  • ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର, ନିଆଁରେ ପୋଡି ହୋଇ ମହିଳା ଗୁରୁତର
  • ||
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ପ୍ଲାଣ୍ଟରେ ଏସିଡ୍ ପାଇପଲାଇନ୍ ଫାଟି ୬ ଆହତ, ଜଣେ ଇଞ୍ଜିନିଅରଙ୍କ ସମେତ ୨ ଗୁରୁତର

ଛତ୍ରପୁର, ୨୪/୦୫ : ଗଞ୍ଜାମ ସହରରେ ଥିବା ଗ୍ରାସୀମ କେମିକାଲସ୍ ସଲଫୁରିକ ଏସିଡ ପ୍ଲାଣ୍ଟରେ ପାଇପଲାଇନ ଫାଟି ୬ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ଆହତମାନେ ହେଲେ ରାହୁଲ ଯାଦବ, ଶଶିକାନ୍ତ ମହାରଣା ଇଞ୍ଜିନିଅର, ଏବଂ କେଶବ ସାହୁ ସୁପରଭାଇଜର। ସେହିପରି ଆହତମାନେ ହେଲେ ଜି ଆସିନିକା, ଲକ୍ଷ୍ମୀଧର ନାୟକ ଏବଂ ଅନ୍ୟ ଜଣେ। ଏମାନେ କମ୍ପାନୀର ଡାକ୍ତରଖାନାରେ ଚିକିତ୍ସତ ହେଉଛନ୍ତି। 

ମିଳିଥିବା ସୂଚନା ମୁତାବକ, ଗୁରୁତର ଆହତମାନଙ୍କ ଆଖି ଏବଂ ଶରୀରରେ ବହୁ ପରିମାଣର ଏସିଡ ପଡିଯିବା ଫଳରେ ସେମାନଙ୍କ ଅବସ୍ଥା ଗୁରୁତର ହୋଇପଡିଛି। ଅନ୍ୟମାନଙ୍କ ଶରୀରରେ ଏସିଡ୍ ଛିଟିକି ପଡିଛି। ସଲଫୁରିକ ପ୍ଲାଣ୍ଟର ସଟଡାଉନ ନେଇ ସଲଫୁରିକ ପାଇପ ଲାଇନ୍ ଖୋଲୁଥିବା ବେଳେ ପାଇପଟି ଭାଙ୍ଗିଯାଇଥିଲା। ଯାହାଫଳରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.