ପ୍ରମୂଖ ଖବର
  • ଭୁବନେଶ୍ୱର : ଗଣେଶ ପୂଜା ମଣ୍ଡପରେ ବୁଲିଲା ଖଣ୍ଡା, ଅଭିଯୁକ୍ତ ଗିରଫ
  • ||
  • ଲମତାପୁଟ : ପାଣି ପଶି ବନ୍ଦ ହୋଇଥିଲା ବିଦ୍ୟୁତ ଉତ୍ପାଦନ, ପାଞ୍ଚ ଦିନ ପରେ ଆରମ୍ଭ ହେଲା ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ
  • ||
  • ଭୁବନେଶ୍ଵର : 'ମୋ ସ୍କୁଲ୍‌ ଅଭିଯାନ' ଏବେ ‘ପଞ୍ଚଶଖା ଶିକ୍ଷା ସେତୁ’, ନାଁ ବଦଳାଇଲେ ସରକାର
  • ||
  • ପାରାଦ୍ଵୀପ : ସଭାଗୃହରେ ଠେଲାପେଲା, ଘଟଣାକୁ ନେଇ କୁଜଙ୍ଗ ଥାନାରେ ୩ ଏତଲା
  • ||
  • ପାଟଣା : ପୋଖରୀରେ ଭାସୁଛି ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • କାଠଯୋଡ଼ି ନଦୀରେ ଭାସିଗଲେ ବୃଦ୍ଧ, ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ ଜାରି
  • ||
  • ପୁରୁଷ ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫି: ଆଜି ଭାରତ-ପାକିସ୍ତାନ ଲଢ଼େଇ
  • ||
  • ସୁବର୍ଣ୍ଣପୁର : ନାଳରେ ଭାସୁଛି ମଲା କୁକୁଡ଼ା, କିଏ ପକାଇଲା ତାକୁ ନେଇ ଚର୍ଚ୍ଚା
  • ||
  • ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା, ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||
  • କରଞ୍ଜିଆ : ଜେଲ୍ ମାନୁଆଲକୁ ଉଲଙ୍ଘନ କରିବା ପଡ଼ିଲା ମହଙ୍ଗା, ଜେଲ୍ ୱାର୍ଡର ସ୍ୱାଗତ ରଥ ସସ୍‌ପେଣ୍ଡ
  • ||
  • ପ୍ରଥମ ମଙ୍କିପକ୍ସ ଟିକାକୁ ଡବ୍ଲ୍ୟୁଏଚ୍‌ଓ ମଞ୍ଜୁରି, ୪ ସପ୍ତାହ ବ୍ୟବଧାନରେ ୨ଟି ଡୋଜ୍‌ ନେବେ ୧୮ ବର୍ଷରୁ ଊଦ୍ଧ୍ୱର୍
  • ||
  • ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା: କଂସକୁ ମାରିଲେ ଶ୍ରୀକୃଷ୍ଣ, ରାଜା ହେଲେ ଉଗ୍ରସେନ
  • ||
  • ଭଞ୍ଜନଗର : ଗଣେଶ ଭସାଣି ବେଳେ ଗଣ୍ଡଗୋଳ, ଦୁଇ ଗୋଷ୍ଠୀ ମଧ୍ୟରେ ଟେକାପଥର ମାଡ଼
  • ||
  • ଏ ବର୍ଷ ହାଡ଼ଭଙ୍ଗା ଶୀତ, ଡିସେମ୍ବର-ଜାନୁଆରୀରେ ଥଣ୍ଡା ପ୍ରକୋପ ଅଧିକ: IMD
  • ||
  • ବଙ୍ଗୋପସାଗରରେ ଅବପାତର ରୂପ ନେବ ଲଘୁଚାପ ! ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା, ମୟୂରଭଞ୍ଜକୁ ରେଡ୍ ଆଲର୍ଟ
  • ||

ପୂଜା ଖେଡକରଙ୍କ ପରେ ଆଉ ୬ ଅଫିସରଙ୍କ ଉପରେ ଘନେଇଲା ବିପଦ ! ମେଡିକାଲ ସାର୍ଟିଫିକେଟ୍‌ର ହେବ ଯାଞ୍ଚ

ନୂଆଦିଲ୍ଲୀ – ଟ୍ରେନି ଆଇଏଏସ୍‌ ପୂଜା ଖେଡକରଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ଗତ କିଛି ଦିନ ଧରି ଗୋଟିଏ ପରେ ଗୋଟିଏ  ଅଡ଼ୁଆରେ ଛନ୍ଦି ହୋଇଛନ୍ତି ପୂଜା ଖେଡକର। ଏବେ ଏହି ମାମଲାରେ ତନାଘନା ଜୋର କରିଛି କେନ୍ଦ୍ରର କର୍ମଚାରୀ ଓ ତାଲିମ ବିଭାଗ। ସେ ଟ୍ରେନି ଓ ସେବାରେ ଥିବା ଅଧିକାରୀଙ୍କ ସାର୍ଟିଫିକେଟ୍ସକୁ ନେଇ ଖୁବ୍‌ ସତର୍କତା ଅବଲମ୍ୱନ କରିଛି। 

ରିପୋର୍ଟ ମୁତାବିକ , ଏହି କ୍ରମରେ ୬ ଜଣ ସିଭିଲ ସେବକଙ୍କ ଦିବ୍ୟାଙ୍ଗତା ପ୍ରମାଣପତ୍ରର ଯାଞ୍ଚ କରାଯିବ। ଉଲ୍ଲେଖନୀୟ ଯେ , କେନ୍ଦ୍ରୀୟ ଲୋକ ସେବା ଆୟୋଗ ( ୟୁପିଏସସି) ଗତ ବୁଧବାର ଟ୍ରେନି ଆଇଏଏସ ପୂଜା ଖେଡକରଙ୍କ ପ୍ରାର୍ଥୀତ୍ୱ ରଦ୍ଦ କରି ଦେଇଥିଲା। ଏହାସହ ଭବିଷ୍ୟତରେ ସେ କୌଣସି ବି ପରୀକ୍ଷାରେ ସାମିଲ ହୋଇ ପାରିବେନି ବୋଲି ପ୍ରତିବନ୍ଧକ ଲଗେଇଛି। ଖେଡକର ଚୟନ ପାଇଁ ମିଛ ଦିବ୍ୟାଙ୍ଗ ଓ ଅନ୍ୟ ପଛୁଆ ବର୍ଗ (ଓବିସି) ସାର୍ଟିଫିକେଟ୍‌ ଜମା କରିଥିଲେ। ଏହାକୁ ଦେଖି ଡିଓପିଟି ପ୍ରାର୍ଥୀଙ୍କ ଦିବ୍ୟାଙ୍ଗ ସ୍ଥିତିର ପୁଣି ଥରେ ଯାଞ୍ଚ ପାଇଁ ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକ (ଡିଜିଏଚଏସ)ଙ୍କୁ ଚିଠି ଲେଖିଛନ୍ତି।

ରିପୋର୍ଟ ମୁତାବିକ, ଯେଉଁ ୬ ଜଣ ଅଧିକାରୀଙ୍କ ପ୍ରମାଣପତ୍ର ସନ୍ଦେହ ପରିସରରେ ରହିଛି , ତାଙ୍କର ମେଡିକାଲ ସାର୍ଟିଫିକେଟ୍ ଗତ ଦିନ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇ ଥିଲା। ଯଦି ୟୁପିଏସସିର ନିୟମର କଥା କହିବା ତ ସଂରକ୍ଷଣର ଲାଭ ଉଠାଇବା ପାଇଁ କ୍ୟାଣ୍ଡିଡେଟଙ୍କ ସର୍ବନିମ୍ନ ୪୦ ପ୍ରତିଶତ ଦିବ୍ୟାଙ୍ଗ ହେବା ଜରୁରୀ ।

ୟୁପିଏସସି  ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ପାଇଁ ବୟସ ସୀମା , ପ୍ରୟାସର ସଂଖ୍ୟା ଓ ପରୀକ୍ଷା କେନ୍ଦ୍ରକୁ ନେଇ କୋହଳ କରିଥାଏ। ପୂଜା ଖେଡକର କେସ୍‌କୁ ନେଇ ଆୟୋଗ କହିଛି , ଗତ ୧୫ ବର୍ଷ ମଧ୍ୟରେ ଏହା ଗୋଟିଏ ମାତ୍ର ମାମଲା , ଯେଉଁଥିରେ ସେ ଏହା ଜାଣିପାରି ନାହାନ୍ତି କି ଖେଡକର ଜଣେ ପ୍ରାର୍ଥୀ ଭାବେ ୟୁପିଏସଇ ପରୀକ୍ଷାରେ ନିର୍ଦ୍ଧାରିତ ପ୍ରୟାସ ଠାରୁ ଅଧିକ ଥର ପରୀକ୍ଷା ଦେଇଛନ୍ତି , କାରଣ ସେ କେବଳ ନିଜର ନାଁ ବଦଳାଇ ନାହାନ୍ତି  , ବରଂ ନିଜର ମାତା ପିତାଙ୍କ ନାମ ମଧ୍ୟ ବଦଳାଇ ଦେଇଛନ୍ତି। 

କହି ରଖୁଛୁ କି ଦିଲ୍ଲୀର ଏକ କୋର୍ଟ  ଗୁରୁବାର ଦିନ ପୂଜା ଖେଡକରଙ୍କୁ ଅଗ୍ରିମ ଜାମିନ୍‌ ଦେବାକୁ ମନା କରିଛନ୍ତି । ଅତିରିକ୍ତ ସେସନ ବିଚାରପତି ଦେବେନ୍ଦ୍ର କୁମାର ଜଙ୍ଗଲା କହିଛନ୍ତି , ଦିଲ୍ଲୀ ପୁଲିସକୁ ଏହା ମଧ୍ୟ ଯାଞ୍ଚ କରିବା ଉଚିତ୍‌ ଯେ , ୟୁପିଏସସିରେ ଖେଡକରଙ୍କୁ କିଏ ସାହାଯ୍ୟ କରିଛନ୍ତି କି ? ବିଚାରପତି ମାମଲାରେ ଯାଞ୍ଚର ପରିସରକୁ ବୃଦ୍ଧି କରିଛନ୍ତି । ଏହାସହ , ଦିଲ୍ଲୀ ପୁଲିସକୁ ଏହି ଯାଞ୍ଚ କରିବାର ନିର୍ଦ୍ଦେଶ ଦେଇଛନ୍ତି କି ଅନ୍ୟ ପ୍ରାର୍ଥୀମାନେ ବିନା ଯୋଗ୍ୟତାରେ ଓବିସି ଓ ପିଡବ୍ଲୁଡି କୋଟା ଅନୁସାରେ ଏହାର ଲାଭ ଉଠାଇଛନ୍ତି କି ? 

ଏହି ଚଞ୍ଚକତା ସାମ୍ନାକୁ ଆସିବା ପରେ ଆୟୋଗ ପରୀକ୍ଷା ପ୍ରକରଣରେ ଆହୁରି ସ୍ପଷ୍ଟତା ଆଣିବାକୁ ଆଗାମୀ ଦିନରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉଥିବା ସ୍ପଷ୍ଟ କରିଛନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.