ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୨ ଦିନ ପରେ ମଧ୍ୟ ନିଖୋଜ ଡାକ୍ତରଙ୍କ ମିଳୁନି ପତ୍ତା, ସୀମାନ୍ତଵର୍ତ୍ତି ଅଞ୍ଚଳରେ ଖାନତଲାସୀ ଜାରି

ମାଲକାନଗିରି/କାଲିମେଳା,୩/୬(ଆପ୍ର ):  ନିଖୋଜର ଦୁଇ ଦିନ ପରେ ମଧ୍ୟ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଅମ୍ଲାନ ଭୋଇଙ୍କ ପତ୍ତା ମିଳୁନାହିଁ।  ଆଜି କାଲିମେଳାରେ ଡିଆଇଜି ଚରଣ ସିଂ ମିନା ଓ ଏସପି ନୀତେଶ ୱାଧାନୀ ପହଁଞ୍ଚି ତଦନ୍ତକୁ ତ୍ବରାନ୍ବିତ କରିଛନ୍ତି। 

ଡାକ୍ତର ଅମ୍ଲାନ ଭୋଇ ଶନିବାର ରାତ୍ରରୁ ନିଜ ରୁମରୁ ନିଖୋଜ ହୋଇଯାଇଥିବା ହସ୍ପିଟାଲ ପକ୍ଷରୁ  ରବିବାର ସକାଳେ କାଲିମେଳା ଥାନାରେ ଅଭିଯୋଗ  ହୋଇଥିଲା। ଦୁଇଦିନ ବିତି ଯାଇ ଥିଲେ ମଧ୍ୟ ନିଖୋଜ ଡାକ୍ତରଙ୍କ ଟେର ପାଉନାହିଁ ପୁଲିସ । ଏହା ପରେ  ପୁଲିସ ପକ୍ଷରୁ ଜୋରଦାର ତଦନ୍ତ ଆରମ୍ଭ ହୋଇ ବିଭିନ୍ନ ସ୍ଥାନରେ ଖୋଜା ଆରମ୍ଭ ହୋଇଯାଇଛି। ପୁଲିସ ପକ୍ଷରୁ ହସ୍ପିଟାଲ ପରିସର ଓ କାଲିମେଳା ବଜାରରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜ ଯାଞ୍ଚ କରିବା ସହିତ  ମାଲକାନଗିରି, ଜୟପୁରର ଲଜ ଓ ହୋଟେଲ ଗୁଡିକର ରେକର୍ଡ ପତ୍ର ଯାଞ୍ଚ କରିଛନ୍ତି  । ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ରାଜ୍ୟ ସୀମାନ୍ତଵର୍ତ୍ତି ଅଞ୍ଚଳରେ ପୁଲିସ ପକ୍ଷରୁ ମଧ୍ୟ ଖାନତଲାସୀ ଜାରି ଆରମ୍ଭ ହୋଇଯାଇଛି। 

ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଡାକ୍ତରଙ୍କ ସରକାରୀ କ୍ୱାର୍ଟସରେ ପଡ଼ିଥିବା ହାତ ଲେଖା ପୋଷ୍ଟର ମାଓବାଦୀଙ୍କର ନୁହେଁ।  ଏହା ନକଲି, କେହି ପୁଲିସକୁ ଭ୍ରମରେ ପକାଇବା ପାଇଁ ଏପରି କରିଥାଇ ପାରନ୍ତି। ଗତ ଶୁକ୍ରବାର ଛତିଶଗଡ଼ ଧର୍ନାପାଲ ଅଞ୍ଚଳରୁ କାଲିମେଳା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିଥିବା ଲୋକମାନଙ୍କୁ ଥାନାକୁ ଡାକି ପୁଲିସ ପଚରାଉଚରା କରି ଜାଣିପାରିଛି ଡାକ୍ତର ଙ୍କ ଅପହରଣରେ ସେମାନଙ୍କ ହାତ ନାହିଁ। ଡାକ୍ତର ଛାଡି ଯାଇଥିବା ମୋବାଇଲ ପୁଲିସ ଯାଞ୍ଚ କରି ଜାଣିପାରିଛି ଡାକ୍ତର ଆପିଏଲରେ ବାଜି ଲଗାଇ ଲକ୍ଷାଧିକ ଟଙ୍କା ହାରିବା ସହିତ ବ୍ୟାଙ୍କ ଓ ବିଭିନ୍ନ ସାଙ୍ଗ ସାଥୀଙ୍କ ଠାରୁ ପ୍ରାୟ ୨୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ଧାର କରଜ କରିଛନ୍ତି। ସେ ଟଙ୍କା କେମିତି ପରିଶୋଧ  କରିବେ ସେ ନେଇ ଗତ କିଛିଦିନ ହେଲା ମାନସିକ ଦୁଶ୍ଚିନ୍ତାରେ ଥିଲେ ବୋଲି ପୁଲିସ ସୂତ୍ରରୁ ପ୍ରକାଶ। ଡାକ୍ତର ରହୁଥିବା ରୁମ ଟିକୁ ସିଲ କରି ଚାବି ପକାଇ ଦେଇଛି ପୁଲିସ। 

ଏସପି ନୀତେଶ ୱାଧାନୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏସଡିପିଓ ସଚିନ ପଟେଲଙ୍କ ନେତୃତ୍ୱରେ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ନେଇ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଡାକ୍ତରଙ୍କୁ ଠାବ କରିବା ପାଇଁ ବିଭିନ୍ନ ସ୍ଥାନରେ ଜୋରଦାର ଖାନତଲାସି ସହିତ ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ କରି ଦେଇଛନ୍ତି।  । ଅନ୍ୟପଟେ ଏସଡିପିଓ ସଚିନ ପଟେଲ ମେଡିକାଲକୁ ଆସି ତନାଘନା ଆରମ୍ଭ କରିବା ସହିତ ଚିଠି ଜବତ କରିଛନ୍ତି। ଡାକ୍ତରଙ୍କୁ ମାଓବାଦୀ ନାଁ କେହି ଦୁର୍ବୃତ୍ତ ଅପହରଣ କରିଛନ୍ତି ସେ ବିଷୟରେ ସଠିକ ସୂଚନା ମିଳିପାରିନାହିଁ। 

 କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଅମ୍ଲାନ ଭୋଇଙ୍କୁ ଅପହରଣ ମାମଲାରେ ଜିଲ୍ଲାପାଳ ଓ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ଡାକ୍ତର ଙ୍କ ପରିବାର ଲୋକ। ଅମ୍ଲାନଙ୍କ ବାପା, ମାମୁଁ, ସମ୍ପର୍କୀୟ ଏବଂ ସାହିବାସିନ୍ଦା ମିଳିତ ଭାବେ ଜିଲ୍ଲାପାଳ ଓ ଏସପିଙ୍କୁ ଭେଟିବା ସହ ଅମ୍ଳାନଙ୍କୁ ଉଦ୍ଧାର କରିବାକୁ ନିବେଦନ କରିଛନ୍ତି। ଶନିବାର ରାତିରେ ସରକାରୀ କ୍ୱାର୍ଟର୍ସରୁ କିଛି ଦୁର୍ବୃତ୍ତ ଅମ୍ଲାନଙ୍କୁ ଉଠାଇ ନେଇଥିବା ଅଭିଯୋଗ ହୋଇଛି।

ଅପରପକ୍ଷରେ  ଏହି ଘଟଣାର ତଦନ୍ତ ପାଇଁ ଜାତୀୟ ମାନବ ଅଧିକାର କମିଶନଙ୍କ ନିକଟରେ ନ୍ୟାୟ ପାଇଁ ଲଢେଇ ପରିବାରର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ ଦ୍ଵାରସ୍ଥ ହୋଇ ଏନ.ଏଚ.ଆର.ସି କେଶ ନମ୍ବର ୮୪୮୪/୨୦୨୪ ରେ ଏକ ମାମଲା ଦାଏର କରିଛନ୍ତି । ଏହି ମାମଲାରେ ଏସପି ମାଲକାନଗିରି , ଡିଜି ପୋଲିସ ଓଡିଶା,ଗୃହ ସଚିବ ଓଡିଶା,ମୁଖ୍ୟମନ୍ତ୍ରୀ ଓଡିଶାଙ୍କୁ ପକ୍ଷଭୁକ୍ତ କରାଯାଇଥିବାର ଜଣାପଡିଛି।

ପ୍ରଥମ ଥର କରି ଜଣେ ଡାକ୍ତର ନିଖୋଜ  ଘଟଣା ସମଗ୍ର ମାଲକାନଗିରି ଓ ଡାକ୍ତର ଙ୍କ ଗାଁ କନ୍ଧମାଳ ଜିଲ୍ଲାବାସୀଙ୍କ ମଧ୍ୟରେ ଅଜଣା ଭୟ ସହିତ ଆଲୋଡ଼ନ ସୃଷ୍ଟି ହୋଇଛି। ପୁଅର ଫେରିବା ବାଟକୁ ଚାହିଁ ବାପା, ମା ଓ ପରିବାରଙ୍କ ଆଖିରୁ ଲୁହ ଶୁଖୁନାହିଁ। ରାତି ହେଲେ କାଲିମେଳା ହସ୍ପିଟାଲର କର୍ମଚାରୀ ଓ   ଡାକ୍ତରଙ୍କ ମହଲରେ ଅଜଣା ଭୟ ଉଙ୍କିମାରୁଛି। ସମସ୍ତେ ଠାକୁରଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି ନିଖୋଜ ଡାକ୍ତର ଶୀଘ୍ର ଫେରିଆସନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.