ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଏହାର ବୋଇଙ୍ଗ୍ 777 ଏୟାରକ୍ରାଫ୍ଟ ବିମାନର ଜରୁରୀକାଳୀନ ଦ୍ବାରକୁ ସଠିକ୍ ଭାବେ ବନ୍ଦ କରିନଥିବା ଅଭିଯୋଗ ଦର୍ଶାଇ ଏହାର ୩ ଜଣ କ୍ରିଉ ମେମ୍ବରଙ୍କୁ କାର୍ଯ୍ୟରୁ ବହିଷ୍କୃତ କରିଛି । ଏମାନେ କାର୍ଯ୍ୟରେ ଅବହେଳା କରିଥିବାରୁ ଜରୁରୀକାଳୀନ ଦ୍ବାର ଆପେ ଆପେ ଖୋଲିଯିବାର ସମ୍ଭାବନା ରହିଥିଲା । ସୈନ୍ ଫ୍ରାଂସିସ୍କୋରୁ ବେଙ୍ଗାଲୁରୁ ଅଭିମୁଖେ ଆସୁଥିବା ବିମାନ ୧୭୬ ରେ ଏହି ଅଘଟଣ ଘଟିଥିଲା । ବିମାନର ଦ୍ବାରରୁ ଗୋଟିଏରେ ବୈଷୟିକ ତ୍ରୁଟି ସାମ୍ନା କରିବାକୁ ପଡିଥିଲା । ଏହି ଘଟଣା ସେପ୍ଟେମ୍ବର ୧୫ରେ ବେଙ୍ଗାଲୁରୁ ବିମାନବନ୍ଦରରେ ଅବତରଣ କରିବାକୁ ଥିବା ବିମାନରେ ଘଟିଥିଲା । ରିପୋର୍ଟରେ କୁହାଯାଇଛି ଯେ, ଏୟାର ଇଣ୍ଡିଆର ମୁଖପାତ୍ର କହିଛନ୍ତି ଯେ, ଅବତରଣ ସମୟରେ ଗୋଟିଏ ଦ୍ବାର ସଠିକ୍ ଭାବେ ନଖୋଲିବାରୁ ବୈଷୟିକ ତ୍ରୁଟି ରହିଥିବା ଜଣାପଡିଥିଲା ଏବଂ ଘଟଣାକୁ ସମାଧାନ କରାଯାଇଥିଲା ।
ଏୟାର ଇଣ୍ଡିଆ ଦ୍ବାରା ଜାରି କରାଯାଇଥିବା ଏକ ବୟାନରେ ମୁଖପାତ୍ର କହିଛନ୍ତି ଯେ, ସେପ୍ଟେମ୍ବର ୧୫ରେ ସୈନ ଫ୍ରାନ୍ସ୍କୋରୁ ବେଙ୍ଗାଲୁରୁ ଆସୁଥିବା ୧୭୬ର କ୍ରିଓ ମେମ୍ବରଙ୍କୁ ବିମାନର ଏକ ଦ୍ବାରକୁ ନେଇ ଅସୁବିଧାର ସାମ୍ନା କରିବାକୁ ପଡିଥିଲା, ଯାହା ଅବତରଣ ପରେ ଠିକ୍ ହୋଇଥିଲା । ସମସ୍ୟାକୁ ତୁରନ୍ତ ଠିକ୍ କରାଯାଇଥିଲା । ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ । ପରେ ଏହା ବିମାନ ନିୟାମକଙ୍କ ନିର୍ଦ୍ଦେଶ ପରେ ବେଙ୍ଗାଲୁରୁରୁ ସୈନ ଫ୍ରାନ୍ସିକୋକୁ ଉଡାଣ ଭରିଥିଲା । ତେବେ ଏଥିପାଇଁ ଉଡାଣରେ କିଛି ସମୟ ବିଳମ୍ବ ହୋଇଥିଲା ।
ତେବେ ଏହି ଘଟଣା, ବେସରକାରୀ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ନିୟମ ପାଳନ ନକରିବାରୁ ଏୟାର ଇଣ୍ଡିଆ ଏକ୍ସପ୍ରେସ ଉପରେ ୧୦ ଲକ୍ଷ ଜୋରିମାନା ଲାଗୁ ହେବାର ସପ୍ତାହେ ପରେ ଏହା ଆସିଛି ।