ପ୍ରମୁଖ ଖବର
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ଶରଦ ପାୱାରଙ୍କୁ ଭେଟିବାର ତୁରନ୍ତ ପରେ ଦିଲ୍ଲୀରେ ପହଞ୍ଚିଲେ ଅଜିତ ପାୱାର: ଅମିତ ଶାହାଙ୍କୁ ଭେଟିବେ, ଜାଣନ୍ତୁ କ’ଣ କାରଣ ?

ନୂଆଦିଲ୍ଲୀ,୧୦।୧୧: ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର ଶୁକ୍ରବାର ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ମୁଖ୍ୟ ଶରଦ ପାଓ୍ବାରଙ୍କୁ ଭେଟିଛନ୍ତି। ଏହାର ତୁରନ୍ତ ପରେ ଅଜିତ ପାଓ୍ବାର ଦିଲ୍ଲୀରେ ପହଞ୍ଚିଛନ୍ତି। ଏଠାରେ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ପାରନ୍ତି। ଦୁଇ ନେତାଙ୍କ ସାକ୍ଷାତ ଏଭଳି ସମୟରେ ହୋଇଛି ଯେତେବେଳେ ଅଜିତ ପାଓ୍ବାରଙ୍କ ଗ୍ରୁପର ଦିଲ୍ଲୀରେ ବୈଠକ ହେବାର ସମ୍ଭାବନା ରହିଛି। ଏହାଛଡା ଶରଦ ପାଓ୍ବାରଙ୍କୁ ଭେଟିବାର ତୁରନ୍ତ ପରେ ଅଜିତ ପାଓ୍ବାରଙ୍କୁ ଦିଲ୍ଲୀ ଆସି ଶାହଙ୍କୁ ସାକ୍ଷାତ କରିବାକୁ ନେଇ ମଧ୍ୟ ରାଜନୈତିକ ଦୁନିଆରେ ବିଭିନ୍ନ ପ୍ରକାର ଚର୍ଚ୍ଚା ହେଉଛି।

ତେବେ ସମସ୍ତ କଳ୍ପନାଜଳ୍ପନାକୁ ଖାରଜ କରି ଶରଦ ପାୱାରଙ୍କ ଭଉଣୀ ସରୋଜ କହିଛନ୍ତି, ସବୁ ପ୍ରକାର ଦେଖା ସାକ୍ଷାତ ସମ୍ପୂର୍ଣ୍ଣ ପାରିବାରିକ ସମ୍ପର୍କ। ଜନ୍ମଦିନ ହେତୁ ଶରଦ ପାୱାର ଏବଂ ଅଜିତ ପାୱାରଙ୍କ ସାକ୍ଷାତ ପ୍ରତାପ ରାଓ ପାୱାର  ଘରେ ହୋଇଥିଲା। ସେ କହିଛନ୍ତି, “ଯେତେବେଳେ ଆମେ ଭେଟୁ, ଆମେ ହସି ହସି ପରସ୍ପରକୁ ଥଟ୍ଟା ମଜା କରିଥାଉ। ଦୀର୍ଘ ସମୟ ପରେ ଆମେ ଭେଟି ବହୁତ ଖୁସି।’ ଶରଦ ପାୱାରଙ୍କ ଗୋଷ୍ଠୀର ନେତା ଜୟନ୍ତ ପାଟିଲ କହିଛନ୍ତି, ଦୁଇ ନେତାଙ୍କ ମଧ୍ୟରେ ସାକ୍ଷାତ (ଶରଦ ପାୱାର ଏବଂ ଅଜିତ ପାୱାର) ଏକ ପାରିବାରିକ ସମ୍ପର୍କ, ତେଣୁ ମୁଁ ଏହା ବିଷୟରେ କ’ଣ କହିପାରେ? ମୁଁ ଦଳର ରାଜ୍ୟ ସଭାପତି, ତେଣୁ ଏଭଳି ପରିସ୍ଥିତିରେ ଦଳ ବିଷୟରେ ପ୍ରଶ୍ନ ପଚାର।

Copyright © 2022 - Summa Real Media Private Limited. All Rights Reserved.