ନୀଳଗିରି,୫/୫ : ମୋର ଛୋଟ ଛୋଟ କାମ ଲୋକେ ଆଜି ବି ମନେ ରଖିଛନ୍ତି । ଲୋକଙ୍କ ଅକ୍ଷୟ ନନା ଡାକ ଶୁଣିଲେ ବେଶ ଖୁସି ଲାଗେ। ଦଳର ହାଇ କମାଣ୍ଡ ଉପରେ ମୋର ଅଗାଢ଼ ବିଶ୍ୱାସ ଥିଲା। ସେହି ବିଶ୍ୱାସ ରଖି ଜନସେବା କରିବା ପାଇଁ ପୁଣି ଥରେ କଂଗ୍ରସ ମୋତେ ଟିକେଟ ଦେଇଛି । ଏଭଳି ପ୍ରତିକ୍ରିୟା ରଖିଛନ୍ତି ନୀଳଗିରି କଂଗ୍ରେସର ଭେଟରାନ ଲିଡର ଅକ୍ଷୟ ଆଚାର୍ଯ୍ୟ।
ନୀଳଗିରି ନିର୍ବାଚନ ମଣ୍ଡଳୀରେ କିଏ କଂଗ୍ରେସ ଟିକେଟ ପାଇବ ଏ ନେଇ ଦୀର୍ଘ ଦିନ ଚାଲିଥିଲା ଅଙ୍କକଷା। ଟିକେଟ ଦୌଡ଼ରେ ଅନେକ ନେତା ସାମିଲ ହୋଇଥିବାବେଳେ ଆଜି ଅକ୍ଷୟ କୁମାର ଆଚାର୍ଯ୍ୟ ଏହି ରେସରେ ବାଜି ମାରିଛନ୍ତି। ତାଙ୍କ ନାମ ଆସିବା ପରେ କଂଗ୍ରେସ ଯୁବକର୍ମୀମାନେ ପ୍ରଥମେ ତାଙ୍କ ଘରକୁ ଯାଇ ଶୁଭେଛା ଜଣାଇବା ସହ ମିଠା ଖୁଆଇ ଖୁସି ମନାଇ ଥିଲେ । ଆଜି ଭଳି ରାଜନୀତି ଘଡି ସନ୍ଧି ମୁହୂର୍ତ୍ତରେ ଅକ୍ଷୟ ନନା ଏକମାତ୍ର ବିକଳ୍ପ ଓ ବିକାଶ ପୁରୁଷ ବୋଲି କର୍ମୀ କହିଛନ୍ତି। ସେପଟେ ଅକ୍ଷୟ ଆଚାର୍ଯ୍ୟ ଆଦିବାସୀ ବହୁଳ ଅଞ୍ଚଳରେ ବିକାଶ ଏକମାତ୍ର ମୁଦ୍ଦା ନେଇ ଭୋଟରମାନଙ୍କ ପାଖରେ ପହଂଚିବେ ବୋଲି କହିଛନ୍ତି ।