ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ପବିତ୍ର ଅକ୍ଷୟ ତୃତୀୟାରେ ହେବ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ, ଅପରାହ୍ଣ ୪ଟାରେ ରଥ ଆଜ୍ଞାମାଳ ବିଜେ ନୀତି

ପୁରୀ,୧୦/୦୫: ପବିତ୍ର ଅକ୍ଷୟ ତୃତୀୟାରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହେବ । ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ରଥଖଳା ପ୍ରସ୍ତୁତ ହେଉଛି । ୩ଟି ୧୨ ଫୁଟିଆ ଧଉରା କାଠକୁ ସାଇତା ଯାଇଛି । ବନଯାଗ ବିଧିରେ ପୂଜା ସମ୍ପାଦନା କରିବେ  ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଓ ସ୍ତ୍ରୋତୀୟ  ବ୍ରାହ୍ମଣ ଆଦି । ଉକ୍ତ କାଠରେ ରଥ ନିର୍ମାଣର  ଶୂଭାରମ୍ଭ କରିବେ ବିଶ୍ୱର୍କମା । ଶ୍ରୀନହର ସାମ୍ନାରେ  ରଥ ନିର୍ମାଣ ପାଇଁ ରଥଚାଳି ନିର୍ମାଣ ହୋଇଛି ।  

ଶ୍ରୀମନ୍ଦିର ପ୍ରଶାସନ ନୀତି ନିର୍ଘଣ୍ଟ ଅନୁସାରେ  ଅପରାହ୍ଣ ୪ଟାରେ ଚନ୍ଦନ ଠାକୁରଙ୍କ ସହ  ପଟୁଆରରେ ରଥଖଳାକୁ ବିଜେ ହେବେ ଶ୍ରୀଜିଉଙ୍କ ଆଜ୍ଞମାଳ । ତିନି ଜଣ ପୂଜାପଣ୍ଡା ସାମନ୍ତ ଆଣିବେ  ୩ଟି ଆଜ୍ଞାମାଳ । ମୁଖ୍ୟ ବିଶ୍ୱକର୍ମା ରୂପକାର,  କମାର, ଚିତ୍ରକର, ଭୋଇ, ଅମୀନ ସେବକମାନେ  ଉପସ୍ଥିତ ଥିବେ । ପ୍ରମୁଖ ନିର୍ମାଣକାରୀଙ୍କ ମସ୍ତକରେ  ଶାଢ଼ିବନ୍ଧା ନୀତି ହେବ। ଏହାପରେ ଯଥାବିଧି  ପୂଜାର୍ଚ୍ଚନା ସରି ବିଶ୍ୱକର୍ମାମାନେ ନୂତନ କୁରାଢ଼ିରେ  ରଥ ନିର୍ମାଣ ଅନୁକୂଳ କରିବେ । ତିନି ରଥର  ମୁଖ୍ୟ ବିଶ୍ୱକର୍ମା ନୂତନ ଲୌହ କୁରାଢ଼ିକୁ ତିନି  କାଠଖଣ୍ଡକୁ ସ୍ପର୍ଶ କରି ରଥ ନିର୍ମାଣାର୍ଥେ ମହାପ୍ରଭୁଙ୍କୁ  ପ୍ରାର୍ଥନା କରିବେ । ପରଦିନଠାରୁ ଶ୍ରୀନହର ସମ୍ମୁଖ  ଚାଳିରେ ତିନି ରଥ ତିଆରିର ଶୁଭାରମ୍ଭ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.