ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରଶ୍ମିକା –କାଜୋଲଙ୍କ ପରେ ଏବେ ଆଲିଆଙ୍କ ଡିପ୍‌ଫେକ୍ ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ,୨୭/୧୧ : ଚିନ୍ତା ବଢାଉଛି ଡିପ୍‌ଫେକ୍‌ ଭିଡ଼ିଓ । ରଶ୍ମିକା ମନ୍ଦାନା ଏବଂ କାଜୋଲ ଦେବଗନଙ୍କ ଡିପ୍‌ଫେକ୍ ଭିଡ଼ିଓ ସୋସିଆଲ ମିଡ଼ିଆରେ ହଇଚଇ ସୃଷ୍ଟି କରିଥିଲା । ଏବେ ଆଲିଆ ଭଟ୍ଟଙ୍କ ଡିପ୍‌ଫେକ୍‌ ଭିଡ଼ିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏଆଇର ଏହି ଟେକନିକ୍‌କୁ ନେଇ ସାଧାରଣ ଜନତା ଏବେ ଚିନ୍ତାରେ ପଡ଼ିଯାଇଛନ୍ତି । ସରକାର ମଧ୍ୟ ଏହା ଉପରେ ଆକ୍ସନ ନେଉଛନ୍ତି ।

ସୋସିଆଲ ମିଡ଼ିଆରେ ଏବେ ଆଲିଆଙ୍କ ଏକ ଭିଡ଼ିଓ ସାମ୍ନାକୁ ଆସିଛି । ଯାହା ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ଭାଇରାଲ ଭିଡ଼ିଓରେ ଜଣେ ଯୁବତୀ ଖଟ ଉପରେ ଶୋଇଥିବା ନଜର ଆସୁଛନ୍ତି ଏବଂ କ୍ୟାମେରାକୁ ଦେଖି ଅଶ୍ଳୀଳ ଇସାରା କରୁଛନ୍ତି ।

ମାତ୍ର ଭିଡ଼ିଓରେ ନଜର ଆସୁଥିବା ଯୁବତୀ ଜଣଙ୍କ ଆଲିଆ ଭଟ୍ଟ ନୁହେଁ ବରଂ ଅନ୍ୟ କେହି । ଏହି ଯୁବତୀଙ୍କ ଚେହେରା ଉପରେ ଆଲିଆ ଭଟ୍ଟଙ୍କ ଚେହେରା ଲଗାଯାଇଛି । ଯଦି ଆପଣ ଏହି ଭିଡ଼ିଓକୁ ଭଲ ଭାବରେ ଦେଖିବେ ତ ଏହା ଆପଣଙ୍କୁ ଏଡ଼ିଟ୍ କରାଯାଇଥିବା ଦେଖାଯିବ । ଆଲିଆଙ୍କ ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଅନ୍ୟପଟେ ଏଭଳି ଭିଡ଼ିଓ ଦେଖି ତାଙ୍କର ଫ୍ୟାନ୍ସମାନେ ଖୁସି ନ ଥିବା ଦେଖାଯାଉଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.