ପ୍ରମୂଖ ଖବର
  • ବାରିପଦା : କଳା ବାଘ ଚମଡ଼ା ଜବତ, ୪ ଶିକାରୀ ଗିରଫ
  • ||
  • ଲିଙ୍ଗରାଜ ମନ୍ଦିର ବିବାଦକୁ ନେଇ ଆଇନ୍‌ମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ଠାକୁରଙ୍କୁ ଉପାସ ରଖିବା ଦୁର୍ଭାଗ୍ୟଜନକ
  • ||
  • ହିନ୍ଦୋଳ : ବେଡ଼ାପଡ଼ା ଗାଁରେ ବିଏନ୍‌ଏସ୍‌-୧୬୩ ଧାରା ଲାଗୁ, ନିୟମ ନମାନିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
  • ||
  • କଟକ : ମାଟ୍ରିକ୍‌ ପ୍ରଶ୍ନପତ୍ରରେ ରହିବ ୱାଟର୍‌ ମାର୍କ କୋଡ୍‌, ଭାଇରାଲ୍‌ ରୋକିବାକୁ ବୋର୍ଡର ପଦକ୍ଷେପ
  • ||
  • ନବରଙ୍ଗପୁର : ଯାତ୍ରୀବାହି ବସ୍‌ ଓ ପାଇପ ବୋଝେଇ ଟ୍ରକ୍‌ ମଧ୍ୟରେ ଧକ୍କା,୪ ଆହତ
  • ||
  • ବୁଧବାର ଅପରାହ୍ନରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ପାଇଁ ବନ୍ଦ ରହିବ ଦର୍ଶନ
  • ||
  • ବୌଦ୍ଧ : ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌, ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର ବିମାନବନ୍ଦରରୁ ୪ କୋଟିର ନିଶାଦ୍ରବ୍ୟ ଜବତ, ଜଣେ ଗିରଫ
  • ||

ଡିସେମ୍ବର ୪ରୁ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ, ପ୍ରଭାବିତ ହେବ ବ୍ୟାଙ୍କ ସେବା

Published By : Prameya | December 2, 2023 10:40 AM

ନୂଆଦିଲ୍ଲୀ,୦୨/୧୨: ଡିସେମ୍ବରରେ ଦେଶର ବିଭିନ୍ନ  ପ୍ରାନ୍ତରେ ୧୮ ଦିନ ବ୍ୟାଙ୍କ ବନ୍ଦ ରହିବ । ଚଳିତ ମାସରେ ୨ ଶନିବାର ଏବଂ ୫ ରବିବାର ପଡୁଛି । ସେହିଭଳି ପର୍ବପର୍ବାଣୀ ଯୋଗୁ ପ୍ରାୟ ୧୧ ଦିନ ବ୍ୟାଙ୍କ ବନ୍ଦ ରହିବ। ଏହାବାଦ ୬  ଦିନ ଧର୍ମଘଟ ଯୋଗୁ ବ୍ୟାଙ୍କ ସେବା ପ୍ରଭାବିତ ହୋଇପାରେ । ସର୍ବଭାରତୀୟ କର୍ମଚାରୀ ସଂଘ(ଏଆଇବିଇଏ) ପକ୍ଷରୁ  ୪ ଡିସେମ୍ବରରୁ ୧୧ ଯାଏ ଭିନ୍ନ ଭିନ୍ନ ତାରିଖରେ ଧର୍ମଘଟ  କରାଯିବ । ୪ ତାରିଖରେ ପିଏନ୍‌ବି, ଏସ୍‌ବିଆଇ ଏବଂ  ପଞ୍ଜାବ ଓ ସିନ୍ଧ ବ୍ୟାଙ୍କ ଧର୍ମଘଟକୁ ଓହ୍ଲାଇବେ । 

ସେହିଭଳି  ୫ରେ ବ୍ୟାଙ୍କ ଅଫ୍‌ ବରୋଦା, ବ୍ୟାଙ୍କ ଅଫ୍‌ ଇଣ୍ଡିଆ,  ୬ରେ କାନାରା ବ୍ୟାଙ୍କ, ସେଣ୍ଟ୍ରାଲ ବ୍ୟାଙ୍କ, ୭ରେ ୟୁକୋ  ବ୍ୟାଙ୍କ, ଇଣ୍ଡିଆନ ବ୍ୟାଙ୍କ, ୮ରେ ୟୁନିୟନ ବ୍ୟାଙ୍କ, ବ୍ୟାଙ୍କ  ଅଫ୍‌ ମହାରାଷ୍ଟ୍ର ଏବଂ ୧୧ରେ ଘରୋଇ କ୍ଷେତ୍ର ବ୍ୟାଙ୍କ  ଧର୍ମଘଟକୁ ଓହ୍ଲାଇବେ । ରାଜ୍ୟ ସ୍ତରୀୟ ଛୁଟି ନ ଥିବା  ସ୍ଥାନଗୁଡିକରେ ଧର୍ମଘଟ ବାଦ ବ୍ୟାଙ୍କ ୮ ଦିନ ବନ୍ଦ ରହିବ  ବୋଲି ଆର୍‌ବିଆଇ ପକ୍ଷରୁ ସୂଚନା ମିଳିଛି ।

Also Read :-

ସ୍ଲାପିଂ ଥେରାପି.. ଚାପୁଡ଼ା ମାରି ମଧୁମେହ-ରକ୍ତଚାପର ହେଉଛି ଚିକିତ୍ସା

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.