ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ପରେ ପ୍ରତାରଣା ଅଭିଯୋଗ, ଅଭିଯୁକ୍ତ ଗିରଫ

ଖଲ୍ଲିକୋଟ,୧୦/୭ : ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ସ୍ଥାପନ ପରେ ପ୍ରତାରଣା କରିଥିବା ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ହେଲେ କେଶପୁର ବେଲପଡା ସାହିର ଟୁନା ବେହେରା (୨୩) । ଅଭିଯୋଗ କାରିଣୀ ହେଲେ ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଗୋଲା ଗ୍ରାମର ମମତା ଦାସ। 

ଅଭିଯୋଗ ଅନୁଯାୟୀ, ଆଜକୁ ୭ମାସ ତଳେ ଟୁନା ଓ ମମତାଙ୍କ ମଧ୍ୟରେ ମୋବାଇଲ ଫୋନରେ ସମ୍ପର୍କ ସ୍ଥାପନ ହୋଇଥିଲା। ଗତ ମାର୍ଚ୍ଚ ମାସ ୮ତାରିଖରେ ଟୁନା ମମତାଙ୍କୁ ପାନାସପଡା ଶିବ ମନ୍ଦିରକୁ ଡାକିଥିଲେ। ଡାକରା ପାଇ ମହା ଶିବରାତ୍ରୀରେ ସେ ଯାଇଥିଲେ ଏବଂ ସେଠାରେ ଟୁନାଙ୍କ ସହ ତାଙ୍କର ପ୍ରଥମ ସାକ୍ଷାତ ହୋଇଥିଲା । ଏହାପରେ ସେମାନେ ଫୋନ ମାଧ୍ୟମରେ କଥାବାର୍ତ୍ତା ଜାରି ରଖିଥିଲେ । ଏହି ସମୟରେ ଟୁନା ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇଥିଲେ। ମେ ମାସ ୨୦ତାରିଖରେ ଟୁନା ବେହେରା ତାଙ୍କୁ ରାମ ମନ୍ଦିର ସହରକୁ ନେଇ ଯାଇଥିଲେ ଏବଂ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ତାଙ୍କ ଇଛା ବିରୋଧରେ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ । ୧୫ଦିନ ପରେ ମମତାକୁ ବେଙ୍ଗାଲୁରୁ ନେଇଗଲେ ଟୁନା। ସେଠାରେ ଟୁନା ତାଙ୍କୁ ଅନ୍ୟ ବ୍ୟକ୍ତିଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ। ସେ ମନା କରିଦେବାରୁ ଟୁନା ତାଙ୍କୁ ଦୁର୍ବ୍ୟବହାର କରିବା ସହ ଏଥିପାଇଁ ତାଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ ପଡିବ ବୋଲି ଧମକ ଦେଇଥିଲେ ବୋଲି ମମତା ନିଜ ଅଭିଯୋଗରେ ଦର୍ଶାଇଛନ୍ତି। 

ପରେ ଟୁନା ତାଙ୍କ ଗାଁକୁ ନେଇଯାଇଥିଲେ। ସେଠାରେ ବାପା ବିନାୟକ ବେହେରା, ମା ଫୁଲ ବେହେରା, ଭଉଣୀ ଦିବଲୀ ତାଙ୍କୁ ଦୁର୍ବ୍ୟବହାର କରିବା ସହ ଯଦି ସେ ଦୁଇ ଲକ୍ଷ ଟଙ୍କା ନ ଆଣନ୍ତି ତାଙ୍କୁ ବୋହୁ ଭାବରେ ଗ୍ରହଣ କରିବେ ନାହିଁ ବୋଲି ଧମକ ଦେଇଥିଲେ ବୋଲି ଥାନା ରେ ଅଭିଯୋଗ ହୋଇଛି । ଗତ ୧ ତାରିଖରେ ଟୁନା ତାଙ୍କୁ ଆକ୍ରମଣ କରି ଖଲ୍ଲିକୋଟ ରେଳ ଷ୍ଟେସନରେ ଛାଡି ପଳାଇ ଯାଇଥିଲା ବୋଲି ମମତା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଖଲ୍ଲିକୋଟ ଥାନା କେସ ନମ୍ବର ୫୭୮/୨୪ ଅନୁଯାୟୀ ମାମଲା ରୁଜୁ କରି ଥାନା ଅଧିକାରୀ ନରେଶ ସାହୁ ତଦନ୍ତ ଆରମ୍ଭ କରିଥିଲେ। ଆଜି ଅଭିଯୁକ୍ତ ଟୁନା ବେହେରାକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.