ପ୍ରମୂଖ ଖବର
  • ଅପେକ୍ଷାର ହେଲା ଅନ୍ତ, ଖୋଲିଲା ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର, ଭିତର ଭଣ୍ଡାର ଖୋଲିବାକୁ ଚାଲିଛି ପକ୍ରିୟା
  • ||
  • ଶ୍ରୀମନ୍ଦିରକୁ ପ୍ରବେଶ କଲେ ୧୧ ଜଣ ସଦସ୍ୟ, ଦିନ ୧ଟା ୨୮ରେ ଶୁଭ ମୁହୂର୍ତ୍ତରେ ଫିଟିବ ଭିତର ଭଣ୍ଡାର ତାଲା
  • ||
  • ଶ୍ରୀଲୋକନାଥଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସମ୍ପନ୍ନ, ରତ୍ନଭଣ୍ଡାର ଖୋଲିବାକୁ ଆସିଲା ଆଜ୍ଞାମାଳ
  • ||
  • ଚତୁର୍ଥ ଟି-ଟ୍ୱେଣ୍ଟ; ଜିମ୍ବାଓ୍ବେକୁ ୧୦ ୱିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ, ଆଜି ପଞ୍ଚମ ମୁକାବିଲା
  • ||
  • ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସନ୍ଦିଗ୍ଧ ସୁଟର ମୃତ
  • ||
  • ପାଞ୍ଚ ଦଶନ୍ଧିର ଘଟିବ ଅନ୍ତ, ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଦିନ ୧ଟା ପରେ ଶୁଭ ମୁହୂର୍ତ୍ତରେ ଫିଟିବ ତାଲା
  • ||
  • ରାଜ୍ୟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ୧୮ରେ ଆଉ ଏକ ଘୂର୍ଣ୍ଣିବଳୟ
  • ||

ଜୁନ୍ ୨୯ରୁ ଆରମ୍ଭ ହେବ ଅମରନାଥ ଯାତ୍ରା

ନୂଆଦିଲ୍ଲୀ,୨୭/୬: ଜୁନ୍ ୨୯ରୁ ଆରମ୍ଭ ହେବାକୁ ଯାଉଛି  ଅମରନାଥ ଯାତ୍ରା। ଏହି ଯାତ୍ରା ଅଗଷ୍ଟ ୧୯ ପର୍ଯ୍ୟନ୍ତ ଚାଲିବ । ତେବେ ୫୨ ଦିନ ଶ୍ରଦ୍ଧାଳୁଙ୍କୁ ମିଳିବ ଅମରନାଥ ଯାତ୍ରାର ସୁଯୋଗ।  ଅମରନାଥ ଯାତ୍ରା ପାଇଁ ୧୯ ଜୁନ୍‌ରେ ବାବାଙ୍କ 'ପ୍ରଥମ ପୂଜା' ଆରମ୍ଭ ହୋଇଛି ।  ତେବେ ଶ୍ରୀନଗରରୁ ୧୪୧ କିଲୋମିଟର ଦୂରରେ ସମୁଦ୍ର ପତ୍ତନଠାରୁ ୧୨୭୫୬ ଫୁଟ ଉଚ୍ଚରେ ଥିବା ଲାଡାର ଉପତ୍ୟକାରେ ଅମରନାଥ ଗୁମ୍ଫା ଅବସ୍ଥିତ। ଅମରନାଥ ପୀଠରେ ପହଞ୍ଚିବାକୁ ତୀର୍ଥଯାତ୍ରୀମାନେ ଦୁଇଟି ଚଲା ବାଟ ବ୍ୟବହାର କରିଥାନ୍ତି। ୪୮ କିଲୋମିଟରର ପ୍ରଥମ ଚଲାବାଟଟି ଅନନ୍ତନାଗ ଜିଲ୍ଲାର ନୁନୱାନଠାରୁ ଆରମ୍ଭ ହୋଇ ପହେଲଗାଓଁ ଯାଏଁ ରହିଛି। ୧୮ କିଲୋମିଟରର ଦ୍ବିତୀୟ ଚଲାବାଟ ହେଉଛି ଗନ୍ଧରବାଲ ଜିଲ୍ଲାର ବଲଟାଲ ରୁଟ୍। ଏହି ଚଲାବାଟ ଲମ୍ବ ଦୃଷ୍ଟିରୁ କମ୍ ହୋଇଥିବା ବେଳେ ଉଠାଣି ଅତି ଉଚ୍ଚ ଓ ସିଧା ହୋଇଥିବାରୁ ଯାତ୍ରା ଅତି କଷ୍ଟକର ହୋଇଥାଏ।

ଶ୍ରାବଣ ମାସରେ ଜୁଲାଇ-ଅଗଷ୍ଟ ବେଳେ ଅମରନାଥ ପୀଠରେ ଶ୍ରାବଣୀ ମେଳା ହୋଇଥାଏ। ଲକ୍ଷ ଲକ୍ଷ ସଂଖ୍ୟାରେ ଶ୍ରଦ୍ଧାଳୁ,ଭକ୍ତ ଓ ତୀର୍ଥଯାତ୍ରୀ ଏହି ସମୟରେ ଅମରନାଥ ପୀଠକୁ ଯାଇ ସକାଳ ଓ ସନ୍ଧ୍ୟା ଆରତି ଦେଖନ୍ତି ଓ ପୂଜାର୍ଚ୍ଚନା କରିଥାନ୍ତି। ଏହି ଯାତ୍ରା ପାଇଁ କେନ୍ଦ୍ର ସରକାର ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ତୀର୍ଥଯାତ୍ରୀମାନଙ୍କ ରହଣି, ଖାଦ୍ୟପେୟ, ଚିକିତ୍ସାର ଉତ୍ତମ ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ ଯାତ୍ରୀମାନଙ୍କୁ ଟ୍ରାକିଂ କରିବା ପାଇଁ RFID ଟ୍ୟାଗ୍ ମଧ୍ୟ ବ୍ୟବହାର କରାଯାଉଛି । 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.