ପ୍ରମୂଖ ଖବର
  • ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଆଶ୍ୱସ୍ତି , ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରମିକୋର୍ଟ
  • ||
  • ହେରାପଞ୍ଚମୀରେ ଆଧ୍ୟାତ୍ମିକ ପରିବେଶ: ନନ୍ଦିଘୋଷ ଭାଙ୍ଗିଲେ ମହାଲକ୍ଷ୍ମୀ, ଆଜ୍ଞାମାଳ ପାଇ ଶ୍ରୀମନ୍ଦିରକୁ ବାହୁଡ଼ିଲେ
  • ||
  • ପିଠିରେ ଯନ୍ତ୍ରଣା ଯୋଗୁଁ ଏମ୍ସରେ ଭର୍ତ୍ତି ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
  • ||
  • ଦିଲ୍ଲୀ ମଦନୀତି ସହ ମନି ଲଣ୍ଡରିଂ ମାମଲା, କେଜ୍‌ରିୱାଲଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି
  • ||
  • ଆଗ ପଛ ହୋଇ ଆସିପାରେ ଦୁଇଟି ଲଘୁଚାପ: ୧୩ରୁ ବଢ଼ିବ ବର୍ଷା, ଦକ୍ଷିଣରେ ପ୍ରବଳ ଛେଚିବ
  • ||

ପେନ୍ନା ସିମେଣ୍ଟକୁ କିଣିବ ଗୌତମ ଆଦାନୀଙ୍କ ଅମ୍ୱୁଜା ସିମେଣ୍ଟ , ୧୦୪୨୨ କୋଟି ଟଙ୍କାରେ ହେଲା ଡିଲ୍‌

ନୂଆଦିଲ୍ଲୀ – ଆଦାନୀ ଗ୍ରୁପ୍‌ର ଚେୟାରମ୍ୟାନ୍‌ ଗୌତମ ଆଦାମୀଙ୍କ ସିମେଣ୍ଟ କମ୍ପାନୀ ଅମ୍ୱୁଜା ସିମେଣ୍ଟ ପେନ୍ନା ସିମେଣ୍ଟ ଇଣ୍ଡଷ୍ଟ୍ରୀଜ୍‌ ଲିମିଟେଡ୍‌କୁ କିଣିବାକୁ ଘୋଷଣା କରିଛି। ଅମ୍ୱୁଜା ସିମେଣ୍ଟ ୧୦,୪୨୨ କୋଟି ଟଙ୍କାରେ ପେନ୍ନା ସିମେଣ୍ଟରେ ୧୦୦ ପ୍ରତିଶତ ଇକ୍ୱିଟର ଅଧିଗ୍ରହଣ କରି ନେଇଛି। ଏହି ଅଧିଗ୍ରହଣ ସହ ଅମ୍ୱୁଜା ସିମେଣ୍ଟର ବାର୍ଷିକ ସିମେଣ୍ଟ ଉତ୍ପାଦନର କ୍ଷମତା ପ୍ରତି ବର୍ଷ ୧୪ ମିଲିୟନ ଟନ୍‌ ବଢି ୮୯ ମିଲିୟନ ଟନ୍‌ ପ୍ରତି ବର୍ଷ ହୋଇ ଯାଇଛି। 

ଅମ୍ୱୁଜା ସିମେଣ୍ଟ , ଷ୍ଟକ୍‌ ଏକ୍ସଚେଞ୍ଜ ପାଖରେ ରେଗୁଲେଟରୀ ଫାଇଲିଂରେ ଏହି ଡିଲ୍‌ର ସୂଚନା ଦେଇଛି। କମ୍ପାନୀ ନିଜର ଫାଇଲିଂରେ କହିଛି, ୧୩ ଜୁନ୍‌ ୨୦୨୪ରେ ହୋଇଥିବା କମ୍ପାନୀର ବୋର୍ଡ ବୈଠକରେ କମ୍ପାନୀର ବୋର୍ଡ ଅଫ୍‌ ଡାଇରେକ୍ଟରମାନେ ପେନ୍ନା ସିମେଣ୍ଟ ଇଣ୍ଡଷ୍ଟ୍ରୀଜ୍‌ ଲିମିଟେଡ୍‌ରେ ୧୦୦ ପ୍ରତିଶତ ଇକ୍ୱିଟ କିଣିବା ପାଇଁ ଚୁକ୍ତି କରିଛି।

ଅମ୍ୱୁଜା ସିମେଣ୍ଟ ପେନ୍ନା ସିମେଣ୍ଟର ବର୍ତ୍ତମାନର ପ୍ରମୋଟର ପି ପ୍ରତାପ ରେଡ୍ଡୀ ଓ ତାଙ୍କ ପରିବାର ଠାରୁ ଏହି ଇକ୍ୱିଟ କିଣିବ। ଏହି ଅଧିଗ୍ରହଣ ପାଇଁ କମ୍ପାନୀ ନିଜେ ଫଣ୍ଡ କରିବ। ଏହି ଡିଲ୍‌ରେ ଅମ୍ୱୁଜା ସିମେଣ୍ଟର ସିଇଓ ଅଜୟ କପୁର କହିଛନ୍ତି ଏହି ଅଧିଗ୍ରହଣ ଅମ୍ୱୁଜା ସିମେଣ୍ଟର ଗ୍ରୋଥ୍ର ଯାତ୍ରାକୁ ଗତିଶୀଳ କରାଇବାରେ ମହତ୍ତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ସେ କହିଛନ୍ତି , ପେନ୍ନା ସିମେଣ୍ଟର ଅଧିଗ୍ରହଣ ପରେ ଅମ୍ୱୁଜା ସିମେଣ୍ଟ ଦକ୍ଷିଣ ଭାରତରେ ନିଜର ଉପସ୍ଥିତିକୁ ମଜବୁତ କରିବ ଏବଂ ସିମେଣ୍ଟ ଇଣ୍ଡଷ୍ଟ୍ରୀର ପୂରା ଦେଶରେ ଲିଡରର ସ୍ଥାନ ହାସଲ କରିବ। ଏହି ଅଧିଗ୍ରହଣ ପରେ ଆଦାନୀ ସିମେଣ୍ଟର ପୂରା ଭାରତରେ ମାର୍କେଟ୍‌ ସେୟାରରେ ୨ ପ୍ରତିଶତର ବୃଦ୍ଧି ହେବ ଏବଂ ଦକ୍ଷିଣ ଭାରତରେ ଏହି ଇକ୍ୱିଟ୍‌ ବଢି ୮ ପ୍ରତିଶତ ହୋଇଯିବ। ଏହି ଡିଲ୍‌କୁ ପୂରା ହେବାରେ ୩ରୁ ୪ ମାସର ସମୟ ଲାଗିବ।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.