ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ୟୁଏସ୍‌ ସିନେଟରଙ୍କ ଅପ୍ରିତିକର ବୟାନ; ଗାଜାରେ ହେବ ହିରୋସିମା ଭଳି ଅବସ୍ଥା...

Image source: ABP live

ନୂଆଦିଲ୍ଲୀ,୧୪/୦୫: ଇସ୍ରାଏଲ ଓ ହମାସ ଭିତରେ ଆମେରିକାରେ ରିପବ୍ଳିକାନ ପାର୍ଟିର ସିନେଟର ଲିଣ୍ଡସେ ଗ୍ରାହମ ଏକ ଅପ୍ରିତିକର ବୟାନ ଦେଇଚନ୍ତି। ସେ ଇସ୍ରାଏଲ ଓ ଗାଜାର ସ୍ଥିତିକୁ ଦ୍ବିତୀୟ ବିଶ୍ବଯୁଦ୍ଧ ସହିତ ତୁଳନା କରିଛନ୍ତି। ଏହାର ସମାଧାନର ପରାମର୍ଶ ସ୍ବରୁପ ସେ ଆମେରିକା ପକ୍ଷରୁ ଜାପାନ ଉପରେ ପରମାଣୁ ବୋମା ପକାଇ ଦ୍ବିତୀୟ ବିଶ୍ବଯୁଦ୍ଧକୁ ଶେଷ କରାଯାଇଥିଲା ବୋଲି କହିଛନ୍ତି। ଠିକ୍‌ ସେହିପରି ଇସ୍ରାଏଲକୁ ମଧ୍ୟ ବମ୍‌ ଯୋଗାଇଦେବାର ଆବଶ୍ୟକତା ଅଛି ଏବଂ ଏହାଦ୍ବାରା ଏହି ଯୁଦ୍ଧ ଶେଷ ହେବ ବୋଲି ଯୁକ୍ତି କରିଛନ୍ତି। 

ଏନ୍‌ବିସିକୁ ରବିବାର ଦେଇଥିବା ଏକ ସାକ୍ଷାତକାରରେ ଲିଣ୍ଡସେ ଗ୍ରାହମ କହିଛନ୍ତି ଯେ, ଏକ ରାଷ୍ଟ୍ର ଭାବରେ ଯେତେବେଳେ ଆମେ ବିନାଶର ଦୃଶ୍ୟ ଦେଖୁଥିଲୁ ଏବଂ ଜର୍ମାନ ଓ ଜାପାନୀମାନଙ୍କ ସହିତ ଲଢ଼ୁଥିଲୁ, ସେତେବେଳେ ହିରୋସିମା ଏବଂ ନାଗାସାକି ଉପରେ ପରମାଣୁ ଆକ୍ରମଣ ଦ୍ୱାରା ଯୁଦ୍ଧକୁ ସମାପ୍ତ କରିବାର ନିଷ୍ପତ୍ତି ନିଆଯାଇଥିଲା ଏବଂ ତାହା ଠିକ୍ ନିଷ୍ପତ୍ତି ଥିଲା।  ୟୁଏସ୍‌ ସିନେଟର କହିଛନ୍ତି ଯେ, ଇସ୍ରାଏଲକୁ ମଧ୍ୟ ଏହି ଯୁଦ୍ଧ ବନ୍ଦ କରିବାକୁ ବମ୍‌ର ଆବଶ୍ୟକତା ରହିଛି, କାରଣ ନେତାନ୍ୟାହୁ ପରାଜୟ ବରଦାସ୍ଥ କରିପାରିବେ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯୁଦ୍ଧ ଇତିହାସରେ ମୁଁ କେବେବି ଶତ୍ରୁ (ହମାସ) ପକ୍ଷରୁ ଏପରି ପ୍ରୟାସ କରିବାର ଦେଖିନାହିଁ, ଯେଉଁଠି ନାଗରିକଙ୍କ ଜୀବନ ବିପଦରେ ପଡ଼ୁଛି।

ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ନେତୃତ୍ବାଧିନ ଇସ୍ରାଏଲର ଜଣେ ଦୃଢ଼ ସମର୍ଥକ କୁହାଯାଉ‌ଥିବା ଲିଣ୍ଡସେ ଗ୍ରାହମ ପୁଣି କହିଛନ୍ତି ଯେ,'ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସମାଲୋଚନା ମଧ୍ୟ କରିଛନ୍ତି। ସୂଚନାଥାଉକି, ଜୋ ବାଇଡେନ ଇସ୍ରାଏଲକୁ ଚେତାବନୀ ଦେଇଥିଲେ ଯେ,  ଯଦି ଇସ୍ରାଏଲ ସେନା ଗାଜାର ଶେଷ ସହର ରାଫାରେ ଅପରେସନ୍‌ ଜାରି ରଖିବେ, ତେବେ ଆମେରିକା ଗୋଳାବାରୁଦ ଓ ଅସ୍ତ୍ରଶସ୍ତ୍ର ଯୋଗଇବା ବନ୍ଦ କରିଦେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.