ଭୁବନେଶ୍ୱର, ୨୦/୦୩ : ଓଡିଶାରେ ବିଜେଡି-ବିଜେପି ମେଣ୍ଟ ନେଇ ପୁଣି ଝୁଲାଇଲେ ଅମିତ ଶାହ। ରାଜ୍ୟରେ ମେଣ୍ଟ ନେଇ ଅମିତ ଶାହ ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶାରେ ଏଥର ଭଲ କରିବ ଭାରତୀୟ ଜନତ ପାର୍ଟି। ତେଣୁ ଆଗାମୀ ଦିନରେ ମେଣ୍ଟ ହେବ କି ନାହିଁ, ତାହା ନିଷ୍ପତ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ନେବେ । ତେଣୁ କିଛି ଦିନର ଅପେକ୍ଷା ପରେ ସବୁ ସତ ପଦାକୁ ଆସିବ ।
ସୂଚନାନୁଯାୟୀ, ନୂଆଦିଲ୍ଲୀରେ ଏକ ଘରୋଇ ଟିଭି କାର୍ଯ୍ୟକ୍ରମରେ ଅମିତ ଶାହ ଯୋଗ ଦେଇଥିଲେ। ଏହି ସମୟରେ ଓଡ଼ିଶାରେ ଆଗାମୀ ନିର୍ବାଚନ ନେଇ ବିଜେଡି ସହିତ ବିଜେପି ମେଣ୍ଟ କରୁଛି କି ନାହିଁ ବୋଲି ସାମ୍ବାଦିକ ପ୍ରଶ୍ନ କରିଥିଲେ । ଯାହାର ଉତ୍ତର ଦେଇ ଶାହା କହିଥିଲେ ଯେ, ଓଡ଼ିଶାରେ ଭାରତୀୟ ଜନତା ପାର୍ଟିର ଶକ୍ତି ବଢୁଛି । ପୂର୍ବ ଅପେକ୍ଷା ଦଳ ଧୀରେ ଧୀରେ ନିଜର କ୍ଷମତା ବୃଦ୍ଧା କରିବାରେ ଲାଗିଛି । ଓଡିଶାରେ ଏକାକୀ ଲଢିଲେ, ଆମେ ସରକାର ଗଢିବୁ । ତେଣୁ ଆଗାମୀ ଦିନରେ ବିଜେଡି ସହିତ ମେଣ୍ଟ ହେବ କି ନାହିଁ, ତାହା ରାଷ୍ଟ୍ରୀୟ ଅଧ୍ଯକ୍ଷଙ୍କର ନିଷ୍ପତ୍ତି ହେବ।