ପ୍ରମୁଖ ଖବର
  • ବାଙ୍ଗିରିପୋଷି, ସାପ କାମୁଡ଼ାରେ ୯ ବର୍ଷର ଶିଶୁପୁତ୍ର ମୃତ
  • ||
  • କଣ୍ଟାବାଞ୍ଜି ଆସନରୁ ନାମାଙ୍କନ ଭରିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ସକାଳୁ ଆକାଶରୁ ନିଆଁ ବର୍ଷା, ସାଢ଼େ ୮ଟା ସୁଦ୍ଧା ତାଳଚେର ତାତି ୩୭ ଡିଗ୍ରୀ ପାର୍
  • ||
  • ଚାଉଳିଆଗଞ୍ଜ ଦୁର୍ଗା ମଣ୍ଡପ ନିକଟରେ ସ୍କୁଟିକୁ ପିଟିଲା ଟ୍ରକ, ମହିଳାଙ୍କ ଚାଲିଗଲା ଜୀବନ
  • ||
  • ଗୁରୁବାର ସମ୍ୱଲପୁରରୁ ଧର୍ମେନ୍ଦ୍ର ପ୍ରଧାନ, ପୁରୀରୁ ଅରୁପ ପଟ୍ଟନାୟକ ଭରିବେ ନାମାଙ୍କନ
  • ||
  • ଆଇପିଏଲ 2024: ଆଜି ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ-ରାଜସ୍ଥାନ ରୟାଲ୍ସ
  • ||
  • ଆହୁରି ତିନି ଦିନ ଯାଏ ପ୍ରଚଣ୍ଡ ତାତି, ହିଟ୍ଓ୍ବେବ ନେଇ ୧୦ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
  • ||

ଗାନ୍ଧିନଗରରୁ ଲଢିବେ ଅମିତ ଶାହ, ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ କଲେ ନାମାଙ୍କନ ପତ୍ର ଦାଖଲ

ନୂଆଦିଲ୍ଲୀ, ୧୯/୦୪ : ଗାନ୍ଧିନଗରରୁ ନିର୍ବାଚନ ଲଢିବେ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ସେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଗୁଜରାଟ ଗାନ୍ଧିନଗର ସିଟ୍‌ରୁ ସେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହି ସମୟରେ ତାଙ୍କ ସହ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହ ଅନ୍ୟ ବରିଷ୍ଠ ନେତୃତ୍ଵ ଉପସ୍ଥିତ ଅଛନ୍ତି।

ସୂଚନାନୁଯାୟୀ, ଗାନ୍ଧିନଗରରେ ଦ୍ଵିତୀୟ ଥର ପାଇଁ ନିର୍ବାଚନ ଲଢିବେ ଅମିତ ଶାହ। ଏହି ସିଟ୍‌ରେ କଂଗ୍ରେସ ପ୍ରାର୍ଥୀନୀ ସୋନଲ ପଟେଲଙ୍କ ସହ କରିବେ ପ୍ରତିଦ୍ଵନ୍ଦିତା। ଏଥିପାଇଁ ଆଜି ସେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହାପୂର୍ବରୁ ଗତ ୧୬ ତାରିଖ ଦିନ ସୋନଲ ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଥିଲେ। ତେବେ ୨୦୧୯ରେ ଗାନ୍ଧିନଗରରେ ବିଜେପି ଲିଡର ଅମିତ ଶାହ ଏବଂ ସିଜେ ଚଭଡାଙ୍କ ମଧ୍ୟରେ ପ୍ରତିଦ୍ଵନ୍ଦିତା ହୋଇଥିଲା। ୫ ଲକ୍ଷରୁ ଉର୍ଦ୍ଧ୍ଵ ଭୋଟରେ ଶାହ ବିଜୟୀ ହୋଇଥିଲେ। 

ପ୍ରକାଶ ଥାଉକି, ଗାନ୍ଧିନଗରରେ ୭ଟି ନିର୍ବାଚନମଣ୍ଡଳୀ ରହିଛି। ଉତ୍ତର ଗାନ୍ଧିନଗର, କାଲୋଲ, ସନନ୍ଦ, ଘାଟଲୋଡିଆ, ଭେଜାଲପୁର, ନରଣପୁରା, ଏବଂ ସାବରମତି। ଏହି ସବୁ ସିଟ୍‌ରେ ବିଜେପିର ଦବଦବା ରହିଛି। ଏହି ସିଟ୍‌ରେ ପୂର୍ବରୁ ବିଜେପି ଭେଟେରାନ୍ ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲାଲକୃଷ୍ଣ ଆଡଭାଣୀ ୬ ଥର ନିର୍ବାଚିତ ହୋଇଥିଲେ।


  • prameyanews
  • PrameyaOdia
  • prameya
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.