ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଇଲେକ୍ଟୋରାଲ୍‌ ବଣ୍ଡ୍‌ ଯଦି ବଟି ଆଦାୟ ହୁଏ ତେବେ ରାହୁଲ ଗାନ୍ଧୀ କୁହନ୍ତୁ କେଉଁଠୁ ପାଇଲେ ୧୬୦୦ କୋଟି: ଅମିତ ଶାହ

Image Courtesy: Social Media

ନୂଆଦିଲ୍ଲୀ: ଇଲେକ୍ଟୋରାଲ୍ ବଣ୍ଡକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିଜେପି ଉପରେ ଅଭିଯୋଗ ଆଣିବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ନିର୍ବାଚନୀ ବଣ୍ଡକୁ ସବୁଠୁ ବଡ଼ ବଟି ଆଦାୟ ରାକେଟ ବୋଲି କହିଥିଲେ ରାହୁଲ ଗାନ୍ଧୀ । ଏହା ଉପରେ ଅମିତ ଶାହ କହିଛନ୍ତି ଯେ, ଏହି ଇଲେକ୍ଟୋରାଲ୍‌ ବଣ୍ଡ୍‌ ଜରିଆରେ କଂଗ୍ରେସକୁ ମଧ୍ୟ ୧୬୦୦ କୋଟି ଟଙ୍କା ମିଳିଛି । ଏହି ଟଙ୍କା କେଉଁଠୁ ଆସିଲା ଏନେଇ ରାହୁଲ ଗାନ୍ଧୀ ହିସାବ ଦିଅନ୍ତୁ ବୋଲି ଅମିତ ଶାହ କହିଛନ୍ତି । ସିଏନଏନ୍‌ ନ୍ୟୁଜ ୧୮ର ରାଇଜିଂ ଭାରତ ସମିଟ୍‌ -୨୦୨୪ର ମଞ୍ଚ ଉପରେ ଅମିତ ଶାହ ସୁପ୍ରିମକୋର୍ଟଙ୍କ ରାୟ ଉପରେ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି । 

ସେ କହିଛନ୍ତି, ଇଲେକ୍ଟୋରାଲ୍ ବଣ୍ଡ୍‌ ଉପରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ସମ୍ମାନ ଜଣାଉଛି । ନିର୍ବାଚନରେ କଳା ଧନର ପ୍ରଭାବକୁ କମ୍‌ କରିବା ପାଇଁ ନିର୍ବାଚନୀ ବଣ୍ଡ୍‌ ଆସିଥିଲା । ଏହା ଦ୍ବାରା ସଫଳତା ବି ମିଳିଛି ବୋଲି ଶାହ କହିଛନ୍ତି । ସେପଟେ ନିର୍ବାଚନୀ ବଣ୍ଡ୍‌ ଜରିଆରେ କଂଗ୍ରେସକୁ ମିଳିଥିବା ଚାନ୍ଦା ସଂପର୍କରେ ଶାହ କହିଛନ୍ତି ଯେ, ‘ଗାନ୍ଧୀଙ୍କୁ ମଧ୍ୟ ୧୬୦୦ କୋଟି ଟଙ୍କା ମିଳିଛି । ତାଙ୍କୁ ଏହି ବଟି କେଉଁଠୁ ମିଳିଲା ସେ କହିବା ଦରକାର । ଆମେ ଏହି ଚାନ୍ଦାରେ ପାରଦର୍ଶିତା ଥିବା କହୁଛୁ । ଯଦି ତାଙ୍କୁ ଲାଗୁଛି ଏହା ବଟି ଆଦାୟ ଟଙ୍କା ତେବେ ସେ କେଉଁଠୁ ଏହି ବଟି ଆଦାୟ କଲେ କହିବା ଆବଶ୍ୟକ ।’ 

ଅନ୍ୟପଟେ ବିଜେପିକୁ ଚାନ୍ଦା ଦେଇଥିବା ଲୋକଙ୍କ ନାଁ ଦଳ ସାର୍ବଜନୀନ କରିବ କି ବୋଲି ପ୍ରଶ୍ନରେ ଶାହ କହିଛନ୍ତି, ଇଣ୍ଡିଆ ବ୍ଲକ୍‌ ମୁହଁ ଦେଖାଇବାକୁ ଯୋଗ୍ୟ ରହିବେ ନାହିଁ । ଅମିତ ଶାହ ଆହୁରି ମଧ୍ୟ କହିଛନ୍ତି ଯେ, ଇଲେକ୍ଟୋରାଲ ବଣ୍ଡ୍‌ ମାଧ୍ୟମରେ ବିଜେପିକୁ ସବୁଠୁ ଅଧିକ ଚାନ୍ଦା ମିଳିଥିବା ନେଇ ଅଭିଯୋଗ ହେଉଛି । ଆମକୁ ୬ ହଜାର ୨୦୦ କୋଟି  ଟଙ୍କା ମିଳିଛି । ହେଲେ ରାହୁଲ ବାବାଙ୍କ ନେତୃତ୍ବାଧୀନ ଇଣ୍ଡି ମେଣ୍ଟକୁ ୬,୨୦୦ କୋଟିରୁ ଅଧିକ ଟଙ୍କା ମିଳିଛି । ଆମ ପାଖରେ ୩୦୩ ଆସନ ଥିବା ବେଳେ ୧୭ଟି ରାଜ୍ୟରେ ସରକାର ରହିଛି । କିନ୍ତୁ ଇଣ୍ଡି ମେଣ୍ଟ ପାଖରେ କେତୋଟି ସିଟ୍‌ ଅଛି ବୋଲି ସେ ପ୍ରଶ୍ନ କରିଛନ୍ତି । 

  • Rahul Gandhi
  • Amit Shah
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.