ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନିଖୋଜ କାଲିମେଳା ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଅମ୍ଲାନ ଭୋଇ କର୍ଣ୍ଣାଟକରୁ ଠାବ, ଖୁବଶୀଘ୍ର ମାଲକାନଗିରିକୁ ଅଣାଯିବ

ମାଲକାନଗିରି,୫/୬ : ଦୀର୍ଘ ୪ଦିନ ଧରି ପୁଲିସର ତନାଘନା ପରେ ନିଖୋଜ କାଲିମେଳା ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଅମ୍ଲାନ ଭୋଇଙ୍କୁ କର୍ଣ୍ଣାଟକ ବେଙ୍ଗାଲୁରର ଏକ ଅଞ୍ଚଳରୁ ପୁଲିସ ଠାବ କରିଛି। ଦୀର୍ଘ ୪ଦିନର ଅକ୍ଲାନ୍ତ ପରିଶ୍ରମ ପରେ ଡାକ୍ତରଙ୍କ ପତ୍ତା ମିଳିଛି। ତାଙ୍କୁ ସୁରକ୍ଷିତ ଭାବେ କର୍ଣ୍ଣାଟକ ବେଙ୍ଗାଲୁରରୁ ଉଦ୍ଧାର କରିଛି ପୁଲିସ। ସେ ସୁସ୍ଥ ଅଛନ୍ତି। ଖୁବଶୀଘ୍ର ତାଙ୍କୁ ମାଲକାନଗିରିକୁ ଅଣାଯିବ। ଏବେ ଡାକ୍ତର ଅମ୍ଲାନ ଭୋଇଙ୍କୁ କର୍ଣ୍ଣାଟକରୁ ମାଲକାନଗିରିକୁ ଆଣିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଡାକ୍ତର ମାଲକାନଗିରିରେ ପହଁଚିଲା ପରେ ତାଙ୍କ ନିଖୋଜର ସଠିକ ବିବରଣୀ ଜଣାପଡିବ ବୋଲି ଏସପି ନୀତେଶ ୱାଧାନୀ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ମାଲକାନଗିରି ଜିଲ୍ଲା କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର କାର୍ଯ୍ୟରତ ଡାକ୍ତର ଅମ୍ଲାନ ଭୋଇ ଗତ ୧ ତାରିଖ ମଧ୍ୟ ରାତ୍ରରୁ ନିଜ ରୁମରୁ ନିଖୋଜ ହୋଇଯାଇଥିଲେ। ଏହା ମାଓ ଅପହରଣ ସନ୍ଦେହ କରାଯାଇ ହସ୍ପିଟାଲ ପକ୍ଷରୁ କାଲିମେଳା ଥାନାରେ ଅଭିଯୋଗ ହେବା ପରେ ପୁଲିସ ପକ୍ଷରୁ ଜୋରଦାର ତଦନ୍ତ କରାଯାଇ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଆରମ୍ଭ ହୋଇ ଯାଇଥିଲା। ଡାକ୍ତରଙ୍କ ନିଖୋଜକୁ ନେଇ ଲୋକମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ପ୍ରଶ୍ନ ଉଙ୍କି ମାରିଥିଲା। ଏହା ଏକ ମାଓ ଅପହରଣ କାଣ୍ଡ ହୋଇ ଥାଇପାରେ ବୋଲି ସନ୍ଦେହ ଜାତ ହୋଇଥିଲା। ଡାକ୍ତରଙ୍କ ନିଖୋଜ ମାମଲାକୁ ମାଲକାନଗିରି ଜିଲ୍ଲା ପୁଲିସ ଗୁରୁତର ଭାବେ ଗ୍ରହଣ କରି ଏସପି ନୀତେଶ ୱାଧାନୀଙ୍କ ନିର୍ଦ୍ଦେଶ କ୍ରମେ ସ୍ୱତନ୍ତ୍ର ଏକ ପୁଲିସ ଟିମ୍ ଗଠନ କରାଯାଇ ଓଡିଶା ଓ ବାହାର ରାଜ୍ୟରେ ଖୋଜାଖୋଜି କରାଯାଇଥିଲା। ଶେଷରେ ନିଖୋଜ ଡାକ୍ତର ବେଙ୍ଗଲୁରରେ ଥିବାର ବିଶ୍ବସ୍ଥ ସୂତ୍ରରୁ ପୁଲିସ ଜାଣିପାରି ସେଠାକୁ ସ୍ୱତନ୍ତ୍ର ଟିମ୍ ଯାଇ ଡାକ୍ତରଙ୍କୁ ସୁସ୍ଥ ଓ ସୁରକ୍ଷିତ ଅବସ୍ଥାରେ ଠାବ କରିବାରେ ସଫଳ ହୋଇଛନ୍ତି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.