ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅନନ୍ତ-ରାଧିକାଙ୍କ ଦ୍ୱିତୀୟ ପ୍ରି-ୱେଡିଂ ସେଲିବ୍ରେସନ, ମହାକାଶ ଥିମ୍‌ରେ ପୋଷାକ ପିନ୍ଧିବେ କନ୍ୟା

ମୁମ୍ବାଇ ୨୯/୦୫: ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନିଙ୍କ ପୁଅ ଅନନ୍ତ ଅମ୍ବାନି ଓ ରାଧିକା ମର୍ଚ୍ଚାଣ୍ଟଙ୍କର ବାହାଘର ଆସନ୍ତା ଜୁଲାଇ ମାସରେ ଅନୁଷ୍ଠିତ ହେବ । ତା’ପୂର୍ବରୁ ମେ ୨୯ରୁ ଜୁନ୍‌ ୧ ତାରିଖ ଯାଏ ୪ ଦିନ ଧରି ବିଳାସବହୁଳ ଦ୍ୱିତୀୟ ପ୍ରି-ୱେଡିଂ ସେଲିବ୍ରେସନ୍‌ ରଖାଯାଇଛି । ଉତ୍ସବର ସେହି ନିମନ୍ତ୍ରଣ କାର୍ଡ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି । ତାହା ଇଟାଲୀ ଓ ଫ୍ରାନ୍ସ ମଧ୍ୟରେ ସମୁଦ୍ରରେ କ୍ରୁଜ୍‌ରେ ଆୟୋଜିତ ହେବ । ସମାରୋହରେ ସାମିଲ ହେବା ଲାଗି ମୁକେଶ ଅମ୍ବାନିଙ୍କର ପରିବାର ଇଟାଲୀ ଅଭିମୁଖେ ବାହାରି ଯାଇଛନ୍ତି । ସେହିପରି ଆଲିୟା ଭଟ୍ଟ, ରଣବୀର କପୁର, କ୍ରିକେଟର ମହେନ୍ଦ୍ର ସିଂହ ଧୋନି, ପତ୍ନୀ ସାକ୍ଷୀ ଧୋନି, ସଲମାନ ଖାନ୍‌, ରଣବୀର ସିଂହଙ୍କ ଭଳି ଅନେକ ସେଲିବ୍ରିଟି ମଧ୍ୟ ସେଥିରେ ସାମିଲ ହେବେ । ଏମାନଙ୍କୁ ସୋମବାର ସକାଳେ ମୁମ୍ବାଇ ବିମାନ ବନ୍ଦରରେ ଦେଖିବାକୁ ମିଳିଥିଲା । 

ଦ୍ୱିତୀୟ ପ୍ରି-ୱେଡିଂ ସେଲିବ୍ରେସନ୍‌ରେ ଗୋଟିଏ ଦିନ କନ୍ୟା ରାଧିକା ମହାକାଶ ଥିମ୍‌ର ପୋଷାକ ପିନ୍ଧିବେ । ସେହି ସ୍ୱତନ୍ତ୍ର ପୋଷାକକୁ ନ୍ୟୁୟର୍କର ଜଣେ ପ୍ରସିଦ୍ଧ ଡିଜାଇନର ପ୍ରସ୍ତୁତ କରିଛନ୍ତି । ସେଥିରେ ଏରୋସ୍ପେସ୍‌ ଟେକ୍ନୋଲୋଜି ବ୍ୟବହାର କରାଯାଇଛି । ଦ୍ୱିତୀୟ ପ୍ରି-ୱେଡିଂ ସେଲିବ୍ରେସନ୍‌ ଯେଉଁ କ୍ରୁଜ୍‌ରେ ହେବ ତାର ନାମ ହେଉଛି ‘ସେଲିବ୍ରିଟି ଆସେଣ୍ଟ’ । ଏହା ମାଲ୍‌ଟାରେ ନିର୍ମିତ ହୋଇଥିବାବେଳେ ଇଟାଲୀର ପାଲେର୍ମୋ ବନ୍ଦରରୁ ବାହାରିବ । ୪୩୮୦ କିମି ଯାତ୍ରା କରି ତାହା ଦକ୍ଷିଣ ଫ୍ରାନ୍ସରେ ପହଞ୍ଚିବ ଓ ସେଠାରୁ ଫେରିବ । ମେ ୨୯ରେ ଅତିଥିମାନଙ୍କୁ ସ୍ୱାଗତ ମଧ୍ୟାହ୍ନଭୋଜନ ପରଷାଯିବା ସହିତ ସମାରୋହ ଆରମ୍ଭ ହେବ । ସେଦିନ ରାତିରେ ଏକ ପାର୍ଟି ରଖାଯାଇଛି । ସେହି ପାର୍ଟିରେ ଅତିଥିମାନେ ଫର୍ମାଲ୍‌ ପାଶ୍ଚାତ୍ୟ ପୋଷାକ ପରିଧାନ କରିବେ । ପରଦିନ ଅତିଥିମାନେ ଦିନସାରା ରୋମ୍‌ରେ ବୁଲିବେ । ସନ୍ଧ୍ୟାରେ ଡିନର ପାର୍ଟି ଆୟୋଜିତ ହେବ । ରାତିସାରା ତାହା ଜାରି ରହିବ । ମେ ୩୧ ତାରିଖରେ ଅତିଥିମାନେ କାନ୍‌ରେ ପହଞ୍ଚିବେ । ସେଦିନ ମଧ୍ୟ କ୍ରୁଜ୍‌ରେ ପାର୍ଟି ଚାଲିବ । ଜୁନ୍‌ ୧ରେ ଇଟାଲୀରେ ଉତ୍ସବର ଶେଷ ହେବ । ‘ସେଲିବ୍ରିଟି ଆସେଣ୍ଟ’ରେ ପଞ୍ଚତାରକା ହୋଟେଲ୍‌ ଭଳି ସୁବିଧାଯୁକ୍ତ ରିସୋର୍ଟ ରହିଛି । 

ସେହିଭଳି ସନସେଟ୍‌ ବାର, ପୁଲ ଡେକ୍‌, ରିସୋର୍ଟ ଡେକ୍‌, ୧୫ଟି ରେସ୍ତୋରାଁ, କାଫେ, ୧୨ଟି ବାର୍‌ ଓ ଲାଉଞ୍ଜ ଅଛି । ଏହାର ୨୫ଟି କ୍ୟାବିନ୍‌ରେ ହ୍ୱିଲଚେୟାରର ସୁବିଧା ବି ଉପଲବ୍ଧ । କ୍ରୁଜ୍‌ର ମୋଟ କ୍ଷମତା ୩୨୭୯ ଜଣ ଯାତ୍ରୀ ହୋଇଥିବାବେଳେ ଏହି ଉତ୍ସବରେ ୮୦୦ ଅତିଥି ସାମିଲ ହେବେ । ସେମାନଙ୍କ ମଧ୍ୟରୁ ୩୦୦ ହେଉଛନ୍ତି ଭିଭିଆଇପି । ଏହି ହାଇପ୍ରୋଫାଇଲ୍‌ ଅତିଥିମାନଙ୍କୁ ସେବା ଯୋଗାଇବା ଲାଗି ୬୦୦ କର୍ମଚାରୀ ନିୟୋଜିତ ହେବେ । ୟୁରୋପର ଏକ ଟୁର୍‌ ଅପରେଟର କଂପାନି ଉତ୍ସବର ପରିଚାଳନା ଦାୟିତ୍ୱ ନେଇଛି । ଏଥିରେ ଅତିଥିମାନଙ୍କୁ ବିଭିନ୍ନ ଦେଶର ବ୍ୟଞ୍ଜନ ପରଷାଯିବ । ଚଳିତବର୍ଷ ମାର୍ଚ୍ଚରେ ଗୁଜରାଟର ଜାମନଗରଠାରେ ଅନନ୍ତ-ରାଧିକାଙ୍କର ପ୍ରଥମ ପ୍ରି-ୱେଡିଂ ଉତ୍ସବ ଆୟୋଜିତ ହୋଇଥିଲା । ସେଥିରେ ବଲିଉଡ୍‌ର ଅନେକ ନାମୀଦାମୀ କଳାକାର ସାମିଲ ହୋଇଥିଲେ । ସେହିପରି ରିହାନା, ମାର୍କ ଜୁକରବର୍ଗ, ବିଲ୍‌ ଗେଟ୍‌ସ, ଇଭାଙ୍କା ଟ୍ରମ୍ପଙ୍କ ସମେତ ଅନେକ ଅନ୍ତର୍ଜାତୀୟ ସ୍ତରର ବ୍ୟକ୍ତିତ୍ୱ ମଧ୍ୟ ଯୋଗ ଦେଇଥିଲେ । ଦ୍ୱିତୀୟ ପ୍ରି-ୱେଡିଂ ସେଲିବ୍ରେସନ୍‌ରେ ଦେଶ ଓ ବିଦେଶର ଅନେକ ରାଜନେତା ଓ ବ୍ୟବସାୟୀ ସାମିଲ ହେବେ ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.