ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜୁଲାଇ ୧୨ରେ ଅନନ୍ତ-ରାଧିକାଙ୍କ ହାତଗଣ୍ଠି, ସୋସିଆଲ ମିଡିଆରେ ଭାଇରାଲ ହେଉଛି ବିବାହ କାର୍ଡ

ମୁମ୍ବାଇ ୩୧/୦୫: ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନିଙ୍କ ସାନ ପୁଅ ଅନନ୍ତ ଅମ୍ବାନି ଓ ରାଧିକା ମର୍ଚ୍ଚାଣ୍ଟଙ୍କର ବିବାହ ଆସନ୍ତା ଜୁଲାଇ ୧୨ ତାରିଖରେ ହେବ । ମୁମ୍ବାଇର ଜିଓ ୱାର୍ଲଡ କନ୍‌ଭେନସନ୍‌ ସେଣ୍ଟରରେ ପାରମ୍ପରିକ ହିନ୍ଦୁ ରୀତିନୀତି ଅନୁସାରେ ସେମାନଙ୍କ ହାତଗଣ୍ଠି ପଡି଼ବ । ଅନନ୍ତ-ରାଧିକାଙ୍କ ବିବାହ କାର୍ଡ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ସେ ଅନୁସାରେ, ଏହି ଉତ୍ସବ ୩ ଦିନ ଧରି ଚାଲିବ । ଜୁଲାଇ ୧୨ ତାରିଖରେ ମୁଖ୍ୟ ଉତ୍ସବ ବା ଶୁଭ ବିବାହ ଅନୁଷ୍ଠିତ ହେବ । ଅତିଥିମାନେ ସେଦିନ ପାରମ୍ପରିକ ଭାରତୀୟ ପୋଷାକ ପିନ୍ଧିବେ । ପରଦିନ ବରବଧୂଙ୍କୁ ଶୁଭ ଆଶୀର୍ବାଦର କାର୍ଯ୍ୟକ୍ରମ ରହିଛି । ସେଦିନର ଡ୍ରେସ୍‌ କୋର୍ଡ ରହିଛି ଭାରତୀୟ ଫର୍ମାଲ୍‌ ପୋଷାକ । ଜୁଲାଇ ୧୪ ତାରିଖରେ ରିସେପସନ୍‌ ପାର୍ଟି ଦିଆଯିବ । ସେଦିନ ମଧ୍ୟ ଅତିଥିମାନଙ୍କୁ ଭାରତୀୟ ପୋଷାକ ପିନ୍ଧିବାକୁ କାର୍ଡରେ ଲେଖାଯାଇଛି । ପୂର୍ବରୁ ଲଣ୍ଡନର ଏକ ବିଳାସବହୁଳ ହୋଟେଲରେ ଅନନ୍ତ-ରାଧିକାଙ୍କର ବିବାହ ହେବ ବୋଲି କୁହାଯାଉଥିଲା । ତେବେ ନିକଟରେ ଜିଓ ୱାର୍ଲଡ କନ୍‌ଭେନସନ୍‌ ସେଣ୍ଟରରେ ତାହା ଅନୁଷ୍ଠିତ ହେବ ବୋଲି ରିପୋର୍ଟ ଆସିଥିଲା । 

ବର୍ତ୍ତମାନ ଅନନ୍ତ-ରାଧିକାଙ୍କର ଦ୍ୱିତୀୟ ପ୍ରି-ୱେଡିଂ ସେଲିବ୍ରେସନ୍‌ ଏକ ବିଳାସବହୁଳ କ୍ରୁଜ୍‌ ଶିପ୍‌ରେ ଚାଲୁଛି । ସେଥିରେ ଦେଶବିଦେଶର ବହୁ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ସାମିଲ ହୋଇଛନ୍ତି । ଏହାପୂର୍ବରୁ ମାର୍ଚ୍ଚ ମାସରେ ଗୁଜରାଟର ଜାମନଗରରେ ଉଭୟଙ୍କର ପ୍ରଥମ ପ୍ରି-ୱେଡିଂ ସେଲିବ୍ରେସନ୍‌ ହୋଇଥିଲା । ସୂଚନାଥାଉକି, ଜିଓ ୱାର୍ଲଡ କନ୍‌ଭେନସନ୍‌ ସେଣ୍ଟର ମୁମ୍ବାଇର ବାନ୍ଦ୍ରା କୁର୍ଲା କଂପ୍ଲେକ୍ସ ଅଞ୍ଚଳରେ ରହିଛି । ସେଠାରେ ଏକ ବଲରୁମ୍‌ ରହିଛି ଯେଉଁଠାରେ ଏକସାଙ୍ଗରେ ୩୦୦୦ ଲୋକ ଏକତ୍ରିତ ହୋଇପାରିବେ । ବଲ୍‌ରୁମ୍‌ଟି ବିଲ୍‌ଡିଂର ତୃତୀୟ ମହଲାରେ ୩୨,୨୮୦ ବର୍ଗଫୁଟରେ ପରିବ୍ୟାପ୍ତ । ମୁକେଶ ଅମ୍ବାନିଙ୍କ ବଡ଼ ପୁଅ ଆକାଶଙ୍କ ବିବାହ ମଧ୍ୟ ସେଠାରେ ଅନୁଷ୍ଠିତ ହୋଇଥିଲା ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.